ବାରବାଟୀରେ ୧୦୧ ରନ୍ର ବଡ଼ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ଏବେ ନ୍ୟୁ ଚଣ୍ଡିଗଡ଼ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳୁଛି । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ ପାଇଁ ଭାରତ ସେମାନଙ୍କର ପ୍ଲେଇଂ-୧୧ରେ କୌଣସି ପରିବର୍ତ୍ତନ କରିନାହିଁ। ଏହି ମ୍ୟାଚ ପାଇଁ ଦକ୍ଷିଣ ଆଫ୍ରିକା ସେମାନଙ୍କର ପ୍ଲେଇଂ-୧୧ରେ ୩ଟି ପରିବର୍ତ୍ତନ କରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଅଧିନାୟକ ସୂର୍ଯ୍ୟକୁମାର ଏହାର କାରଣ କହିଛନ୍ତି ଯେ ଏବେ କାକର ରହିଛି । ତେଣୁ ପ୍ରଥମେ ବୋଲିଂ କରିବା ଏକ ଭଲ ବିକଳ୍ପ କହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଏହି ପିଚକୁ ପ୍ରଶଂସା କରିଛନ୍ତି ସୂର୍ଯ୍ୟ । ପ୍ରଦର୍ଶନ ଉପରେ ମତ ଦେଇ ସେ କହିଛନ୍ତି ଯେ ଖେଳାଳିମାନେ ନିଜର ଦାୟିତ୍ୱକୁ ବୁଝିବା ଏବଂ ପରିସ୍ଥିତି ଅନୁଯାୟୀ ଦଳର ଆବଶ୍ୟକତା ପୂରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ୍ ପାଇଁ ଭାରତର ‘ପ୍ଲେଇଂ ଇଲେଭେନ୍’ ରେ ବିଶେଷ ପରିବର୍ତ୍ତନ କରିନାହାଁନ୍ତି ଅଧିନାୟକ ସୂର୍ଯ୍ୟକୁମାର । ତିନିଜଣ ଅଲ୍ରାଉଣ୍ଡର ଅକ୍ଷର ପଟେଲ୍, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେଙ୍କୁ ସାମିଲ କରାଯାଇଛି, ଯାହା ଦଳକୁ ବୋଲିଂ ଏବଂ ବ୍ୟାଟିଂ ଉଭୟରେ ଶକ୍ତି ପ୍ରଦାନ କରିବ। ଆଜିର ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ,ଜିତେଶ ଶର୍ମା ଉଇକେଟ କିପର୍ , ଅଭିଷେକ ଶର୍ମା, ଶୁଭମନ ଗିଲ୍ ,ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍ ,ଶିବମ ଦୁବେ, ଜସପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ରହିଛନ୍ତି ।


















