• Latest
  • Trending
ଦ୍ୱିତୀୟ ଦିନିକିଆ: ଆଜି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ‘ରୋ-କୋ’ ଯୋଡ଼ି ଉପରେ ନଜର

ଦ୍ୱିତୀୟ ଦିନିକିଆ: ଆଜି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ‘ରୋ-କୋ’ ଯୋଡ଼ି ଉପରେ ନଜର

Dec-03-2025 10:51 AM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଦ୍ୱିତୀୟ ଦିନିକିଆ: ଆଜି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ‘ରୋ-କୋ’ ଯୋଡ଼ି ଉପରେ ନଜର

by M M
Dec-03-2025 10:51 AM IST
in ଖେଳ
0
ଦ୍ୱିତୀୟ ଦିନିକିଆ: ଆଜି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ, ‘ରୋ-କୋ’ ଯୋଡ଼ି ଉପରେ ନଜର
491
SHARES
1.4k
VIEWS
Share on FacebookShare on Twitter

ରାଞ୍ଚିରେ ପ୍ରଥମ ଦିନିକିଆରେ ରୋମାଞ୍ଚକର ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳ ଆଜି ରାୟପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଖେଳିବାକୁ ପ୍ରସ୍ତୁତ ଅଛି। ବର୍ତ୍ତମାନ ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଦିନିକିଆରେ ବିରାଟ କୋହଲି ତାଙ୍କର ୫୨ତମ ଦିନିକିଆ ଶତକ (୧୩୫ ରନ୍) ହାସଲ କରି ଦଳକୁ ବୃହତ୍ ସ୍କୋରରେ ପହଞ୍ଚାଇଥିଲେ। ରୋହିତ ଶର୍ମାଙ୍କ ସହ ତାଙ୍କର ଦ୍ରୁତ ଯୋଡ଼ି ଉପରେ ପୁଣି ଥରେ ସମସ୍ତଙ୍କ ନଜର ରହିଛି। ପ୍ରଥମ ମ୍ୟାଚ୍ ହାରିଥିଲେ ମଧ୍ୟ ମାର୍କୋ ଜାନସେନ୍ (୭୦ ରନ୍) ଏବଂ ମାଥ୍ୟୁ ବ୍ରିଜ୍କେ (୭୨ ରନ୍)ଙ୍କ ଲଢୁଆ ପ୍ରଦର୍ଶନ ଦଳକୁ ଲକ୍ଷ୍ୟର ନିକଟତର କରାଇଥିଲା। ଅଧିନାୟକ ତେମ୍ବା ବାଭୁମା ଏବଂ ବରିଷ୍ଠ ସ୍ପିନର କେଶବ ମହାରାଜଙ୍କ ଆଜିର ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି, ଯାହା ଦକ୍ଷିଣ ଆଫ୍ରିକାକୁ ଶକ୍ତିଶାଳୀ କରିପାରେ। ରାୟପୁର ପିଚ୍ ସାଧାରଣତଃ ବ୍ୟାଟ୍ସମ୍ୟାନ୍‌ଙ୍କୁ ସହାୟତା କରେ, କିନ୍ତୁ ପୂର୍ବରୁ ଏଠାରେ ଖେଳାଯାଇଥିବା ଏକମାତ୍ର ଦିନିକିଆରେ ବୋଲରମାନେ ସଫଳତା ପାଇଥିଲେ।ଆଜିର ମୁକାବିଲାରେ ଭାରତ ବିଜୟୀ ହୋଇ ଶୃଙ୍ଖଳାକୁ ନିଜ ନାମରେ କରିବାରେ ସଫଳ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ରାୟପୁରରେ କିନ୍ତୁ ଶୃଙ୍ଖଳା ବାଜିରେ ଥିବାରୁ ଦକ୍ଷିଣ ଆଫ୍ରିକା ତା’ର ଶ୍ରେଷ୍ଠ ଏକାଦଶ ନେଇ ପଡ଼ିଆକୁ ଓହ୍ଲାଇବ। ଏସବୁ ସତ୍ତ୍ବେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ଆଶା କମ୍ ରହିଛି। ଏଠାକାର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍‌ରେ ପୂର୍ବରୁ କେବଳ ଗୋଟିଏ ଦିବା-ରାତ୍ର ଦିନିକିଆ  ମ୍ୟାଚ୍ ଖେଳାଯାଇଛି। ଏଣୁ ଏହି ଷ୍ଟାଡିୟମ୍‌ର ପିଚ୍ ଏକପ୍ରକାର ରହସ୍ୟ ଘେରରେ ରହିଛି। ୨୦୨୩ ମସିହାରେ ଏଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ପିଚ୍ ପେସର୍‌କୁ ଭରପୂର ସହାୟତା ପ୍ରଦାନ କରିଥିଲା। ଭାରତୀୟ ପେସର୍‌ମାନେ ସେହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିଲେ। ତେବେ ଏଠାରେ ମଧ୍ୟ ରାତିରେ କାକର ପଡ଼ିବାର ଆଶଙ୍କା ଥିବାରୁ ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବାର ଅଧିକ ସମ୍ଭାବନା ଅଛି।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 6:27 PM
 

SSW
Overcast
28°C
2.5 m/s
Apparent: 30°C
Pressure: 1009 mb
Humidity: 85%
Winds: 2.5 m/s SSW
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom