ଆଜି ମଙ୍ଗଳବାର, ୧୭ ଫେବୃଆରୀ ୨୦୨୬। ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶିର ସଂକ୍ଷିପ୍ତ ରାଶିଫଳ ନିମ୍ନରେ ଦିଆଗଲା:
ମେଷ (Aries):
ମନୋବଳ ଦୃଢ଼ ରହିବ। ବ୍ୟବସାୟ ବଢ଼ାଇବା ପାଇଁ କୌଣସି ନୂଆ ନିୟମ ଆପଣଙ୍କ ସମ୍ମୁଖକୁ ଆସିପାରେ। ଲାଗି ରହିଥିବା କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ବୃଷ (Taurus):
ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଅତ୍ୟନ୍ତ ଲାଭପ୍ରଦ ରହିବ। ଭୂସମ୍ପତ୍ତି କିଣିବାର ଯୋଗ ରହିଛି। ସନ୍ତାନମାନଙ୍କଠାରୁ ଶୁଭ ଖବର ପାଇବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଶୁଭ।
ମିଥୁନ (Gemini):
ଆଜି କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାୟିତ୍ୱ ଦିଆଯାଇପାରେ। ବ୍ୟବସାୟରେ ମଧ୍ୟ ଉନ୍ନତି ହେବ।
କର୍କଟ (Cancer):
ଆଜି ଆପଣ ଏମିତି କିଛି ହାସଲ କରିବେ ଯାହା ପାଇଁ ବହୁତ ଦିନରୁ ଅପେକ୍ଷା କରିଥିଲେ। ଲୋକେ ଆପଣଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହେବେ। ବନ୍ଧୁଙ୍କ ସହ ସମୟ ଅତିବାହିତ କରିବେ।
ସିଂହ (Leo):
ପରିବାରରେ ଆନନ୍ଦର ବାତାବରଣ ରହିବ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଆସିବ। ବ୍ୟବସାୟରେ ଅର୍ଡ଼ର ସପ୍ଲାଇ କ୍ଷେତ୍ରରେ ଉନ୍ନତି ପାଇବେ।
କନ୍ୟା (Virgo):
ଆଜି ଆପଣ ପୁରୁଣା ଚିନ୍ତାଧାରା ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ତୁଳା (Libra):
ଆତ୍ମବିଶ୍ୱାସର ସ୍ତର ବୃଦ୍ଧି ପାଇବ। ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ। ସମ୍ପର୍କରେ ଲାଗି ରହିଥିବା ତିକ୍ତତା ଆଜି ଦୂର ହୋଇପାରେ।
ବିଛା (Scorpio):
ପରିଶ୍ରମର ଫଳ ନିଶ୍ଚୟ ପାଇବେ। ପ୍ରେମୀ ଯୁଗଳ ପରସ୍ପରର ଭାବନାକୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ଓ ଡାକ୍ତରୀ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭପ୍ରଦ।
ଧନୁ (Sagittarius):
ଚାକିରିଜୀବୀଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହ କୌଣସି ବିଶେଷ ବିଷୟରେ ଆଲୋଚନା କରିପାରନ୍ତି। ଅଯଥା ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ମକର (Capricorn):
ମନ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ପରାମର୍ଶ ଆପଣଙ୍କ କ୍ୟାରିୟରର ଦିଗ ବଦଳାଇ ଦେଇପାରେ। ସହପାଠୀଙ୍କ ସହଯୋଗ ମିଳିବ।
କୁମ୍ଭ (Aquarius):
ବ୍ୟବସାୟ ଓ କାରବାରରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ଥିବା ଲୋକଙ୍କ ସାମାଜିକ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ।
















