• Latest
  • Trending
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

Sep-15-2025 01:51 AM IST
ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

ନୂଆସମୀକରଣ ଚିନ୍ତାରେ ନବୀନ କାହା ସପକ୍ଷରେ କର୍ମୀ ?

Mar-29-2026 10:55 PM IST
ପାକିସ୍ତାନରେ ଦୁଇଦିନ ଲକଡାଉନ!

ପାକିସ୍ତାନରେ ଦୁଇଦିନ ଲକଡାଉନ!

Mar-29-2026 10:52 PM IST
ଆମେ ରାଜତନ୍ତ୍ର ସହିବୁନୁ 

ଆମେ ରାଜତନ୍ତ୍ର ସହିବୁନୁ 

Mar-29-2026 10:50 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
  • About
  • Careers
  • Contact Us
Monday, March 30, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ମନି ମ୍ୟାଟର୍ସ ୩ୟ MSME ସଂସ୍କରଣ

by M M
Sep-15-2025 01:51 AM IST
in ବଡ଼ ଖବର
0
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର,  ଡିଜିଟାଲ ପ୍ଲାଟଫର୍ମ ନିଉଜ ରୁମ ପକ୍ଷରୁ ମନି ମ୍ୟାଟର୍ସର ତୃତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଯାଇଛି । ଓଡ଼ିଶାର ବ୍ୟବସାୟୀମାନେ କିପରି ଜାତୀୟସ୍ତରରେ ପରିଚୟ ପାଇପାରିବେ, ସେମାନଙ୍କୁ କିପରି ସହଜରେ ଲୋନମିଳିପାରିବ, ବଜାରରେ କିପରି ଓଡ଼ିଶାର ସାମଗ୍ରୀର ବିକ୍ରି ବଢ଼ିବ ତାହା ଉପରେ ଅତିଥିମାନେ ମତ ରଖିଥିଲେ । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ ଯେ, ଜିଡିପିର ବଡ଼ ଯୋଗଦାନ ଏମଏସଏମଇ ସେକ୍ଟରରେ ରହିଛି । ଏହାର ଗ୍ରୋଥ ହେଲେ ବିକଶିତ ଭାରତ, ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ହେବ । ସ୍ବୟଂସହାୟକ ଗୋଷ୍ଠୀମାନେ ଆଜି ଯେଉଁଭଳି ଭାବରେ ଛୋଟ ଛୋଟ ଉଦ୍ୟୋଗ କରି ଲାଭବାନ ହେଉଛନ୍ତି ତାହା ଆଗାମୀ ଦିନରୁ ଓଡ଼ିଶାର ଅର୍ଥନୀତିକୁ ସୁଦୃଢ଼ କରିବ । ଆପଣଙ୍କର ଉତ୍ପାଦନ କ୍ଲାଲିଟି ଯେତେ ଭଲ ହେବ ବିଜିନେସ ସେତେ ଆଦୃତ ହେବ । ଯେଉଁ ଏମଏସଏମଇ ଗୁଡିକ ଭଲ କାମ କରୁଛନ୍ତି ତାଙ୍କୁ ପ୍ରୋତ୍ସାହନ ଦେବା ଏବଂ ବନ୍ଦ ପଡ଼ିଥିବା ଶିଳ୍ପକୁ ଚାଲୁ କରିବାକୁ ପଡିବ । ଏବେ ରାଜ୍ୟ ସରକାର ଜୈବିକ କୃଷିର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଥିବା ମନ୍ତ୍ରୀ କହିଥିଲେ ।
ଉଦ୍ୟୋଗୀମାନଙ୍କୁ ଶକ୍ତିଶାଳୀ କରିବା, ନୂଆ ଭାବନାକୁ ସୁଯୋଗ ସହିତ ଯୋଡ଼ିବା ଓ MSME (କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ) ବିକାଶ ପାଇଁ ନୂଆ ଦିଗ ଦେଖାଇବାର ଏକ ପ୍ଲାଟଫର୍ମ ବୋଲି ଏଥିରେ ଯୋଗଦେଇଥିବା ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।


ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ପ୍ରିୟଦର୍ଶୀ ବଳ, ନାସନାଲ ହେଡ, Pace Stock, ଏହି କନକ୍ଲେଭର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବୁଝାଇଥିଲେ। ବିଷୟ ଥିଲା “ଛୋଟ ବ୍ୟବସାୟ, ବଡ଼ ଚ୍ୟାଲେଞ୍ଜ – ଲୋନ ପାଇବାର ସହଜ ବାଟ”। ଏଥିରେ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ ପ୍ରଦ୍ୟୁମ୍ନ ଚୌଧୁରୀ, ରିଜିଓନାଲ ହେଡ, SIDBI ଓଡ଼ିଶା । ସେ କିପରି ଉଦ୍ୟୋଗୀମାନେ ଲୋନ ପାଇପାରିବେ ତାହା ଉପରେ କହିଥିଲେ ।
ପରବର୍ତ୍ତୀ ବିଷୟ ଥିଲା “କ୍ଷୁଦ୍ର ଶିଳ୍ପ, ବଡ଼ ସ୍ବପ୍ନ – ଆଗକୁ ଯିବ କି ଓଡ଼ିଶା?”। ଏଥିରେ ସାମିଲ ହୋଇଥିଲେ ପ୍ରଦୀପ ମହାନ୍ତି ଓ CA ପୁରୁଷୋତ୍ତମ ଲାଲ କଣ୍ଡୋଇ । ଆଲୋଚନାରେ ଯୋଗ ଦେଇ ଓଡ଼ିଶାର ଏମଏସଏମଇ କ୍ଷେତ୍ରର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ ।


ଏହାପରେ “କ୍ଷୁଦ୍ର ଶିଳ୍ପର ବିକାଶ – ଓଡ଼ିଶାର ସ୍ଥାନ କେଉଁଠି?” ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଅତିଥି ଭାବେ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ଏମଏସଏମଇ ମନ୍ତ୍ରୀ ସାମିଲ ହୋଇ ମତ ରଖିଥିଲେ। ରାଜ୍ୟରେ ଶିଳ୍ପ ପାଇଁ ଥିବା ସୁଯୋଗ ଉପରେ ମନ୍ତ୍ରୀ ଅନେକ ଉଦାହରଣ ଦେଇଥିଲେ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କିପରି ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ତାହା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସରକାରଙ୍କ ଲକ୍ଷ୍ୟ ଆତ୍ମନିର୍ଭର ଭାରତ, ଆତ୍ମନିର୍ଭର ଓଡ଼ିଶା , ତେଣୁ ସେହି ଦୃଷ୍ଟିରୁ ସରକାର କାମ କରୁଥିବା କହିଥିଲେ ମନ୍ତ୍ରୀ । ଶିଳ୍ପର ବିକାଶ ପାଇଁ କେବଳ ଡିଗ୍ରୀ ନୁହେଁ ସଠିକ ତାଲିମ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି କହିଥିଲେ । ଏପରି କରିପାରିଲେ ଷ୍ଟାର୍ଟ ଅପ୍ ସଫଳ ହେବ । ଏବେ ଯୁବକମାନେ ଷ୍ଟାର୍ଟ ଅପ୍ କରିବା ପାଇଁ ଆଗ୍ରହୀ ଥିବା ସେ କହିଛନ୍ତି । ମନ୍ତ୍ରୀ କହିଥିଲେ ଗତ ବର୍ଷ କେବଳ 275 ଜଣ ନୂଆ ଷ୍ଟାର୍ଟ ଅପ୍ ସୃଷ୍ଟି କରିଛନ୍ତି । ଯେଉଁମାନେ ଆତ୍ମନିର୍ଭର ହେବା ପାଇଁ ଚାହୁଁଛନ୍ତି ତାଙ୍କୁ ଆମେ ସମସ୍ତ ପ୍ରକାର ସାହାଯ୍ୟ କରୁଛୁ । ସରକାର ଜମି ଦେଉଛନ୍ତି, ସବସିଡ ଦେଉଛନ୍ତି, ପ୍ରଡକ୍ଟ ମଧ୍ୟ ବିକ୍ରି କରିବା ପାଇଁ ବଜାର ସୃଷ୍ଟି କରାଯାଉଛି । ଭୋକାଲ ଫର ଲୋକାଲ ଉପରେ ସରକାର ଗୁୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଉଦାହରଣ ଦେଇଥିଲେ ମନ୍ତ୍ରୀ । କହିଥିଲେ ଏହି ଯୋଜନା କୃଷକମାନଙ୍କୁ ସ୍ବାବଲମ୍ବୀ କରିପାରିଛି । ଯୁବ ଉଦ୍ୟୋଗୀଙ୍କୁ ସଫଳ କରିବା ପାଇଁ ସରକାର ଯତ୍ନବାନ ଥିବା ମନ୍ତ୍ରୀ କହିଥିଲେ ।


ଏହାପରେ “ବ୍ୟବସାୟ ପରିବେଶ – ସେଦିନର ଓଡ଼ିଶା, ଆଜିର ଓଡ଼ିଶା” ବିଷୟରେ ଆଲୋଚନା କରିଥିଲେ ପୃଥ୍ବୀରାଜ ହରିଚନ୍ଦନ, ମାନ୍ୟବର ଆଇନ ମନ୍ତ୍ରୀ ମନୋରଞ୍ଜନ ମିଶ୍ରଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।  ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ  ଓଡ଼ିଶାରେ ବ୍ୟବସାୟ କରିବା ପାଇଁ ଭଲ ସୁଯୋଗ ରହିଛି । ସରକାର ସବୁ ପ୍ରକାର ସାହାଯ୍ୟ ଦେଉଛନ୍ତି । ଯେଉଁମାନ ବାହାରୁ ଆସି ଏଠି ଶିଳ୍ପ ପ୍ରତିଷ୍ଠା କରୁଛନ୍ତି ସେମାନଙ୍କୁ ମଧ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି । ଓଡ଼ିଶା ଏବେ ଏମଏସଏମଇ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି । ଓଡ଼ିଶାର ଆର୍ଥିକ ଉନ୍ନତି ପାଇଁ ଉଦ୍ୟୋଗୀମାନଙ୍କୁ ସବୁ ପ୍ରକାର ସହଯୋଗ ସରକାର କରିବା ପାଇଁ ପ୍ରୟାସ କରୁଛନ୍ତି । ଯୁବପିଢ଼ି ଉଦ୍ୟୋଗୀ ବନିବା ପାଇଁ ଆଜି ସମୟର ଆବଶ୍ୟକତାକୁ ଅନଭୁବ କରିବା ଆବଶ୍ୟକ । ମନ୍ତ୍ରୀ ହରିଚନ୍ଦନ କହିଥିଲେ ଯେ, ଓଡ଼ିଶା ଆଗାମୀ ଦିନରେ ଆର୍ଥିକ ଉନ୍ନତି କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ପଛରେ ପକାଇବ । ଏଥିପାଇଁ ସରକାର ଅନେକ ନୂଆ ଯୋଜନା କରୁଛନ୍ତି । ଶିଳ୍ପାୟନ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସଂପାଦକ, ମନୋରଞ୍ଜନ ମିଶ୍ର ମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରିଥିଲେ ଯାହାର ସହଜ ଉତ୍ତର ଦେଇ ମନ୍ତ୍ରୀ ଏପରି କହିଥିଲେ ।
ଏହା ପରେ ଆଉ ଏକ ଆଲୋଚନା ହୋଇଥିଲା । “ଓଡ଼ିଶାର କ୍ଷୁଦ୍ର ଶିଳ୍ପ – ସାରା ଦେଶରେ କେମିତି ପାଇବ ପରିଚୟ?” ଏଥିରେ ସନ୍ଦୀପ ମୋର, ରିଜିଓନାଲ ହେଡ (ପୂର୍ବ), BSE, ଆଲୋଚନା କରି ନିଜର ମତ ରଖିଥିଲେ ।
ଏହାପରେ “ସ୍ୱଦେଶୀ ବନାମ ବିଦେଶୀ – ଆମ ନଜର କୁଆଡ଼େ? ବଞ୍ଚିବ ତ କ୍ଷୁଦ୍ର ଶିଳ୍ପ?” ଏଥିରେ ଅତିଥି ଭାବେ ଯୋଗଦେଇଥିଲେ ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥ ମନ୍ତ୍ରୀ, ଓଡ଼ିଶା ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ କେନ୍ଦ୍ରୀୟ MSME ମନ୍ତ୍ରୀ । ଏହି ଅଧିବେଶନରେ ସ୍ବଦେଶୀ ଦ୍ରବ୍ୟ, ବିଦେଶୀ ଦ୍ରବ୍ୟର ବ୍ୟବହାର ଚାହିଦାକୁ ନେଇ ଆଲୋଚନା ହୋଇଥିଲା । ଇଂରାଜୀ ଭାଷାକୁ ନେଇ ଅତିଥିମାନେ ମତ ରଖିଥିଲେ । ଭାଷା, ସାହିତ୍ୟ, ସଂସ୍କତି ପ୍ରଚାର ପ୍ରସାର ଉପରେ କହିଥିଲେ । ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଥିଲେ ସ୍ବାଧୀନତା ସହ ସ୍ବଦେଶୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଦିନେ ବ୍ରେନ ଡେଡ ହେଉଥିଲା ଏବେ ବ୍ରେନ ଗ୍ରେନ ହେଉଛି । ସ୍ବଦେଶୀ ସାମଗ୍ରୀ ଯେତେ ଅଧିକ ବ୍ୟବହାର ହେବ ଦେଶର ଅର୍ଥନୀତି ସେତେ ଅଧିକ ବୃଦ୍ଧି ପାଇବ । ସ୍ବଦେଶୀ ଜିନିଷ କିଣିବା ଦ୍ବାରା ଆମ ଦେଶର ଶକ୍ତି ବୃଦ୍ଧି ହେବ । ଆମ ସେନାର ଶକ୍ତି ବୃଦ୍ଧି ହେବ । ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଥିଲେ ଯେ ଯାହା ଆମ ପାଖରେ ଅଛି ତାହା ସ୍ବଦେଶୀ । ଆମଠୁ ଦୂରରେ ପ୍ରସ୍ତୁତି ହେଉଥିବା ଜିନିଷ ବିଦେଶୀ । ତେଣୁ ଆଜି ଆମେ ଏପରି ଭାବନାରେ ଉନ୍ନତି କରିପାରିବ ନାହିଁ । ମୁକ୍ତ ଅର୍ଥନୀତି ହେଲେ ରାଜ୍ୟ ଆଗେଇବ, ଦେଶ ଆଗେଇବ । ଭଲ ଜିନିଷ, କମ ଦାମରେ ହେଲେ ଲୋକେ କିଣିବେ, ବିକିବେ ।

ବିଶେଷ କରି ଏହି କନକ୍ଲେଭରେ ମାଇକ୍ରୋ, ସ୍ମଲ୍ ଆଣ୍ଡ ମିଡିଅମ ଏଣ୍ଟରପ୍ରାଇଜେସ ସଫଳ ହେବା ପାଇଁ ଅତିଥିମାନେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଆଲୋଚନା ହୋଇଥିଲା । ଏହି କ୍ଷେତ୍ରପାଇଁ ଏକ ସ୍ପଷ୍ଟ ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବା,  ଲକ୍ଷ୍ୟ, ବଜାର ବିଶ୍ଲେଷଣ ଓ ଆର୍ଥିକ ଯୋଜନା ଉପରେ ଗୁରୁତ୍ବ ଦେବା ଉପରେ ଅତିଥିମାନେ ଆଲୋଚନା କରିଥିଲେ । ବଜାରର ଚାହିଦା ଓ ଗ୍ରାହକଙ୍କ ଆବଶ୍ୟକତା ବୁଝି ଉତ୍ପାଦ ବା ସେବା ଦେବା ଉପରେ ମତ ରଖିଥିଲେ । ଦ୍ରବ୍ୟ ଓ ସାମଗ୍ରୀର ଗୁଣବତ୍ତା ଓ ଗ୍ରାହକ ସେବା ଉପରେ ଗୁରୁତ୍ୱ ଦେବାପାଇଁ ଆଲୋଚନା ହୋଇଥିଲା । ସବୁଠୁ ବଡ଼ ଗ୍ରାହକଙ୍କ ବିଶ୍ୱାସ ଅର୍ଜନ କରିପାରିଲେ ବ୍ୟବସାୟ ସଫଳ ହେବ ।  ଆର୍ଥିକ ପରିଚାଳନା, ସରକାରୀ ଯୋଜନା ଓ ଋଣ ସୁବିଧା ବ୍ୟବହାର, ମାର୍କେଟିଂ ଉପରେ ମତ ରଖିଥିଲେ ଅତିଥି । ଯୁବ ଉଦ୍ୟୋଗୀମାନେ ନିଜର ଦକ୍ଷତା ବୃଦ୍ଧି ପାଇଁ ତାଲିମ ନେବା ଓ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଗ୍ରହଣ କଲେ ଏମଏସଏମଇ ନିଶ୍ଚିତ ଭାବେ ସଫଳ ହେବ ଏହା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 30, 2026, 4:22 AM
 

S
Partly cloudy
26°C
2.3 m/s
Apparent: 31°C
Pressure: 1006 mb
Humidity: 87%
Winds: 2.3 m/s S
Windgusts: 11.4 m/s
UV-Index: 0
Precip.: 0mm /5% / Rain
Sunrise: 5:41 AM
Sunset: 6:00 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom