ରାଜନୀତିରେ କେହି କାହାର ଚିରସ୍ଥାୟୀ ଶତ୍ରୁ ନୁହନ୍ତି କି ମିତ୍ର ନୁହନ୍ତି। ଏହି କଥାଟି ଏବେ ପୁଣି ଥରେ ପ୍ରମାଣିତ ହେବାକୁ ଯାଉଛି। କ୍ଷମତା ପାଇଁ ନିଜର ମୂଳ ବିଚାରଧାରାକୁ ଜଳାଞ୍ଜଳି ଦେଇ ଭିନ୍ନ ଭିନ୍ନ ମେଣ୍ଟର ଚିତ୍ର ଏବେ ସାମ୍ନାକୁ ଆସୁଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁଠି ବିଜେପି ଓ କଂଗ୍ରେସ ପରସ୍ପରକୁ ସମାଲୋଚନା କରୁଥିଲେ, ସେଠାରେ କିଛି ସ୍ଥାନୀୟ ସମୀକରଣରେ ସେମାନେ ଏକାଠି ହେଉଥିବା ଦେଖାଯାଉଛି।



















