• Latest
  • Trending
କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍

କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍

Sep-02-2025 01:16 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Saturday, March 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍

by M M
Sep-02-2025 01:16 PM IST
in ଦେଶ ବିଦେଶ, ବଡ଼ ଖବର
0
କାର ଭିତରେ ପୁଟିନ –ମୋଦି, ସେଇ 45 ମିନିଟ୍
491
SHARES
1.4k
VIEWS
Share on FacebookShare on Twitter

ମନୋରଞ୍ଜନ ମିଶ୍ର

ପୁଟିନଙ୍କ ଲିମୋସିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସାରା ବିଶ୍ବରେ ଏହି ଫଟୋଟିର ଝଲକ କୂଟନୀତି ଆଉ ରାଜନୀତି କେମିତି କଡ଼ ଲେଉଟାଏ ତାର ସୂଚନା ଦେଉଛି । ପୁଟିନ 10 ମିନିଟରୁ ଅଧିକ ସମୟ ନରେନ୍ଦ୍ର ମୋଦିଙ୍କୁ ଅପେକ୍ଷା କରିବା । ଏସସିଓ ସମିଟ ସ୍ଥାନରୁ ମୋଦିଙ୍କୁ କାରରେ ନେବା । ଆଉ 45 ମିନିଟ ତାଙ୍କ ସହ କାରରେ କଥା ହେବା । ଏ କଣ ଇଙ୍ଗିତ କରୁଛି । ଆଉ ଗୋଟିଏ ପାଖକୁ ଦେଖନ୍ତୁ । ସି ଜିନପିଙ୍ଗ ଆଉ ମୋଦିଙ୍କ ଭିତରେ ସ୍ମିତ ହାସ୍ୟ । ଆଉ ଏକ ନିବିଡ଼ ସଂପର୍କର ସୂଚନା ।

ଇଏ ସେହି ପୁଟିନ ଯାହାଙ୍କ ହାତରେ ନରସଂହାରର ରକ୍ତ ଲାଗିଛି । ଯାହାଙ୍କୁ ୟୁରୋପିୟ ଦେଶମାନେ ଖଳନାୟକ କହୁଛନ୍ତି । ଯିଏ 3 ବର୍ଷ ଧରି ଗୋଟିଏ ଛୋଟ ଦେଶ ଉପରେ ଆକ୍ରମଣ କରିଚାଲିଛନ୍ତି । ଆମେରିକାର ମଧ୍ୟସ୍ଥି ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ କରିପାରୁନି । ରୁଷିଆରୁ ତେଲ କିଣି ଭାରତ ଯୁଦ୍ଧ ପାଇଁ ଅର୍ଥ ଦେଉଛି । ପୁଟିନଙ୍କ ଏକଛତ୍ରବାଦକୁ ସମର୍ଥନ କରୁଛି ବୋଲି ପଶ୍ଚିମ ଦେଶମାନେ ଅଭିଯୋଗ କରୁଛନ୍ତି । ଚାଇନାର ବିସ୍ତାରବାଦୀ ନୀତିକୁ ଜାପାନଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଅନେକ ଦେଶ ବିରୋଧ କରି ଆସିଛନ୍ତି ।

ଚୀନର ଦାଦାଗିରି ଏବଂ ବାଣିଜ୍ୟ ଆଧିପତ୍ୟକୁ ଚ୍ୟାଲେଂଜ ଦେବାକୁ ଭାରତକୁ ଏକ ଅସ୍ତ୍ର ଭାବେ ଆମେରିକା ଗ୍ରହଣ କରିଆସିଛି । ପାକିସ୍ତାନ ଭଳି ଦେଶ ତଥା ଭାରତର ପଡ଼ୋଶୀ ରାଷ୍ଟ୍ରମାନେ ଏବେ ଚାଇନା କବଳରେ ଅଛନ୍ତି । ଋଣ ଦେଇ ଏହି ସବୁ ଦେଶକୁ ଋଣ ଯନ୍ତାରେ ପକାଇବା  । ସେମାନଙ୍କ ଅର୍ଥନୈତିକ ସାର୍ବଭୈାମତକୁ ନଷ୍ଟ କରିବା । ଏମାନଙ୍କୁ କବଳିତ କରି ନିଜର ଶକ୍ତି ବୃଦ୍ଧି କରିବା ଚାଇନାର ଅନ୍ୟତମ ନୀତି ।

ରୁଷ ଆଉ ଚାଇନାର ବିରୋଧରେ ପଶ୍ଚିମ ଦେଶରେ ଏକ ବଡ଼ ବିରକ୍ତି ଭାବ ରହିଛି । ଆମେରିକା ଏ ଦୁଇଟି ରାଷ୍ଟ୍ର ଉପରେ ଅନେକ ଦିନ ହେବ ଖଡ଼ଗହସ୍ତ ରହିଛି । କିନ୍ତୁ ନରେନ୍ଦ୍ର ମୋଦି ଏହାକୁ ଭୁକ୍ଷେପ ନକରି ପୁଟିନ ଙ୍କ ସହ ମନ ଖୋଲି କଥା ହେଉଛନ୍ତି । ଲିମୋସିନରେ ବୁଲି ଏକ ସ୍ବାଧୀନ ଦେଶ ନିଜ ଇଚ୍ଛାରେ ନିଷ୍ପତ୍ତି ନେଇପାରିବ ବୋଲି ସାରା ବିଶ୍ବକୁ ବାର୍ତା ଦେଉଛନ୍ତି । ଚାଇନା ସହ ହାତ ମିଳାଉଛନ୍ତି, ରଷିଆର ସମର୍ଥନ ହାସଲ କରୁଛନ୍ତି । ଆମେରିକାକୁ ଇଙ୍ଗିତ କରି ତୁମ ଦାଦାଗିରିକୁ ସହିବୁ ନାହିଁ ବୋଲି ପରୋକ୍ଷରେ ଆକ୍ଷେପ କରୁଛନ୍ତି ।

ବଦଳିଯାଉଥିବା ରାଜନୀତିକୁ ଲକ୍ଷ୍ୟ କରନ୍ତୁ । ପାଣିପାଗର ମିଜାଜ ସବୁବେଳେ ବଦଳୁଥାଏ । ପାଣିପାଗ ଭଳି ଦେଶର ମିଜାଜ ମଧ୍ୟ ବଦଳିଯାଏ । ରାଷ୍ଟ୍ରର ନୀତି ବି ବଦଳିଯାଇପାରେ । ଅବକି ବାର ଟ୍ରମ୍ପ ସରକାର କହି ମୋଦି, ଆମେରିକାର ଲୋକଙ୍କୁ , ଟ୍ରମ୍ପଙ୍କୁ ଭୋଟ ଦେବାପାଇଁ କହୁଥିଲେ । ଆଜି ସେହି ମୋଦି ଟ୍ରମ୍ପଙ୍କ ପାଇଁ ଜଣେ ଖଳନାୟକ । ଆଉ ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ଜଣେ ନିଷ୍ଠୁର ମନମାନି କରୁଥିବା ଅଗଣତାନ୍ତ୍ରିକ ବ୍ୟକ୍ତି । ବିଶ୍ବକୁ ନାଲି ଆଖି ଦେଖାଇ ଡରାଇବାର ଯୁଗ ସରିଯାଇଛି ବୋଲି ଭାରତ ଏକ ବଡ଼ ବାର୍ତ୍ତା ଦେଉଛି । ଯେତେବେଳେ ଚୀନର ଏସସିଓ ବୈଠକରୁ ଫଟୋ ଆଉ ଭିଡିଓ ଭାଇରାଲ ହେଉଛି । ଏହା ଭିତରେ ଜଟିଳ ପ୍ରଶ୍ନମାନ ଲୁଚି ରହିଛି । ଏ ସଂପର୍କର ଦିଗକୁ କୋଉ ଭାଷାରେ ବୁଝାଇ ହେବ ସତେ ।

ଚାଇନାର ବାଣିଜ୍ୟ ଆଉ ସୀମା ବିବାଦକୁ ଭାରତ କିମିତି ଗ୍ରହଣ କରିବ । ଯଦି ୟୁକ୍ରେନ ଯୁଦ୍ଧକୁ ନେଇ ଆମେରିକା ତଥା ୟୁରୋପର ଦେଶମାନେ ଅଧିକରୁ ଅଧିକ ବାସନ୍ଦ ବ୍ୟବସ୍ଥା ଗ୍ରହଣ କରନ୍ତି  । ତେବେ ଦେଶ ଏହାକୁ କିମିତି ସାମନା କରିବ । ରଷିଆ ଉପରେ ଯେଉଁଭଳି ସାଂକ୍ସନ ଲାଗିଛି । ଯଦି ସହଯୋଗୀ ରାଷ୍ଟ୍ର ଭାବେ ଭାରତକୁ ଦଣ୍ଡିତ କରାଯାଏ, ତେବେ ଦେଶ ଏହାକୁ କିଭଳି ଗ୍ରହଣ କରିବ । ଚୀନର ଭରସାରେ ଭାରତ ପଶ୍ଚିମ ଦେଶଗୁଡ଼ିକର ମୁକାବିଲା କରିବା ପାଇଁ ସମର୍ଥ ହେବ କି ? ଚୀନ ଏକ ବିଶ୍ବାସୀ ବନ୍ଧୁ କି ? ଆମେରିକାଠାରୁ ଚୀନ ଅଧିକ ବିଶ୍ବାସ ଯୋଗ୍ୟ କି ?ଆମେରିକାର ରାଜନୀତି ବି ପାଣିପାଗ ଭଳି ବଦଳିଯାଇପାରେ । ଅସ୍ଥିର ଟ୍ରମ୍ପ ଯେ ସବୁଦିନ ପାଇଁ ରାଷ୍ଟ୍ରପତି ହୋଇ ରହିବେ ତାହା ସତ ନୁହେଁ । ବ୍ୟକ୍ତି ବଦଳିଲେ ନୀତି ବଦଳିଯାଇପାରେ । ଏହା ଏକ ଅସ୍ଥାୟୀ ପରିସ୍ଥିତି ହୋଇପାରେ । ତେଣୁ ଆମେରିକା ଜାଗାରେ ଚୀନକୁ ରଖିବା ଉଚିତ କି ? ଏକଛତ୍ରବାଦୀ ଚୀନ , ଏକଛତ୍ରବାଦୀ ପୁଟିନ, ଆଉ ଗଣତନ୍ତ୍ରରେ ବିଶ୍ବାସ କରୁଥିବା ଭାରତ ଏମାନଙ୍କ ଭିତରେ ସୁସଂପର୍କ ସମ୍ଭବ କି ? ବିଚାରଧାରାରେ ଭିନ୍ନତା,  ଏକଛତ୍ରବାଦୀ ଶାସକ ଭାରତ ପାଇଁ ବିଶ୍ବାସଯୋଗ୍ୟ କି ? ଭାରତର ନୂଆ ସଂପର୍କ ନୂଆ ବନ୍ଧୁ ଆମେରିକା ଭଳି ଗ୍ରହଣଯୋଗ୍ୟ ହେବେ କି ?  ବହୁତ ଗୁଡ଼ିଏ ପ୍ରଶ୍ନ ଉପରେ ମୋଦି ପୁଟିନ ଆଉ ସି ଜିନପିଙ୍ଗଙ୍କର ସଂପର୍କ , ଆଲୋଚନା, ଘୁରିବୁଲୁଛି । ଦେଶର ରାଜନୀତି ମଧ୍ୟ ସେହି ପ୍ରଶ୍ନ ପଚାରୁଛି , ରାହୁଲ ଗାନ୍ଧୀଙ୍କୁ ଆଉ ଚୀନର ଏଜେଣ୍ଟ କହିହେବ କି ? ଚାଇନାକୁ ସାବଧାନ ବୋଲି ଆଉ ସତର୍କ ଘଣ୍ଟି ବଜାଇ ହେବ କି ? ଏକଛତ୍ରବାଦୀ ପୁଟିନଙ୍କଠାରୁ ପ୍ରତିରକ୍ଷା ନେଇ ଆମେରିକା ସହାୟତାରେ ଚାଲୁଥିବା ପାକିସ୍ତାନ ସହ ଲଢ଼ିବା ସଂଭବ ହେବ କି ? ଏହି ସମୟରେ ଆଉ ଏକ କଥା ଆସେ । ଏହି ନୂଆ ସଂପର୍କ କରିବା ପୂର୍ବରୁ ଅନ୍ୟ ବିକଳ୍ପ ସବୁ ଆମେ ଭାବିଥିଲେ କି? ନା ଆମେରିକାକୁ ଚକମା ଦେଖାଇବା ପାଇଁ ଏଭଳି ଏକ ସଂପର୍କର ଆବଶ୍ୟକତା ଥିଲା । ସମୟ କହିବ ନୂଆ ବନ୍ଧୁ ଚୀନ ଆଉ ରଷିଆ ଭଲ ବନ୍ଧୁ ନା ଲୋକଦେଖାଣିଆ ବନ୍ଧୁ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 14, 2026, 10:20 PM
 

S
Partly cloudy
25°C
3.4 m/s
Apparent: 29°C
Pressure: 1011 mb
Humidity: 86%
Winds: 3.4 m/s S
Windgusts: 10.8 m/s
UV-Index: 0
Precip.: 0mm /0% / Rain
Sunrise: 5:55 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom