ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୧ରେ ଜିତି ନେଇଛି। ଦକ୍ଷିଣ ଆଫ୍ରିକା ଶେଷ ତଥା ୪ର୍ଥ ଟି-୨୦ରେ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ବିଶେଷ କରି ଓପନର ସଞ୍ଜୁ ସାମସନ ଓ ୩ ନଂରେ ବ୍ୟାଟିଂ କରୁଥିବା ତିଲକ ବର୍ମାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ବଡ଼ବଡ଼ ଶଟ। ଜୋହାନ୍ସବର୍ଗରେ ଭାରତ ରେକର୍ଡ ବିଜୟ ହାସଲ କରିଛି ।
ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ରେକର୍ଡ ବର୍ଷା ସହ ୧୩୫ ରନ୍ର ବୃହତ୍ ବିଜୟ ହୋଇଛି । ଭାରତର ୨୮୩ ରନ୍ ଜବାବରେ ଘରୋଇ ଦଳ ୧୪୮ ରନ୍ କରିଥିଲା। ଟସ୍ ଜିତି ବ୍ୟାଟିଂ କରିବା ପରେ ସଂଜୁ ସାମ୍ସନ୍, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରିଥିଲେ।।
ସାମସନ ୫୬ ବଲରେ ଅପରାଜିତ ୧୦୯ ଓ ତିଲକ ବର୍ମା ୪୭ ବଲରେ ଅପରାଜିତ ୧୨୦ ରନର ଇନିଂସ ଖେଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ୨୮୩ ରନ କରିଥିଲା।
ପ୍ରଥମ ଓଭରରେ ଜୀବନଦାନ ପାଇବା ପରେ ଅଭିଷେକ ଶର୍ମା (୩୬ ରନ୍, ୧୮ ବଲ୍, ୨ ଚୌକା, ୪ ଛକା) ଦ୍ରୁତ ରନ୍ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍ ହୋଇଥିଲେ।
ଏହାପରେ ସଂଜୁ ଓ ତିଳକ ଚୌକା ଛକା ବର୍ଷା କରି ନୂଆ ନୂଆ ରେକର୍ଡ କରିଚାଲିଥିଲେ। ୨୮ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ସଂଜୁ ପରବର୍ତ୍ତୀ ୫୦ ରନ୍ ପାଇଁ ୨୩ ବଲ୍ ଖେଳିଥିଲେ। ଏହି ପାଳିରେ ସେ ୫୬ ବଲ୍ ଖେଳିଥିଲା ବେଳେ ବାଉଣ୍ଡରିରୁ ୭୮ ରନ୍ (୬ ଚୌକା, ୯ ଛକା) ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୦୯* ରନ୍ କରିଥିଲେ।
ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮ ରନ କରି ଅଲ ଆଉଟ ହୋଇଥିଲା । ତ୍ରିଷ୍ଟନ୍ ଷ୍ଟବ୍ସ-୪୩ ରନ, ଡେଭିଡ୍ ମିଲର୍-୩୬ ରନ୍, ମାର୍କୋ ୟାନସେନ୍-୨୯ ରନ କରିଥିଲେ । ଅର୍ଶଦୀପ ସିଂହ-୩ଟି , ଅକ୍ଷର ପଟେଲ୍-୨ଟି , ବରୁଣ ଚକ୍ରବର୍ତ୍ତୀ-୨ଟି, ହାର୍ଦିକ ପାଣ୍ଡ୍ୟା-୧, ରବି ବିଷ୍ଣୋଇ-୧, ରମଣଦୀପ ସିଂହ-୧ ଉଇକେଟ ପାଇଥିଲେ ।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




