• Latest
  • Trending
ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

Sep-24-2025 10:26 AM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
  • About
  • Careers
  • Contact Us
Wednesday, March 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ

by M M
Sep-24-2025 10:26 AM IST
in ରାଜ୍ୟ
0
ଦୁଇଟି ସ୍ତ୍ରୀଙ୍କୁ କେମିତି ହତ୍ୟା କରିଥିଲା ପୋଲିସ ଚାକିରି କରିଥିବା ଦୀପକ ରାଉତ
491
SHARES
1.4k
VIEWS
Share on FacebookShare on Twitter

ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ଦୁଇଜଣ ମହିଳାଙ୍କୁ ହତ୍ୟା କରିଛି ।  ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିବା ବେଳେ ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲେ ।

ଅପର୍ଣ୍ଣା ପ୍ରିୟଦର୍ଶିନୀ ୨୦୨୨ ମସିହାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୀପକ କହୁଥିଲେ ବି ତାଙ୍କୁ ଯୋଜନାବଦ୍ଧ ‌ହତ୍ୟା ହୋଇଥିବା ନେଇ ଆଜି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି | ବାସ୍ତବରେ ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା । କିନ୍ତୁ ସତ ସାମନାକୁ ଆସିନଥିଲା ।

ତଦନ୍ତ ସମୟରେ ଟ୍ରକ୍ ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । କିନ୍ତୁ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣା ଦିନ ରାଉରକେଲାରେ ଥିବା ଜଣାପଡିଥିଲା । ତେଣୁ ଅପର୍ଣ୍ଣାଙ୍କ ହତ୍ୟା କାହିଁକି ହୋଇଥିଲା ଏବଂ କାହା ସ୍ୱାର୍ଥରେ ହତ୍ୟାକୁ ଲୁଚାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହେବା ଦରକାର ବୋଲି କହି ପୂର୍ବ ବିଜେଡ଼ି ସରକାରକୁ ଟାର୍ଗେଟ କରିଥିଲେ ପୃଥ୍ୱୀରାଜ ।

ସୂଚନା ଅନୁସାରେ ଅପର୍ଣ୍ଣା ଓ ଦୀପକଙ୍କ ବିବାହ ୨୦୧୮ ମସିହା ଏପ୍ରିଲ୍‌ ୨୫ ତାରିଖରେ ହୋଇଥିଲା। ମାଟ୍ରିମୋନିଆଲ୍‌ ସାଇଟ୍‌‌ରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହେବା ପରେ ବିବାହ ହୋଇଥିଲା। ବିବାହର ଦୁଇରୁ ତିନିମାସ ପରଠୁ ବିବାଦ ଲାଗି ରହିଥିଲା। ଦୀପକଙ୍କ ସହିତ ତାଙ୍କ ମା’ ଓ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ତାଙ୍କର ଜଣେ ଧରମ ଭଉଣୀ ମିଳିତ ଭାବେ ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ଅପର୍ଣ୍ଣା ନାମରେ ଋଣ କରି ସେହି ଟଙ୍କାକୁ ଦୁଇଟି ଭିନ୍ନଭିନ୍ନ ବ୍ୟବସାୟରେ ଲଗାଇଥିଲେ। ଏଭଳିସ୍ଥିତିରେ ଅପର୍ଣ୍ଣାଙ୍କ ପ୍ରଥମ ଗର୍ଭ ମଧ୍ୟ ନଷ୍ଟ ହୋଇଯାଇଥିଲା। ମୃତ୍ୟୁର ୬ମାସ ପୂର୍ବରୁ ସେ ପୁଣି ଥରେ ଗର୍ଭବତୀ ହୋଇଥିଲେ।

ଦୀପକ ରାଉତ ଇନ୍ସ୍ୟୁରାନସ ଲୋଭରେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ଘଟଣାକୁ ରି ଓପନ କରି ତଦନ୍ତ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯେଉଁ ଟ୍ରକ୍ କଥା କୁହାଯାଇଛି ସେ ଟ୍ରକ୍ ସେଠାରେ ନଥିଲା। ତେଣୁ କାହା ପୃଷ୍ଟ ପୋଷକତାରେ ଏସବୁ ଚାଲିଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ ଗିରଫ କରଯାଇଛି। ସବୁ ପ୍ରମାଣ ମିଳିଛି। କିନ୍ତୁ ୨୦୨୨ ଘଟଣାର ଏପର୍ଯ୍ୟନ୍ତ ସତ୍ୟ ସାମ୍ନାକୁ ଆସିଲା ନାହିଁ।

-୨୦୨୨ ମାର୍ଚ୍ଚ ୧୭ ତାରିଖ ରାତି ପ୍ରାୟ ୮ଟାରେ ଖୁଣ୍ଟୁଣୀ ନିକଟରେ ଅପର୍ଣ୍ଣା ଦୁର୍ଘଟଣାର ଶିକାର ହୋଇଥିବା ନେଇ ଦୀପକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଘର ଲୋକେ ଢେଙ୍କାନାଳରୁ ବାହାରିବା ସମୟରେ ପ୍ରଥମେ ସେ କଟକ ବଡ଼ଡାକ୍ତରଖାନାକୁ ଓ ପରେ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ନେଉଥିବା କହିଥିଲା। ହେଲେ ଡାକ୍ତରଖାନାରେ ପହଞ୍ଚବା ବେଳକୁ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇସାରିଥିଲା। ଦୀପକର କହିବାନୁସାରେ, କାର୍‌ର ଚକା ଲିକ୍‌ ହୋଇଯାଇଥିଲା। ସେ ଚକା ବଦଳାଉଥିବା ସମୟରେ ଅପର୍ଣ୍ଣା ମୋବାଇଲ୍‌ ଟର୍ଚ୍ଚ ଦେଖାଉଥିଲେ। ସେହି ସମୟରେ ଓଡି-୦୨-ଏସ୍‌-୩୪୮୬ ନମ୍ବର ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିବା କହିବା ପରେ ଖୁଣ୍ଟୁଣି ଥାନାରେ କେସ ନମ୍ବର ୭୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଆଉ ଦୀପକ ଚାଲାକି କରି ଅପର୍ଣ୍ଣାଙ୍କ ନାମରେ ଥିବା ବୀମା ଟଙ୍କା ହାତେଇ ନେଇଥିଲା |

Share196Tweet123
M M

M M

ଆଜିର ପାଗ

Bhubaneswar
March 18, 2026, 12:02 PM
 

SSW
Overcast
31°C
2.5 m/s
Apparent: 29°C
Pressure: 1011 mb
Humidity: 86%
Winds: 2.5 m/s SSW
Windgusts: 7.3 m/s
UV-Index: 0
Precip.: 0mm /38% / Rain
Sunrise: 5:52 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

March 16, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 16, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom