ନିର୍ବାଚନ ସରିଛି । ତେବେ କିଛି ପ୍ରାର୍ଥୀଙ୍କ ବିଜକୁ ନେଇ ମାମଲା ଚାଲିଛି । ଏଥିରେ ଅଛନ୍ତି ବିଧାୟକ ଅରୁଣ ସାହୁ । ତାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ । ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ହାଇକୋର୍ଟରେ ମାମଲା କରିଥିଲେ। ମାମଲାକୁ ଗ୍ରହଣ କରି କୋର୍ଟ ପ୍ରତିପକ୍ଷ ଅରୁଣ ସାହୁଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାର ସଂଭାବନା ରହିଛି ।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








