କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ । ଏହି ମ୍ୟାଚ ଏବେ କିଏ ଜିତିବ ତାକୁ ନେଇ ଚର୍ଚା । ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି, କାରଣ ଦୁଇ ଦଳର ଉଇକେଟ ପତନ ଚିନ୍ତାର କାରଣ ହୋଇଛି । ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୯ ରନରେ ଅଲଆଉଟ୍ କରିବା ପରେ ଭାରତ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇଯାଇଛି । ଏହା ପରେ ୨ୟ ଦିନର ଷ୍ଟମ୍ସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ବିକେଟ ହରାଇ ୯୩ ରନ କରିଛି । ଯାହାକି ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ହୋଇଛି । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି ।
ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ୧୫୯ ରନ କରିଥିଲା । ଭାରତ ୧ ଓ୍ବିକେଟ ହରାଇ ୩୭ ରନ କରିଥିଲା । କିନ୍ତୁ ୨ୟ ଦିନରେ ଭାରତ ମାତ୍ର ୧୮୯ ରନରେ ଅଲଆଉଟ ହୋଇଯାଇଥିଲା । ଅର୍ଥାତ୍ ଦକ୍ଷିଣ ଆଫ୍ରିକାକୁ ୧୫୯ ରନରେ ଅଲଆଉଟ କରିବା ପରେ ଭାରତ ମାତ୍ର ୩୦ ରନରେ ଅଗ୍ରଣୀ ରହିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୭ ରନ କରିଥିଲେ ଓ ଓ୍ବାସିଂଟନ ସୁନ୍ଦର ୨୯ ରନ କରିଥିଲେ । ସେହିପରି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜା ୨୭ ରନ ଲେଖାଏଁ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ୪ଟି ଓ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ମଧ୍ୟ ନିଜର ୨ୟ ଇନିଂସରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ପକ୍ଷରୁ ଟେମ୍ବା ବାଭୁମା ସର୍ବାଧିକ ୨୯ ରନ କରିଛନ୍ତି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ତେଣୁ ଆସନ୍ତାକାଲି ସ୍ପଷ୍ଟ ହେବ କିଏ ଏହି ଟେଷ୍ଟ ମ୍ୟାଚ ଜିତିବ ।


















