
ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ(X)ରେ ପୋଷ୍ଟ କରିଛନ୍ତି ଯେ, ‘ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।’

ବୈଜୟନ୍ତ ଜୟ ପଣ୍ଡା ଲେଖିଛନ୍ତି :
‘ଆମ ଦଳର ବରିଷ୍ଠ ନାରୀ ନେତ୍ରୀ, କୋରେଇର ପୂର୍ବତନ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସଞ୍ଚିତା ଅପାଙ୍କ ସହ ମୋର ବ୍ୟକ୍ତିଗତ ଓ ରାଜନୈତିକ ପରିଚୟ ଥିଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।’
ତାଙ୍କ ଦେହାବସାନର ଖବର ପ୍ରସାରିତ ହେବା ପରେ ରାଜ୍ୟର ମନ୍ତ୍ରୀ, ସାଂସଦ ବିଧାୟକ ତଥା ବିଧାୟିକା ଓ ରାଜନେତାମାନେ ଶୋକପ୍ରକାଶ କରିଛନ୍ତି । ‘ଆମ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କୋରାଇ ବିଧାୟିକା ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ମହାନ୍ତିଙ୍କ ଆତ୍ମାର ସଦଗତି କାମନା କରିବା ସହିତ ବନ୍ଧୁଜନ ଓ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ପ୍ରାର୍ଥନା କରିଛନ୍ତି ।’















