• Latest
  • Trending
ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

Dec-03-2025 06:31 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ

କଣ ଲାଭ ପାଇଲା ଓଡ଼ିଶା ?

by M M
Dec-03-2025 06:31 PM IST
in ମନୋରଞ୍ଜନ, ରାଜ୍ୟ
0
ଓଡ଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ହେବାକୁ ମାଧୁରୀ ନେଇଛନ୍ତି କୋଟିଏ ୬୦ ଲକ୍ଷ
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶାର ଗୌରବ ବହନ କରୁଥିବା ହସ୍ତତନ୍ତ  ଶିଳ୍ପକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବା ପାଇଁ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡ ଆମ୍ବାସାଡର୍ ଭାବରେ ନିଯୁକ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ହସ୍ତତନ୍ତ ଏବଂ ବୁଣାକାର ସମାଜ ପାଇଁ କେତେ ଲାଭଦାୟକ ହେବ ତାହା ସମୟ କହିବ । କିନ୍ତୁ ଏବେ ବିଧାନସଭାରେ ଆସିଥିବା ପ୍ରଶ୍ନର ଉତ୍ତରରେ ଖର୍ଚକୁ ନେଇ ସୋସିଆଲ ମିଡିଆରେ ଚର୍ଚା ବଢ଼ିଛି । ମାଧୁରୀ ଦୀକ୍ଷିତ କଣ ପ୍ରଚାର ପ୍ରସାର କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ହେଉଛି ।

ରାଜ୍ୟ ବାହାରେ ବ୍ରାଣ୍ଡର ପହଞ୍ଚ ପାଇଁ ସରକାରଙ୍କ ପ୍ରୟାସ

ମାଧୁରୀ ଦୀକ୍ଷିତ ହେଉଛନ୍ତି ଜଣେ ଜାତୀୟ ସ୍ତରର ଆଇକନ୍  । ତାଙ୍କର କୋଟି କୋଟି ପ୍ରଶଂସକ ଦେଶ ତଥା ବିଦେଶରେ ଅଛନ୍ତି। ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ କରାଯିବା ଦ୍ୱାରା, ଓଡ଼ିଶାର ସମ୍ବଲପୁରୀ,  ବ୍ରହ୍ମପୁରୀ ପାଟ ଭଳି ହସ୍ତତନ୍ତ ସାମଗ୍ରୀର ପ୍ରଚାର ପ୍ରସାର ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ତାଙ୍କୁ ଦାୟିତ୍ବ ଦେବା ଦ୍ବାରା କେବଳ ଓଡ଼ିଶା ମଧ୍ୟରେ ସୀମିତ ନରହି ଦେଶର ବଡ଼ ବଡ଼ ସହର ଏବଂ ଆନ୍ତର୍ଜାତୀୟ ବଜାରରେ ଓଡ଼ିଶା ହ୍ୟାଣ୍ଡଲୁମ୍ ସାମଗ୍ରୀ ପହଞ୍ଚିପାରିବ। ଫଳରେ, ଓଡ଼ିଶାର ହ୍ୟାଣ୍ଡଲୁମ୍ ଏକ ଜାତୀୟ ଫ୍ୟାଶନ ଆଇକନ୍ ଭାବରେ ପରିଚିତ ସମ୍ଭାବନା ବଢ଼ିଯିବ।

ଓଡ଼ିଶା ଉତ୍ପାଦର ବିଶ୍ୱସନୀୟତା ଓ ଆକର୍ଷଣ

ମାଧୁରୀ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ  ।  ମାଧୁରୀ ଯେତେବେଳେ କୌଣସି ଉତ୍ପାଦର ପ୍ରଚାର କରନ୍ତି, ସେତେବେଳେ ସେହି ଉତ୍ପାଦର ବିଶ୍ୱସନୀୟତା  ବଢ଼ିଥାଏ। ମାଧୁରୀଙ୍କ ପ୍ରଚାର ଓଡ଼ିଶା ହ୍ୟାଣ୍ଡଲୁମ୍ କୁ ଏକ ଗ୍ଲାମର ଛାପ ଯୋଡ଼ିବ ।  ଯାହା ଆଧୁନିକ ଗ୍ରାହକ ଏବଂ ଉଚ୍ଚ ଆୟକାରୀ ବର୍ଗଙ୍କ ପାଖରେ ପହଁଚିବ । ବହୁ ଗ୍ରାହକଙ୍କୁ ଆକର୍ଷିତ କରିବ। ଏହା ଦ୍ୱାରା ହ୍ୟାଣ୍ଡଲୁମ୍ କେବଳ ପାରମ୍ପରିକ ଉତ୍ପାଦ ନରହି ଏକ ଟ୍ରେଣ୍ଡି ଫ୍ୟାଶନ ରେ ପରିଣତ ହୋଇପାରିବ।

ଓଡ଼ିଶାର ବୁଣାକାରମାନଙ୍କ ଆର୍ଥିକ ସଶକ୍ତିକରଣ ହେବ

ମାଧୁରୀଙ୍କୁ ନେବା ଫଳରେ ବ୍ରାଣ୍ଡର ପ୍ରଚାର ବଢ଼ିବ । ଏହି ସାମଗ୍ରୀର ଉତ୍ପାଦନ ଓ ବିକ୍ରିରେ ମଧ୍ୟ ବୃଦ୍ଧି ଘଟିବ। ବିକ୍ରି ବଢ଼ିଲେ ଓଡ଼ିଶାର ହଜାର ହଜାର ବୁଣାକାର ପରିବାର ଲାଭ ପାଇବେ । ବୁଣାକାର ମହିଳା ପ୍ରତ୍ୟକ୍ଷ ଭାବରେ ଲାଭାନ୍ୱିତ ହେବେ। ସେମାନଙ୍କର ସାମଗ୍ରୀକୁ ଉଚିତ ମୂଲ୍ୟ ମିଳିବ ।  ଯାହାଦ୍ୱାରା ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଆର୍ଥିକ ସ୍ତରରେ ଅଧିକ ସଶକ୍ତ ହୋଇପାରିବେ। ଏହା ସହିତ ଏହି ପୁରାତନ କଳାକୁ ବଞ୍ଚାଇ ରଖିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ।

ମାଧୁରୀ ଦୀକ୍ଷିତଙ୍କୁ ବ୍ରାଣ୍ଡ ଆମ୍ବାସାଡର୍ କରିବା ଦ୍ୱାରା ଭାରତ ଓ ଭାରତ ବାହାରେ ଓଡ଼ିଶା ହ୍ୟାଣ୍ଡଲୁମର ବ୍ରାଣ୍ଡିଂ ବୃଦ୍ଧି ପାଇବ । ଦେଶ ବାହାରେ ପ୍ରଚାର ହେବ । ଓଡ଼ିଶାର ବୁଣାକାରଙ୍କ କାହାଣୀ ପ୍ରଚାର ପ୍ରସାର ହେବ ।  ମାଧୁରୀ ଦୀକ୍ଷିତଙ୍କ ନିଯୁକ୍ତି ଓଡ଼ିଶା ହ୍ୟାଣ୍ଡଲୁମ୍ ଶିଳ୍ପ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ  ଯଦି ଏହି ସାମଗ୍ରୀର ବିକ୍ରି ବଢ଼ିବ । ଯହାର ପ୍ରକୃତ ଲାଭ ନିଶ୍ଚିତ ଭାବରେ ଓଡ଼ିଶା ଏବଂ ଏହାର ବୁଣାକାର ସମାଜ ବହୁତ ଲାଭବାନ ହେବେ। କିନ୍ତୁ ଯଦି ସେପରି କିଛି ଘଟିବ ନାହିଁ ତେବେ ଏହା ଉପରେ ଆଗକୁ ଆହୁରି ଆଲୋଚନା ଓ ସମାଲୋଚନା ଜାରି ରହିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 9:43 PM
 

SW
Overcast
27°C
1.9 m/s
Apparent: 32°C
Pressure: 1010 mb
Humidity: 97%
Winds: 1.9 m/s SW
Windgusts: 8.1 m/s
UV-Index: 0
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom