କାଳୀ ପୂଜା ଅବସରରେ କଟକ ଜିଲ୍ଲା ମାହାଙ୍ଗାରେ ମହା ଆଡ଼ମ୍ବରରେ ପାଳିତ ହେଉଛି ମା କାଳୀଙ୍କର ପୂଜା । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା । ଏହି ଅବସରରେ ମାହାଙ୍ଗା ହଡା ସାହିରେ ପୂଜା ପାଉଛନ୍ତି ମା ଦକ୍ଷିଣ କାଳି । ଗତ କାଲି ରୀତି ନୀତି ଅନୁଯାୟୀ ମାଆ ଙ୍କର ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ସନ୍ଧ୍ୟା ଧୂପ , ପଣା ହାଣ୍ଡି ଭୋଗ ଲାଗିଥିଲା । ଆଜି ମଧ୍ୟାହ୍ନରେ ଅନ୍ନ ନୀତି ଭୋଗ କରଯାଇଛି । ଯାହା ସୂଚନା ରହିଛି ୪୦୦ ବର୍ଷ ପୂର୍ବେ ଏକ ସାଧକ ମାଆ କାଳୀଙ୍କୁ ନିଜ ସାଧନା ବଳରେ କଲିକତାରୁ ମାହାଙ୍ଗା ହଡା ସାହି ମନ୍ଦିରକୁ ଆଣିଥିଲେ । ସେବେ ଠାରୁ ଏହି ମନ୍ଦୀରରେ ପ୍ରତିଦିନ ପୂଜା ପାଇ ଆସୁଛନ୍ତି ମାଆ । କେବଳ ସେତିକି ନୁହେଁ ଅମାବାସ୍ୟା ଆସିଲେ ଏଠାରେ ମହା ଆଡ଼ମ୍ବରରେ ପାଳିତ ହୁଏ କାଳୀ ପୂଜା, ଏଥି ସହିତ ହଜାର ହଜାର ଭକ୍ତ ମାନେ ଏଠାକୁ ଆସନ୍ତି ଏବଂ ମାଆଙ୍କ ପାଖରେ ନିଜର ମାନସିକ ରଖି ପୂଜା ଅର୍ଚ୍ଚନା କରନ୍ତି। ଗତ କାଲି ହଜାର ରୁ ଉର୍ଦ୍ଧ ପଣା ହାଣ୍ଡି ଭୋଗ ଲାଗି ହେବା ସହ ସରକାରଙ୍କ ନିର୍ଦେଶ ଅନୁଯାୟୀ ଯେଉଁ ପଶୁ (ବୋଦା) ବଳି ପ୍ରଥା ରହିଥିଲା , ସେସବୁ ବନ୍ଦ କରାଯାଇ ବୋଦା ମାନଙ୍କୁ ସିନ୍ଦୂର ଲଗାଇ ମାଆଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇ ପରେ ସେମାନଙ୍କୁ ଛଡା ଯାଇଥାଏ । ଆଖୁ, କୁଷ୍ମାଣ୍ଡ ବଳି ଏଠାରେ ମାଆଙ୍କୁ ସମର୍ପଣ କରାଯାଇଥାଏ । ସୁସଜ୍ଜିତ ଆଲୋକ ମାଳା ସହିତ ଭକ୍ତଙ୍କ ମାନଙ୍କ ଭିଡ଼ ବେଶ୍ ଦେଖିବାକୁ ମିଳିଥିଲା ।