• Latest
  • Trending
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏମିତି ସବୁ ପ୍ରଶ୍ନ କଲେ ମହିଳା କ୍ରିକେଟ ଟିମ୍

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏମିତି ସବୁ ପ୍ରଶ୍ନ କଲେ ମହିଳା କ୍ରିକେଟ ଟିମ୍

Nov-06-2025 03:53 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏମିତି ସବୁ ପ୍ରଶ୍ନ କଲେ ମହିଳା କ୍ରିକେଟ ଟିମ୍

by M M
Nov-06-2025 03:53 PM IST
in ଖେଳ
0
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏମିତି ସବୁ ପ୍ରଶ୍ନ କଲେ ମହିଳା କ୍ରିକେଟ ଟିମ୍
491
SHARES
1.4k
VIEWS
Share on FacebookShare on Twitter

ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍  ଟାଇଟଲ୍ ହାସଲ କରିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ଖେଳାଳିମାନେ ନଭେମ୍ବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ଲୋକ କଲ୍ୟାଣ ମାର୍ଗରେ ଭେଟିଥିଲେ। ଏହି ସାକ୍ଷାତ ସମୟରେ  ହୋଇଥିବା କଥାବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି । ବିଶ୍ୱ ବିଜେତା ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ଅବସରରେ ୨୦୧୭ ମସିହାର ସ୍ମୃତିକୁ ମନେ ପକାଇ କହିଥିଲେ ଯେ ସେତେବେଳେ ସେମାନେ ଟ୍ରଫି ବିନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ଆଜି ସେମାନେ ଟ୍ରଫି ସହିତ ଆସିଛନ୍ତି ଏବଂ ତାଙ୍କର ଇଚ୍ଛା ରହିଛି ଯେ “ଏପରି ସାକ୍ଷାତ ବାରମ୍ବାର ହେଉ।” ସେହିପରି, ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ସେ ସର୍ବଦା ଖେଳାଳିମାନଙ୍କୁ ପ୍ରେରଣା ଦେଇଛନ୍ତି ଏବଂ ଆଜି ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଅତୁଳନୀୟ। ଅଲରାଉଣ୍ଡର ଦୀପ୍ତି ଶର୍ମା କହିଥିଲେ ଯେ ସେ ଦୀର୍ଘ ଦିନ ହେବ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ। ସେ ୨୦୧୭ କଥା ମନେ ପକାଇ କହିଲେ ଯେ ପ୍ରଧାନମନ୍ତ୍ରୀ ସେତେବେଳେ କହିଥିଲେ, “ପରିଶ୍ରମ କରୁଥାଅ, ଦିନେ ସ୍ୱପ୍ନ ପୂରଣ ହେବ।” ଆଜି ସେହି ସ୍ୱପ୍ନ ସତ ହୋଇଛି।

କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଦୀପ୍ତିଙ୍କର ‘ଜୟ ଶ୍ରୀ ରାମ’ ଇନଷ୍ଟାଗ୍ରାମ ପୋଷ୍ଟ ଏବଂ ତାଙ୍କ ହାତରେ ଥିବା ଭଗବାନ ହନୁମାନଙ୍କ ଟାଟୁ ବିଷୟରେ ଜାଣିବାକୁ ଚାହିଁଥିଲେ। ସେ ପଚାରିଥିଲେ ଯେ “ଆପଣ ଯେଉଁ ଟାଟୁ ଲଗାଇ ବୁଲୁଛନ୍ତି ତା’ର ମହତ୍ତ୍ୱ କ’ଣ?” ଉତ୍ତରରେ ଦୀପ୍ତି ହସି କହିଥିଲେ, “ଏହା ମୋତେ ଶକ୍ତି ଦିଏ।” ପିଏମ୍ ମୋଦୀ ଅଧିନାୟିକା ହରମନପ୍ରୀତଙ୍କୁ ପଚାରିଥିଲେ ଯେ ସେ ବିଜୟ ପରେ ବଲ୍‌କୁ କାହିଁକି ନିଜ ପକେଟ୍‌ରେ ରଖିଲେ? ଏହାର ଜବାବରେ ହରମନପ୍ରୀତ କହିଥିଲେ, “ଏବେ ଏହା ମୋ ପାଖରେ ଅଛି, ତେଣୁ ଏହା ମୋ ପାଖରେ ହିଁ ରହିବ। ଏବେ ବି ମୋ ବ୍ୟାଗରେ ଅଛି।”

ସେହିପରି, ଶେଫାଳୀ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ ସେ କ୍ୟାଚ୍ ଛାଡିବା ପୂର୍ବରୁ କାହିଁକି ହସୁଥିଲେ? ଏହାର ଉତ୍ତରରେ ଯୁବ ଷ୍ଟାର ଖେଳାଳି ଜଣକ କହିଥିଲେ, “ମୁଁ ମନେ ମନେ କହୁଥିଲି, ‘ଆ’ ଯା କ୍ୟାଚ୍ ମୋ ପାଖକୁ,’ ଆଉ ତାହା ହୋଇଗଲା, ସେଥିପାଇଁ ମୋତେ ହସ ଆସିଲା ଯେ ବଲ୍ ମୋ ହାତକୁ ଆସିଗଲା।”

ଅଧିନାୟିକା ହରମନପ୍ରୀତ କୌର ୨୦୧୭ରେ ଟ୍ରଫି ବିନା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଏବଂ ବର୍ତ୍ତମାନ ଟ୍ରଫି ସହିତ ଭେଟିବା ମଧ୍ୟରେ ଥିବା ପାର୍ଥକ୍ୟ ଉପରେ ଆଲୋକପାତ କରି ଆଗାମୀ ଦିନରେ କିପରି ଅଧିକ ସଫଳତା ପାଇବେ ବୋଲି ପଚାରିଥିଲେ। ଉତ୍ତରରେ ମୋଦି କହିଥିଲେ: “ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଲୋକଙ୍କର ଜୀବନ ସହ ଜଡ଼ିତ। ଆପଣମାନେ ଯେଉଁ ବଡ଼ କାମ କରିଛନ୍ତି, ତାହା ସାରା ଦେଶକୁ ଖୁସି ଦେଇଛି।” ସେ ଦଳର ମାନସିକ ଦୃଢ଼ତା କୁ ପ୍ରଶଂସା କରିଥିଲେ।

ଦଳ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ନାମର ସଂକ୍ଷିପ୍ତ ରୂପ ନମୋ ନମ୍ବର ଲେଖାଥିବା ଏକ ସ୍ୱତନ୍ତ୍ର ଜର୍ସି ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ଶେଷରେ ଖେଳାଳିମାନଙ୍କୁ ନିଜ ନିଜ ସ୍କୁଲକୁ ଯାଇ ଯୁବ ପିଢ଼ିଙ୍କୁ ପ୍ରେରଣା ଦେବାକୁ ଏବଂ ‘ଫିଟ୍ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

ଦଳର ଷ୍ଟାର୍ ଖେଳାଳି ହରଲୀନ୍ ଦେଓଲ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ ଯେ ଏତେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସତ୍ତ୍ୱେ ପ୍ରଧାନମନ୍ତ୍ରୀ କିପରି ଏତେ ଉଜ୍ଜ୍ୱଳ ଏବଂ ଫିଟ୍ ରୁହନ୍ତି ଏବଂ ତାଙ୍କର ‘ସ୍କିନ୍‌କେୟାର୍ ରୁଟିନ୍’ କ’ଣ? ଏହି ପ୍ରଶ୍ନ ଶୁଣି ପ୍ରଧାନମନ୍ତ୍ରୀ ମୋଦି ଜୋର୍‌ରେ ହସିଥିଲେ ଏବଂ ଉତ୍ତରରେ କହିଥିଲେ ଯେ, “ମୋର ଏହି ବିଷୟ ଉପରେ କେବେ ବିଶେଷ ଧ୍ୟାନ ଯାଇନାହିଁ।” ତେବେ ପରେ ସେ ଯୋଡ଼ିଥିଲେ ଯେ ସାଧାରଣ ଲୋକଙ୍କର ଭଲପାଇବା ଏବଂ ଆଶୀର୍ବାଦ ତାଙ୍କୁ ସର୍ବଦା ଶକ୍ତି ଏବଂ ଉତ୍ସାହ ଦେଇଥାଏ।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 9:38 PM
 

S
Overcast
26°C
1.6 m/s
Apparent: 30°C
Pressure: 1009 mb
Humidity: 85%
Winds: 1.6 m/s S
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom