ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଓଭାଲରେ ରୋହିତ ଶର୍ମା ଅର୍ଧଶତକ ହାସଲ କରିବା ପରେ 73 ରନ କରି ଆଉଟ ହୋଇଛନ୍ତି । ଟିମ ଇଣ୍ଡିଆକୁ ପ୍ରଥମରୁ ଝଟକା ଲାଗିଥିଲା । ଯେତେବେଳେ ଗିଲ 9 ରନରେ ଆଉଟ ହୋଇଥିଲେ ଆଉ ବିରାଟ କୋହଲି ଶୂନରେ ଆଉଟ ହୋଇଥିଲେ । ଆଜି ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ । କାରଣ ମ୍ୟାଚ୍ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବା ପାଇଁ କଠିନ ପରିଶ୍ରମ କରୁଛି। ସେପଟେ ଯଶସ୍ବୀ ଜୟସ୍ବାଲ ତୃତୀୟ ମ୍ୟଚରେ ଖେଳିବାକୁ ଅପେକ୍ଷା କରିଥିବା ବେଳେ ରୋହିତଙ୍କ ଅର୍ଧଶତକ ବଡ଼ ପ୍ରଶ୍ନ ଉଠାଇଛି ଜୟସ୍ବାଲଙ୍କ ପାଇଁ । କାରଣ ଜୟସ୍ବାଲ ହେଉଛନ୍ତି ସିରିଜର ତୃତୀୟ ଓପନର। ସେ ବ୍ୟାକଅପ ଭାବରେ ଦଳରେ ଅଛନ୍ତି।
ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ମାତ୍ର ୮ ରନ କରିଥିଲେ। ଆଜି ଯଦି ସେ ଭଲ ସ୍କୋର କରନ୍ତି ତେବେ ତୃତୀୟ ମ୍ୟାଚ ଖେଳିବା ନିଶ୍ଚିତ । ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ଖେଳିଛନ୍ତି ଜୟଶ୍ବାଲ । ରୋହିତ ଶର୍ମାଙ୍କ ଅବସର ପରେ, ସେ ଦଳର ନିୟମିତ ଓପନର ହେବେ ବୋଲି କୁହାଯାଉଛି। ଏଣୁ ରୋହିତ ଶର୍ମାଙ୍କ ଉପରେ ଚାପଥିଲା ।
ରୋହିତ ଆଡିଲେଡରେ ଛଅଟି ମ୍ୟାଚ ଖେଳି ୨୧.୮୩ ହାରରେ ୧୩୧ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ ରେଟ ମଧ୍ୟ ୭୩.୧୮ ରହିଥିଲା । ରୋହିତ ଆଡିଲେଡରେ ପ୍ରଥମ ଥର ପାଇଁ ଅର୍ଦ୍ଧଶତକ କରିଛନ୍ତି । ପୂର୍ବରୁ ତାଙ୍କର ସର୍ବୋତ୍ତମ ସ୍କୋର ୪୩ ଥିଲା ।