• Latest
  • Trending
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 5, 2025
ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି  ସଂସ୍କାର GST

ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ସଂସ୍କାର GST

September 5, 2025
‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

September 5, 2025
ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

September 5, 2025
ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

ଓଟିଇଟି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ଆମେ ବିଚାର କରୁଛୁ

September 4, 2025
  • About
  • Careers
  • Contact Us
Monday, September 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

by M M
September 8, 2025
in ଖେଳ
0
ଭାରତ ଏସିଆ କପ୍ ହକି ଚାମ୍ପିଆନ୍
491
SHARES
1.4k
VIEWS
Share on FacebookShare on Twitter

ଭାରତୀୟ ହକି ଦଳ ଫାଇନାଲରେ ସାଉଥ କୋରିଆକୁ ପରାସ୍ତ କରିଛି ।  ଆସନ୍ତାବର୍ଷର ଏଫ‌୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍‌ ଟିକେଟ୍ ଅର୍ଜନ କରିନେଇଛି। ରବିବାର ରାତିରେ ଖେଳାଯାଇଥିବା ଫାଇନାଲ୍‌ରେ ଅପ୍ରତିଦ୍ବନ୍ଦ୍ବୀ ଭାରତ ୪-୧ ଗୋଲ୍‌ରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ଚତୁର୍ଥ ଥର ପାଇଁ ଏହି ମହାଦେଶୀୟ ମୁକୁଟ ଅର୍ଜନ କରିଛି।

ହର୍ମନପ୍ରୀତ୍ ସିଂହଙ୍କ ଦଳ ୮ ବର୍ଷ ପରେ ଭାରତକୁ ପୁଣି ଏସିଆ କପ୍‌ ବିଜୟର ସଫଳତା ଦେଇଛି। ଅନ୍ୟପକ୍ଷରେ ଷଷ୍ଠ ଥର ପାଇଁ ଏସିଆ କପ୍‌ ଜିତିବା ଲକ୍ଷ୍ୟରେ ଥିବା ଦକ୍ଷିଣ କୋରିଆର ସ୍ନପ୍ନକୁ ଭାରତ ଚୂରମାର୍ କରି ଦେଇଛି। ଘରୋଇ ଭାରତ ମଧ୍ୟ ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରି ଅପରାଜେୟ ଭାବେ ବିଜେତା ହୋଇଛି। ୭ ମ୍ୟାଚ୍‌ରୁ ୬ ଜିତିଥିବା ବେଳେ ଏକମାତ୍ର ଡ୍ର’(୨-୨) ସେହି ଦକ୍ଷିଣ କୋରିଆ ବିପକ୍ଷ ସୁପର୍‌-୪ ମ୍ୟାଚ୍‌ରୁ ମିଳିଥିଲା।

 

ଭାରତୀୟ ଦଳ ପ୍ରଥମ ମିନିଟ୍‌ ଭିତରେ ମାତ୍ର ୩୧ ସେକେଣ୍ଡ ଏହି ସୁନ୍ଦର ଫିଲ୍ଡ ଗୋଲ୍‌ଟି ଦେଇଥିଲେ ସୁଖଜିତ୍ ସିଂହ। ଭାରତ ପାଇଁ ବି ଏହା ଥିଲା ସବୁଠାରୁ ଦ୍ରୁତତମ। ଦ୍ବିତୀୟ କ୍ବାର୍ଟରରେ ଦିଲପ୍ରୀତ୍‌ ସିଂହ (୨୮ ମିନିଟ୍‌)ଙ୍କ ଗୋଲ୍ ଭାରତକୁ ୨-୦ରେ ଆଗୁଆ କରି ଦେଇଥିଲା। ସଂଜୟଙ୍କଠାରୁ ପାଇଥିବା ଫିଡ୍‌ରୁ ଫିକା ହେବାକୁ ‌ଦେଇ ନଥିଲେ ଦିଲପ୍ରୀତ୍‌।

ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୨-୦ରେ ଆଗୁଆ ହୋଇ ଟ୍ରଫିରେ ଗୋଟିଏ ହାତ ରଖି ଦେଇଥିଲା। ତୃତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିବାକୁ ଯାଉଥିବା ବେଳେ ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ଅଗ୍ନେୟ ହିଟ୍‌ ସର୍କଲ ଭିତରେ ପହଞ୍ଚିବା ପରେ ଦିଲପ୍ରୀତ୍‌ (୪୫ ମିନିଟ୍‌) ଏହାକୁ କୋରିଆ ଗୋଲ୍‌ ପୋଷ୍ଟକୁ ପଠାଇ ଦେଇଥିଲେ।

ଚତୁର୍ଥ କ୍ବାର୍ଟରରେ ଓଡ଼ିଆ ପୁଅ ଅମିତ ରୋହିଦାସ (୫୦ ମିନିଟ୍‌) ପେନାଲ୍ଟି କର୍ଣ୍ଣରରୁ ମାରିଥିବା ହିଟ୍‌ ଗୋଲିଙ୍କ ବାମ କର୍ଣ୍ଣରକୁ ପ୍ରବେଶ କରିବା ପୂର୍ବରୁ ଅନ୍ୟୁନ ୩/୪ ଜଣ କୋରିଆ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇଥିଲା। କୋରିଆ ପାଇଁ ଶେଷକୁ ଏକମାତ୍ର ସାନ୍ତ୍ବନାମୂଳକ ଗୋଲଟି ପେନାଲ୍ଟି କର୍ଣ୍ଣରରୁ ଦେଇଥିଲେ ଡାଏନ୍‌ ସନ୍ (୫୧ ମିନିଟ୍‌)। ସୁଖଜିତ୍ ଫାଇନାଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ ପୂର୍ବରୁ କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ମଧ୍ୟ ମାଲେସିଆ ୪-୧ ଗୋଲ୍‌ରେ ଚୀନ୍‌କୁ ହରାଇ ଦେଇଥିଲା।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

Weather

Bhubaneswar
September 8, 2025, 11:35 am
 

SE
Slight rain showers
31°C
2.7 m/s
Apparent: 34°C
Pressure: 1006 mb
Humidity: 94%
Winds: 2.7 m/s SE
Windgusts: 6.1 m/s
UV-Index: 0
Precip.: 2.5mm /75% / Rain
Sunrise: 5:32 am
Sunset: 5:56 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom