• Latest
  • Trending
ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

August 10, 2024

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
  • About
  • Careers
  • Contact Us
Friday, August 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ମୋଟର ସାଇକେଲ ଭଗାଂରୁଜା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

by M M
August 10, 2024
in ବଡ଼ ଖବର, ରାଜ୍ୟ
0
ଛଣଗିରି ଗ୍ରାମରେ ଗୋ ଚାଲାଣକୁ ନେଇ ଦୁଇ ସଂମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା
491
SHARES
1.4k
VIEWS
Share on FacebookShare on Twitter

ଖୋର୍ଦ୍ଧା : ଦିନକୁ ଦିନ ରାଜ୍ୟରେ ବଢ଼ୁଛି ଗୋ ଚାଲାଣ । ପ୍ରତିବାଦ କଲେ ଗୋ ଚାଲାଣକାରୀମାନେ ଆକ୍ରମଣ କରି ଧନଜୀବନ ନଷ୍ଟ କରୁଛନ୍ତି । ଗୋସେବକମାନେ ଆକ୍ରମଣର ଶିକାର ହେଉଛନ୍ତି । ଅଭିଯୋଗ କଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଗୋସେବକମାନେ ଅଭିଯୋଗ କରୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛଗଗିରି ଗ୍ରାମରେ ଦେଖିବାକୁ ମିଳିଛି । ଗୋଚାଲାଣକୁ ବିରୋଧ କରିବାକୁ  ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି । ଗୋଚାଲାଣକୁ ବିରୋଧ କରିବାକୁ ହିନ୍ଦୁ ଓ ସଂଖ୍ୟାଲଘୁ ସଂମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ ଜଣେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ବ୍ୟକ୍ତି ଓଗାଳପୁର ଗ୍ରାମରୁ ଗୋରୁଵୋଝେଇ କରି ଫେରୁଥିବା ଖବର ପାଇବା ପରେ କିଛି ସ୍ଥାନୀୟ ବ୍ୟକ୍ତି ତାହାକୁ ବିରୋଧ କରିଥିଲେ । ଏହା ପରେ ଯୁକ୍ତି ତର୍କ ହୋଇଥିଲା । ଖବର ପାଇ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳରର କର୍ମକର୍ତ୍ତା ମାନେ ଛଣଗିରି ଗାଁ ରାସ୍ତାରେ ପହଁଚି ସେମାନଙ୍କୁ ପଚାରିବାରେ ସଂଖ୍ୟାଲଘୁ ସଂମ୍ପ୍ରଦାୟ ର କେତେକ ଯୁବକ ହଠାତ ସେଠାରେ ପହଁଚି ମାଡପିଟ ଆରମ୍ଭ କରିଥିଲେ । ହିନ୍ଦୁ ସଂଗଠନର ଯୁବକମାନଙ୍କ ଗାଡ଼ି ଭାଙ୍ଗିଦେଇଥିଲେ ।  ସଂଖ୍ୟାଲଘୁ ସଂମ୍ପ୍ରଦାୟ ର ଲୋକେ ମାରଣାସ୍ତ୍ର ଧରି ମିଳିତ ଭାବରେ ଆକ୍ରମଣ କରିଥିଲେ। ଆକ୍ରମଣରେ ହିନ୍ଦୁ ସଂଗଠନର ୧୮ଟି ମୋଟର ସାଇକେଲକୁ ସଂପୂର୍ଣ୍ଣ ଭାଗିଂ ଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଁଚିଥିଲା । ପରେ ସେମାନେ ଖସି ପଳାଇଥିଲେ । ଅଭିଯୋଗ ପରେ  ଖୋର୍ଦ୍ଧା ଏସଡିପିଓ ପହଞ୍ଚି ଥିଲେ । ଏହି ଘଟଣାର ପ୍ରତିବାଦରେ ହିନ୍ଦୁ ସଂଗଠନ ଓ ବଜରଙ୍ଗ ଦଳର ସଦସ୍ୟ ମାନେ ପ୍ରଥମେ ନୂଆ ଜଗନ୍ନାଥ ସଡକ ଛଣଗିରି ଛକ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି  ନ୍ୟାୟ ଦାବି କରିବା ସହ ହିଂସାକାଣ୍ଡ ଘଟାଇ ବାଇକ ଭାଙ୍ଗିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।  ଉତ୍ତେଜନା ବେଳେ ଗାଡିମୋଟର ଦୋକାନ ବଜାର ଘର ଭଗାଂରୁଜା ହୋଇଥିବା ଦେଖିବାକୁ ମିଳିଛି । ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ସଂଗଠନ ପକ୍ଷରୁ ଦାବି ଜୋର ଧରିଥିଲା। ହିନ୍ଦୁ ସଂଗଠନ ପକ୍ଷରୁ ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ରାସ୍ତା ଅବରୋଧ ହୋଇଥିଲା। ଶତାଧିକ ଲୋକେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଦିର୍ଘ ୪ଘଣ୍ଟା ଧରି ଗାଡିମୋଟର ଅଟକି ରହିଥିଲା। ଘଟଣା ସ୍ଥଳରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା ଏସ୍ପି ଓ ଅତିରିକ୍ତ ଏସ୍ଢି ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କ ସହିତ ଆଲୋଚନା କରି ବୁଝାଶୁଝା କରିଥିଲେ। ସଂନ୍ଧ୍ୟା ୬ଟରୁ ୧୬ନମ୍ବ ଜାତୀୟ ରାଜପଥ ୪ଘଣ୍ଟା ଧରି ଅବରୋଧ ହୋଇଥିଲା। ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାଶ ଗୋମାଫିଆ ମାନଙ୍କ ସହିତ ସମ୍ପର୍କ ରଖି ଗୋ ରକ୍ଷକ ମାନଙ୍କ ନାମରେ ମାମଲା ରୁଜୁ କରୁଥିବା ଅଭିଯୋଗ କରାଯାଇଛି । ସାମ୍ପ୍ରଦାୟିକ ମାଡପିଟ ଘଟଣାରେ ଜଣେ ଗୋରକ୍ଷକ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସମସ୍ତ ମେଡ଼ିକାଲ ଖର୍ଚ୍ଚ ପ୍ରଶାସନ ବହନ କରିବାକୁ ଦାବି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅତିରିକ୍ତ ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂପୂର୍ଣ୍ଣ ଭାବରେ ଗୋଚାଲାଣ ବନ୍ଦ କରିବାକୁ ଖୋର୍ଦ୍ଧା ବିଧାୟକ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

Weather

Bhubaneswar
August 8, 2025, 5:03 am
 

SSW
Slight rain
27°C
0.7 m/s
Apparent: 33°C
Pressure: 1006 mb
Humidity: 88%
Winds: 0.7 m/s SSW
Windgusts: 4.8 m/s
UV-Index: 1.6
Precip.: 20.3mm /83% / Rain
Sunrise: 5:24 am
Sunset: 6:20 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom