• Latest
  • Trending
ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି: ଜୟ ଢ଼ୋଲକିଆ

ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି: ଜୟ ଢ଼ୋଲକିଆ

Oct-15-2025 08:15 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି: ଜୟ ଢ଼ୋଲକିଆ

by M M
Oct-15-2025 08:15 PM IST
in ରାଜନୀତି, ରାଜ୍ୟ
0
ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି: ଜୟ ଢ଼ୋଲକିଆ
491
SHARES
1.4k
VIEWS
Share on FacebookShare on Twitter

ଆଜି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ତରଫରୁ ନୁଆପଡା ବିଧାସଭା ଆସନ ପାଇଁ  ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ ବିଜେପି ପ୍ରାର୍ଥୀ  ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଜୀଙ୍କ ଲୋକ କଲ୍ୟାଣକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଲୋକାଭିମୁଖୀ କାର୍ଯ୍ୟାଦେଶ ଓଡ଼ିଶାର କୋଣ ଅନୁକୋଣରେ ପହଂଚି ପାରିଛି । ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାରେ ଅନେକ ସାମାଜିକ କାର୍ଯ୍ୟ କରିଛନ୍ତି । ତାଙ୍କ ପଥକୁ ଅନୁସରଣ କରି ମୁଁ ନୂଆପଡ଼ାରେ ବିଗତ ୫ ବର୍ଷ ହେବ ବିଭିନ୍ନ ସମାଜ ସେବା କରି ଆସୁଛି ବୋଲି କହିଛନ୍ତି ଜୟ । ଏହି ଅଂଚଳର ବିକାଶ ପାଇଁ ବାପା ଅନେକ ସ୍ୱପ୍ନ ଦେଖିଥିଲେ ତାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରୁ ପ୍ରାର୍ଥୀ ହୋଇଛି । ମୋର ଅନ୍ତିମ ନିିଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାବାସୀଙ୍କ ସେବା କରିବି ବୋଲି ଶ୍ରୀ ଢୋଲିକିଆ କହିଛନ୍ତି ।
ଏହି ଅବସରରେ ଆୟୋଜିତ ମିଶ୍ରଣ ପର୍ବରେ କୋମନା ବ୍ଲକ ଏବଂ ଖରିଆର ରୋଡ ଏନଏସିର ଉପାଧ୍ୟକ୍ଷଙ୍କ ସମେତ ଅନେକ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନିର୍ବାଚିତ ଜନପ୍ରତିନିଧି ବିଜେପିରେ ସାମିଲ ହୋଇଥିଲେ ।  ଉଭୟ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ମିଶ୍ରଣ ପର୍ବରେ ଉପସ୍ଥିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ ବିଜେପି ଯାହା ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିଛି । ପୂର୍ବ ସରକାର ସମୟରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇ ନଥିଲା ସେସବୁର ସମାଧାନ ପାଇଁ ବିଜେପି ସରକାର କରିବ ।  ନୂଆପଡ଼ାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଆହୁରି କହିଥିଲେ ଯେ ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତ ଦଳ । ଏହା ଏକ ବିଚାରଧାରର ପାର୍ଟି । ସଂସଦରେ ପ୍ରାୟ ୪୦ ଜଣ ଆଦିବାସୀ ଓ ବନବାସୀ ସମ୍ପ୍ରଦାୟର ଭାଇ ଏବେ ସାଂସଦ ଅଛନ୍ତି । ଦଳ ପାଖରେ ଆଜି ସର୍ବାଧିକ ଆଦିବାସୀ ବିଧାୟକ ଅଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବେ ସାରା ବିଶ୍ୱର ନେତୃତ୍ୱ ନେଉଛନ୍ତି । ଯେଉଁ ଭାରତବର୍ଷକୁ ଦିନେ ଗରିବ ଦେଶ ବୋଲି କୁହାଯାଉଥିଲା, ଆଜି ମୋଦିଜୀ ୧୧ବର୍ଷ ଧରି ଅଖଣ୍ଡ ପରିଶ୍ରମ କରି ସେହି ଭାରତର ଅର୍ଥନୀତିକୁ ବିଶ୍ୱର ୪ ନମ୍ବର ସ୍ଥାନରେ ପହଂଚାଇପାରିଛନ୍ତି । ଚାଷୀଙ୍କ ରୋଜଗାରକୁ ଦୁଇଗୁଣା କରିବା ପାଇଁ ଧାନ କୁଇଂଟାଲ ୧୩୧୦ରୁ ୨୩୬୯ ଟଙ୍କା କରିଛନ୍ତି । ଏହା ଉପରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦେବା ପରେ ଧାନ କୁଇଂଟାଲ ପିଛା ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ପାଇଛି । ପିଏମ୍ କିଶାନ ଓ ସିଏମ୍ କିଶାନ ଯୋଜନାରେ ଚାଷୀଙ୍କ ଆକାଉଂଟକୁ ସିଧାସଳଖ ଟଙ୍କା ପଠାଯାଉଛି  ବୋଲି କହିଥିଲେ ମନମୋହନ ସାମଲ ।

ଶ୍ରୀ ସାମଲ ଆହୁରି କହିଥିଲେ ଯେ  ମା’ ଓ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି । ଫଳରେ ମା’ ଭଉଣୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଛି । ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶାର ମା’ ଭଉଣୀମାନେ ଏବେ ୧ ନମ୍ବର ହେଲେଣି । ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱାସ୍ଥ୍ୟବୀମା ସହ ୩୫୦୦ଟଙ୍କା ଭତା ପ୍ରଦାନ କରିବାର ପ୍ରତିଶ୍ରୁତି ପୂରଣ କରିଛି । ସବୁ ଗ୍ରାମରେ ପକ୍କା ସଡ଼କ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୭୫ ହଜାର କିଲୋମିଟର ରାସ୍ତା ଗଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ୧୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନୁଆ ଶିକ୍ଷା ନୀତି ଲାଗୁ କରି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ କରାଯାଇଛି ।

ଶ୍ରୀ ସାମଲ କହିଛନ୍ତି ଯେ, ଆଗାମୀ ଦିନରେ ନୂଆପଡ଼ାକୁ ରାଜ୍ୟ ୧ ନଂ ଜିଲ୍ଲାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିଜେ ଦାୟିତ୍ୱ ନେଇଛନ୍ତି । ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ନୂଆପଡ଼ାରେ ନିର୍ବାଚନ ପରେ ମେଡିକାଲ କଲେଜ ଖୋଲାଯିବ । ନୂଆପଡ଼ାରେ ଶିକ୍ଷାଠାରୁ ଆରମ୍ଭ କରି ଜଳସେଚନ, ଗମନାଗମନ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରାଯାଇ ସାମଗ୍ରିକ ବିକାଶ କରାଯିବ । ଏଠାକାର ଲୋକଙ୍କୁ ଯେପରି ଦାଦନ ଖଟିବାକୁ ଯିବେ ନାହିଁ, ସେଥିପାଇଁ ଶିଳ୍ପର ବିକାଶ କରାଯିବ । ପର୍ଯ୍ୟଟନ ଶିଳ୍ପ, ମତ୍ସ୍ୟ ଚାଷକୁ ଗୁରୁତ୍ୱ ଦିଆଯିବ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ନୂଆପଡ଼ାରେ ବିଜୟୀ ହୋଇପାରିଲେ ଏଠାକାର ମୌଳିକ ସମସ୍ୟାର ପରିବର୍ତନ ହେବ । ଏହି ନିର୍ବାଚନରେ ଐତିହାସିକ ବିଜୟ ଲାଭ କରାଇବା ପାଇଁ ଶ୍ରୀ ସାମଲ ନୂଆପଡ଼ାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରସନ୍ନ ପାଢୀ, ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଷ ରାମ ସିଂହ ଖୁଂଟିଆ, ସାଂସଦ ମାଳବିକା ଦେବୀ, ମାନ୍ୟବର ବିଧାୟକ ବାବୁ ସିଂ, ଇରାଶିଶ ଆଚାର୍ଯ୍ୟ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ଅର୍କ କେଶରୀ ଦେଓ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ଜିଲ୍ଲା ଉପସଭାପତି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 10:57 AM
 

SSE
Partly cloudy
31°C
2.5 m/s
Apparent: 31°C
Pressure: 1007 mb
Humidity: 87%
Winds: 2.5 m/s SSE
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom