ପାଣ୍ଡିଆନ ହେଲିକପ୍ଟର ବୁଲାର ହେବ ତଦନ୍ତ। ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ ଅନୁମତି କିଏ ଦେଲା? ହେଲିପ୍ୟାଡ଼ ନିର୍ମାଣ ପାଇଁ କିଏ ନିର୍ଦେଶ ଦେଇଥିଲା? ଖର୍ଚ୍ଚ କେମିତି ହେଲା ତାହା ତଦନ୍ତ ପରିସରଭୁକ୍ତ ହେବ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା। ପାଣ୍ଡିଆନ ପାଖାପାଖି ୪୦୦ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା। ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








