• Latest
  • Trending
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Friday, March 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

ପୁରାତନ ସଭ୍ୟତାର ପୁନର୍ଜାଗରଣ ପାଇଁ ବୁଦ୍ଧିଜୀବୀଙ୍କ ଆହ୍ୱାନ

by M M
Dec-29-2025 03:02 PM IST
in ବଡ଼ ଖବର, ରାଜ୍ୟ
0
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ
502
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ଭାରତୀୟ ଜ୍ଞାନ ପରମ୍ପରା କେବଳ ପୁରାତନ ଶାସ୍ତ୍ରର କିଛି ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ, ଗତିଶୀଳ ଏବଂ ସର୍ବକାଳୀନ ପ୍ରାସଙ୍ଗିକ ଚିନ୍ତାଧାରା। ଏହି ମହାନ ଉଦ୍ଦେଶ୍ୟକୁ ନେଇ ‘ନିଉଜ୍ ରୁମ୍’ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ସ୍ୱତନ୍ତ୍ର ବୌଦ୍ଧିକ ସମ୍ମିଳନୀ ‘ଜାଗରଣ କନକ୍ଲେଭ’। ଏହି କାର୍ଯ୍ୟକ୍ରମରେ ରାଜ୍ୟର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ, ଶିକ୍ଷାବିତ୍, ଗବେଷକ ଓ ବରିଷ୍ଠ ରାଜନେତାମାନେ ଏକତ୍ରିତ ହୋଇ ଭାରତୀୟ ଜ୍ଞାନ ବ୍ୟବସ୍ଥାର ଆଧୁନିକ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମର ସ୍ବାଗତ ଅଭିଭାଷଣ ରଖିଥିଲେ ନିଉଜରୁମ ପ୍ରତିଷ୍ଠାତା ସିଇଓ ପ୍ରିୟଦର୍ଶୀ ବଳ । ବର୍ଷ ଆରମ୍ଭରୁ ଅର୍ଥନୀତି ଉପରେ ଆରମ୍ଭ ହୋଇଥିବା ନିଉଜ ରୁମ କନକ୍ଲେଭ, ପରେ ଟୁରିଜିମ, ଏମଏସଏମଇ ସହ ବର୍ଷ ଶେଷରେ ଭାରତୀୟ ଜ୍ଞାନ  କନକ୍ଲେଭ କରାଯାଉଥିବା ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତର ଶାସନ ପରମ୍ପରାରେ ମତ ରଖିଥିଲେ। ନିଉଜରୁମ ମୁଖ୍ୟ ସଂପାଦକ ମନୋରଞ୍ଜନ ମିଶ୍ରଙ୍କ କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର ନିର୍ମାଣ ସହ ବିଭିନ୍ନ ପ୍ରଶ୍ନର ଉତ୍ତର ସରଳ ଭାବେ ବୁଝାଇ  ସେ କହିଥିଲେ ଯେ, ଭାରତୀୟ ଶାସନ ପ୍ରଣାଳୀର ମୂଳଦୁଆ ପ୍ରାଚୀନ ଶାସ୍ତ୍ର, ସଭା ଏବଂ ସଂଘର ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଆରମ୍ଭ ହୋଇଛି।  ପ୍ରାଚୀନ ସମାଜରେ ନାରୀମାନେ ଅତ୍ୟନ୍ତ ପ୍ରଭାବଶାଳୀ ଓ ସ୍ୱାଧୀନ ଥିଲେ। ସୀତା, ଦ୍ରୌପଦୀ ଓ କୁନ୍ତୀଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ, ସେତେବେଳେ ନାରୀମାନଙ୍କର ସ୍ୱାମୀ ଚୟନ କରିବାର ଅଧିକାର (ସ୍ୱୟଂବର) ଥିଲା, ଯାହା ମହିଳା ସଶକ୍ତିକରଣର ଏକ ଶ୍ରେଷ୍ଠ ଉଦାହରଣ। କୃଷି ଭିତ୍ତିଭୂମିର ବିକାଶ ସହ ପୁରୁଷ ଓ ନାରୀଙ୍କ ସମାନ ସହଭାଗୀତା ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନର ମୁଖ୍ୟ ଆଧାର ବୋଲି ସେ ମତ ଦେଇଥିଲେ।

ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ ଗବେଷକ ଦେବାଶିଷ ଶତପଥୀ ମହାଭାରତର ବିଭିନ୍ନ ଚରିତ୍ର ଓ ଘଟଣାବଳୀକୁ ଆଧୁନିକ ପରିଚାଳନା ବିଜ୍ଞାନ (Management Studies) ସହ ଯୋଡ଼ି ଏକ ଚମତ୍କାର ତଥ୍ୟ ରଖିଥିଲେ। ମହାଭାରତ କେବଳ ଏକ ମହାକାବ୍ୟ ନୁହେଁ, ଏହା ମାନବ ଜୀବନର ଏକ ବିଶାଳ ଦର୍ଶନ। ଏହାର ପ୍ରତ୍ୟେକ ଚରିତ୍ର ଆମକୁ କିଛି ନା କିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଥାନ୍ତି, ଯାହା ଆଜିର ଆଧୁନିକ ଯୁଗରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ କହିଥିଲେ।  ଭଗବାନ ଶ୍ରୀକୃଷ୍ଣ ଆମକୁ ଶିଖାନ୍ତି ଯେ ଜୀବନରେ କେବଳ ଶକ୍ତି ନୁହେଁ, ବରଂ ସଠିକ୍ ବୁଦ୍ଧି ଓ ରଣନୀତି ଦ୍ୱାରା ଯେକୌଣସି ବଡ଼ ସମସ୍ୟାର ସମାଧାନ କରାଯାଇପାରେ। ସେ କର୍ମଯୋଗର ଶିକ୍ଷା ଦିଅନ୍ତି— “ଫଳର ଆଶା ନକରି କର୍ମ କରିଚାଲ” ଏହା ଶିକ୍ଷା ଦିଅନ୍ତୁ ଶ୍ରୀକୃଷ୍ଣ । ଯୁଧିଷ୍ଠିରଙ୍କ ଚରିତ୍ର ଆମକୁ ଶିଖାଏ ଯେ ପରିସ୍ଥିତି ଯେତେ କଠିନ ହେଉନା କାହିଁକି, ଧର୍ମ ଏବଂ ସତ୍ୟକୁ କେବେ ଛାଡ଼ିବା ଉଚିତ୍ ନୁହେଁ। କିନ୍ତୁ ତାଙ୍କର ଜୁଆ ଖେଳିବା ନିଷ୍ପତ୍ତି ଆମକୁ ଏହା ମଧ୍ୟ ଶିଖାଏ ଯେ ଅତ୍ୟଧିକ ଆତ୍ମବିଶ୍ୱାସ ବା ଭୁଲ ନିଷ୍ପତ୍ତି ସର୍ବନାଶର କାରଣ ହୋଇପାରେ। ଅର୍ଜୁନଙ୍କଠାରୁ ଆମକୁ ଏକାଗ୍ରତା  ଶିଖିବାକୁ ମିଳେ। ଲକ୍ଷ୍ୟ ସ୍ଥିର ରଖିବା ଏବଂ ଗୁରୁଙ୍କ ପ୍ରତି ସମର୍ପଣ ଭାବ ହିଁ ଜଣକୁ ସର୍ବଶ୍ରେଷ୍ଠ ଯୋଦ୍ଧା ବା ବିଜୟୀ କରାଇଥାଏ। ସନ୍ଦେହ ସମୟରେ ଜ୍ଞାନୀଙ୍କ ପରାମର୍ଶ ନେବା ମଧ୍ୟ ତାଙ୍କଠାରୁ ଶିଖିବାର କଥା।

ଭୀଷ୍ମ ପିତାମହଙ୍କଠାରୁ ଆମେ ଅଟଳ ପ୍ରତିଜ୍ଞା ବିଷୟରେ ଶିଖୁ। କିନ୍ତୁ ତାଙ୍କ ଚରିତ୍ର ଏହା ମଧ୍ୟ ଶିଖାଏ ଯେ, ଯଦି ଆପଣଙ୍କର ପ୍ରତିଜ୍ଞା ବା ଆନୁଗତ୍ୟ ଅନ୍ୟାୟ ସହିତ ଜଡ଼ିତ ହୋଇଯାଏ, ତେବେ ତାହା ଅଧର୍ମର କାରଣ ସାଜେ। ଅର୍ଥାତ୍ ମଣିଷ ତା’ର ପ୍ରତିଜ୍ଞାଠାରୁ ଧର୍ମକୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ୍। କର୍ଣ୍ଣ ଥିଲେ ଦାନଶୀଳତା ଓ ବୀରତ୍ୱର ପ୍ରତୀକ। ତାଙ୍କଠାରୁ ଆମେ ଶିଖୁ ଯେ ଜଣେ ବ୍ୟକ୍ତି ନିଜ ଯୋଗ୍ୟତା ବଳରେ ସମାଜରେ ସ୍ଥାନ ପାଇପାରେ। କିନ୍ତୁ ଭୁଲ ବନ୍ଧୁ ଦୁର୍ଯ୍ୟୋଧନ ବାଛିବା ଦ୍ୱାରା ଜଣେ ମହାନ୍ ବ୍ୟକ୍ତି ବି ବିନାଶ ଆଡ଼କୁ ଗତି କରେ। ଦ୍ରୌପଦୀଙ୍କ ଚରିତ୍ର ଜଣେ ସାହସୀ ନାରୀର ପ୍ରତୀକ। ସେ ଶିଖାନ୍ତି ଯେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏବଂ ନିଜର ଆତ୍ମସମ୍ମାନ ପାଇଁ ଲଢ଼ିବା ଅତ୍ୟନ୍ତ ଆବଶ୍ୟକ। ଦୁର୍ଯ୍ୟୋଧନଙ୍କ ଚରିତ୍ର ଏକ ବଡ଼ ଶିକ୍ଷା ଦିଏ ଯେ ଅହଂକାର, ଲୋଭ ଏବଂ ଇର୍ଷା ଜଣେ ଶକ୍ତିଶାଳୀ ବ୍ୟକ୍ତିକୁ ମଧ୍ୟ ପତନ ଆଡ଼କୁ ନେଇଯାଏ। ଶକୁନିଙ୍କଠାରୁ ଆମେ ଶିଖୁ ଯେ ନକାରାତ୍ମକ ଚିନ୍ତାଧାରା ଓ ପ୍ରତିଶୋଧର ନିଆଁ କେବଳ ଅନ୍ୟକୁ ନୁହେଁ, ବରଂ ନିଜ ବଂଶକୁ ମଧ୍ୟ ନଷ୍ଟ କରିଦିଏ।

ସେହିପରି ସ୍ୱାମୀ ସୁଧାନନ୍ଦ ଜୀ ଏକବିଂଶ ଶତାବ୍ଦୀର ଯାନ୍ତ୍ରିକ ଜୀବନଶୈଳୀ ମଧ୍ୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାର ଆବଶ୍ୟକତା ଏବଂ ‘ମୁଁ କିଏ?’ ଆତ୍ମ-ପରିଚୟ ର ଗଭୀରତାକୁ ବୁଝାଇ ପର୍ଯ୍ୟବେକ୍ଷକମାନଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ କରିଥିଲେ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ସ୍ବାମୀଜୀ । ଜ୍ଞାନ କଣ? ଜ୍ଞାନ କେଉଁ କାମରେ ଆସିବ  ପ୍ରଶ୍ନର ଉତ୍ତର ଦେଇ ସ୍ବାମୀଜୀ କହିଥିଲେ ଫସଲରେ ସାର ଦେଲେ ଉତ୍ପାଦନ ବଢ଼ିବ କିନ୍ତୁ କ୍ୟାନସର ରୋଗ ହେଉଛି । ଆମେ ନିଜକୁ ନିଜେ ପଚାରିବା ଦରକାର । ଆମେ ବହୁତ ପଢ଼ିଲେ, ଚାକିରି କଲେ,  ଆମେ କଣ ପାଇଲେ? ଯାହାକୁ ଜାଣିସାରିବା ପରେ ଜୀବନରେ କିଛି ସଂଶୟ ରହିବ ନାହିଁ ତାହା ହିଁ ଜ୍ଞାନ ।    ଆଜିର ବସ୍ତୁବାଦୀ ଦୁନିଆରେ ମଣିଷ ସବୁକିଛି ପାଇ ମଧ୍ୟ ମାନସିକ ଶାନ୍ତି ପାଉନାହିଁ। ଏହାର କାରଣ ହେଉଛି ସେ ନିଜକୁ ଚିହ୍ନିନାହିଁ।

ଅନ୍ୟ ଏକ ଅଧିବେଶନରେ  ପ୍ରଫେସର କିଶୋର କୁମାର ବାସା, ଅଶୋକ କୁମାର ବାସା ଏବଂ ଅଦ୍ୱୈତ ଗଡ଼ନାୟକ ଯୋଗଦେଇ ଆଧୁନିକତା ଏବଂ ପରମ୍ପରା ବିଷୟରେ ମତ ରଖିଥିଲେ ।  ଓଡ଼ିଶାର ଗୌରବମୟ ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର ଇମାଜିନ କରିବା ହିଁ ଆଶ୍ଚର୍ଯ୍ୟ ।  ଶ୍ରୀଜଗନ୍ନାଥ ମନ୍ଦିର କେବଳ ପଥରର ଗଢ଼ା କୀର୍ତ୍ତି ନୁହେଁ, ବରଂ ଏହା ଉନ୍ନତ ବିଜ୍ଞାନର ଜ୍ୱଳନ୍ତ ପ୍ରମାଣ। ବିଦ୍ୱାନମାନଙ୍କ ମତରେ, କୋଣାର୍କର ଚକଗୁଡ଼ିକ ଏପରି ଭାବେ ନିର୍ମିତ ହୋଇଛି ଯେ ତାହା ସୂର୍ଯ୍ୟଙ୍କ ଗତି ଅନୁସାରେ ସଠିକ୍ ସମୟ କହିପାରେ। ଏହା ସେହି ସମୟର ଜ୍ୟୋତିର୍ବିଜ୍ଞାନର ଏକ ବିରଳ ଉଦାହରଣ।  ଜଗନ୍ନାଥ ମନ୍ଦିରର ଶୀର୍ଷରେ ଥିବା ନୀଳଚକ୍ରଠାରୁ ଆରମ୍ଭ କରି ମନ୍ଦିରର ଗଠନ ଶୈଳୀ ପର୍ଯ୍ୟନ୍ତ ସବୁଥିରେ ବାୟୁ ଗତିବିଜ୍ଞାନ ଓ ଭାରସାମ୍ୟ ରକ୍ଷାର ଅଦ୍ଭୁତ କୌଶଳ ବ୍ୟବହୃତ ହୋଇଛି। ଆଲୋଚନାରେ ଭାରତର ପୁରାତନ ବାଣିଜ୍ୟ କୌଶଳ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବିଦେଶୀ ଜ୍ଞାନକୌଶଳର ଆଗମନ ବହୁ ପୂର୍ବରୁ ଓଡ଼ିଆ ସାଧବ ପୁଅମାନେ କିପରି ସମୁଦ୍ରର ଲହଡ଼ି ଏବଂ ପବନର ଦିଗକୁ ଜ୍ୟୋତିର୍ବିଜ୍ଞାନ ସାହାଯ୍ୟରେ ବୁଝି ବିଶାଳ ବୋଇତ ଚଳାଉଥିଲେ, ତାହା ଆଜିର ପରିପ୍ରେକ୍ଷୀରେ ମଧ୍ୟ ଗବେଷଣାର ବିଷୟ ବୋଲି ବକ୍ତାମାନେ ମତ ରଖିଥିଲେ।

ବିଶିଷ୍ଟ ବକ୍ତାମାନେ ହୋଇଥିଲେ ଯେ, ଆଧୁନିକ ବିଜ୍ଞାନକୁ ଆପଣାଇବା ସହ ଆମକୁ ଆମର ପାରମ୍ପରିକ ଜ୍ଞାନ କୌଶଳକୁ ପୁନରୁଦ୍ଧାର କରିବାକୁ ପଡ଼ିବ। ଯଦି ଆମେ ଆମର ଏହି ପ୍ରାଚୀନ ଗବେଷଣାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇ ପାରିବା, ତେବେ ଭାରତ ପୁଣି ଥରେ ଜ୍ଞାନ-ବିଜ୍ଞାନ କ୍ଷେତ୍ରରେ ବିଶ୍ୱର ଶୀର୍ଷରେ ପହଞ୍ଚିପାରିବ। ନିଜର ଅଭିଭାଷଣରେ ବର୍ଷା ପ୍ରିୟଦର୍ଶନୀ ତାଙ୍କ ଦ୍ୱାରା ପରିଚାଳିତ ସମାଜସେବୀ ଅନୁଷ୍ଠାନ ‘ସମ୍ମାନୀତା’ ସମ୍ପର୍କରେ ଆଲୋଚନା କରିଥିଲେ। ନାରୀଟିଏ ସମାଜରେ କିପରି ସମ୍ମାନର ସହ ବଞ୍ଚିପାରିବ ଏବଂ ତାର ଅଧିକାରକୁ ସାବ୍ୟସ୍ତ କରିପାରିବ, ସେହି ଲକ୍ଷ୍ୟ ନେଇ ‘ସମ୍ମାନୀତା’ କାର୍ଯ୍ୟ କରୁଥିବା ସେ କହିଥିଲେ। ପ୍ରାଚୀନ ଭାରତୀୟ ସଂସ୍କୃତିରେ ନାରୀକୁ ‘ଶକ୍ତି’ର ରୂପ ଭାବେ ପୂଜା କରାଯାଉଥିବା ବେଳେ ଆଧୁନିକ ସମାଜରେ ସେହି ମୂଲ୍ୟବୋଧକୁ ପୁନର୍ଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ନାରୀର ସାମାଜିକ ସ୍ଥିତିରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଶାସ୍ତ୍ରଠାରୁ ଆରମ୍ଭ କରି ସମରକ୍ଷେତ୍ର ପର୍ଯ୍ୟନ୍ତ ନାରୀର ଭୂମିକା ସର୍ବଦା ଅଗ୍ରଣୀ ରହିଛି। ଆଜିର ପରିପ୍ରେକ୍ଷୀରେ ନାରୀଟିଏ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢ଼ୁଥିଲେ ମଧ୍ୟ ସମ୍ମାନ ଓ ସୁରକ୍ଷା କ୍ଷେତ୍ରରେ ସମାଜକୁ ଆହୁରି ସଚେତନ ହେବାକୁ ପଡ଼ିବ।

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପ୍ରସାଦ ହରିଚନ୍ଦନ ରାଜନୀତି, ଇତିହାସ ଏବଂ ଭାରତୀୟ ପରମ୍ପରାକୁ ନେଇ  ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ରାଜନୀତି ସହ ଇତିହାସ ଗଭୀର ଭାବେ ଜଡ଼ିତ ବୋଲି ଦର୍ଶାଇବା ସହ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ପୁନର୍ବିଚାର ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଆଲୋଚନାରେ ଭାଗ ନେଇ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଆମ ଦେଶର ଇତିହାସରେ ଅନେକ ତଥ୍ୟ ସଠିକ୍ ଭାବେ ଉପସ୍ଥାପନ କରାଯାଇନାହିଁ। ଜଣେ ସଚେତନ ନାଗରିକ ଭାବେ ସେହି ସବୁ ଭୁଲ୍‌କୁ ଚିହ୍ନଟ କରି ତାହାକୁ ସଂଶୋଧନ କରିବା ଅତ୍ୟନ୍ତ ଆବଶ୍ୟକ। ଯଦି ଆମେ ଆମର ପ୍ରକୃତ ଇତିହାସକୁ ସଠିକ୍ ଭାବେ ଜାଣିବା ନାହିଁ, ତେବେ ଆମେ ଆମର ଭବିଷ୍ୟତକୁ ସୁଦୃଢ଼ କରିପାରିବା ନାହିଁ ବୋଲି ସେ କହିଛନ୍ତି। ଭାରତର ଐତିହ୍ୟ ଓ ପରମ୍ପରାକୁ ଅତ୍ୟନ୍ତ ‘ମହାନ’ ବୋଲି ଅଭିହିତ କରି ସେ କହିଥିଲେ ଯେ, ଆମର ସଂସ୍କୃତି ହେଉଛି ଆମର ପରିଚୟ। ଆମର ପୂର୍ବଜମାନେ ଦେଇଯାଇଥିବା ସମୃଦ୍ଧ ପରମ୍ପରାକୁ ଆମେ ଆଦର କରି ଚଳିବା ଉଚିତ୍। ପରମ୍ପରା ଓ ଆଧୁନିକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହିଁ ପ୍ରକୃତ ପ୍ରଗତି। ଯୁବପିଢ଼ି ନିଜର ଶିକ୍ଷା ଓ ଜ୍ଞାନକୁ ବୃଦ୍ଧି କରିବା ସହ ନିଜ ସଂସ୍କୃତି ପ୍ରତି ଗର୍ବ କରିବା ଉଚିତ୍। ରାଜନୀତି କେବଳ କ୍ଷମତା ପାଇଁ ନୁହେଁ, ବରଂ ଇତିହାସ ଓ ସଂସ୍କୃତିରୁ ଶିକ୍ଷାଲାଭ କରି ସମାଜ ଗଠନ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍ ବୋଲି ସେ ମତ ପ୍ରକାଶ କରିଥିଲେ। ଇତିହାସକୁ କେବଳ ଏକ ବିଷୟ ଭାବେ ନୁହେଁ, ବରଂ ଜୀବନର ଏକ ଶିକ୍ଷା ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ  ପ୍ରଦୀପ୍ତ କୁମାର ନନ୍ଦ ( ଭିସି ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି),  ପିଏଲ କଣ୍ଡେଇ ( ଚାଟାର୍ଡ ଆକାଉଣ୍ଟାଣ୍ଟ) , ଅମିତ ସିଂ ( ଭାଇସ ପ୍ରେସିଡେଣ୍ଟ, ବେଦାନ୍ତ), ସୁଜିତ କୁମାର ଦାସ (ଯୁବ ଉଦ୍ୟୋଗୀ) ଙ୍କୁ ନିଉଜରୁମ୍ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜନା ଅଭିନ୍ନ ଆଶୁତୋଷ ଶତପଥୀ ଏବଂ ମିଲୋନି ମିଶ୍ର ପରିଚାଳନା କରିଥିଲେ ।

 

 

 

Share201Tweet126
M M

M M

ଆଜିର ପାଗ

Bhubaneswar
March 13, 2026, 7:34 AM
 

S
Partly cloudy
25°C
2.4 m/s
Apparent: 30°C
Pressure: 1010 mb
Humidity: 88%
Winds: 2.4 m/s S
Windgusts: 10 m/s
UV-Index: 0.8
Precip.: 0mm /0% / Rain
Sunrise: 5:56 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom