ୱାଶିଂଟନ୍ : ପୁଣି ପାକିସ୍ତାନ ଆମେରିକାଠାରୁ ଏଫ-16 ଯୁଦ୍ଧ ବିମାନ କିଣିବାକୁ ଯାଉଛି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ତରଫରୁ ଏନେଇ ବଡ଼ ଘୋଷଣା କରାଯାଇଛି। ଆମେରିକାର ଡିଫେନ୍ସ ସିକ୍ୟୁରିଟି କୋଅପରେସନ୍ ଏଜେନ୍ସି କଂଗ୍ରେସକୁ ଜଣାଇଛି ଯେ ଟ୍ରମ୍ପ୍ ପ୍ରଶାସନ ପାକିସ୍ତାନକୁ ଅତ୍ୟାଧୁନିକ F-16 ଫାଇଟର ଜେଟ୍ ବିକିବ । ଏଥିପାଇଁ ପାଇଁ $୬୮୬ ମିଲିୟନ ଡଲାରର ଏକ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତିକୁ ମଞ୍ଜୁରୀ ଦେଇଛି ଆମେରିକା। ଆମେରିକା ଏହି ଚୁକ୍ତିକୁ ଅନୁମୋଦନ କରିବା ପଛର ଯେଉଁ କାରଣ କହିଛି ତା ହେଉଛି ପାକିସ୍ତାନର ‘କାଉଣ୍ଟରଟେରରିଜିମ୍’ କ୍ଷମତା ବୃଦ୍ଧି କରିବା । କିନ୍ତୁ ଏହା ଯେ ଭାରତକୁ ଭୟ ଦେଖାଇବା ପାଇଁ ଉଦ୍ଦିଷ୍ଟ ତାହା ଭାରତର ଗଣମାଧ୍ୟମରେ ଆଲୋଚନା ହେଉଛି । ଭାରତର ଅପରେସନ ସିନ୍ଦୁର ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଛି ।
ଆମେରିକା ପକ୍ଷରୁ କୁହାଯାଇଛି ଯେ “ଆମର ବୈଦେଶିକ ନୀତି ଏବଂ ଜାତୀୟ ସୁରକ୍ଷା କୁ ସମର୍ଥନ କରିବା ପାଇଁ ପାକିସ୍ତାନକୁ ଲଢ଼ୁଆ ଯୁଦ୍ଧ ବିମାନ ବିକ୍ରି କରାଯିବ । ପାକିସ୍ତାନ ଆତଙ୍କବାଦ ବିରୋଧରେ ଏହାକୁ କାର୍ଯ୍ୟରେ ଲଗାଇବ । ତେବେ ପାକିସ୍ତାନ ପାଇଁ ଏହି ପ୍ୟାକେଜ୍ ଅନୁମୋଦନ ହେବାର କିଛି ସପ୍ତାହ ପୂର୍ବରୁ, ଭାରତକୁ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ୯୩ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରିକୁ ଅନୁମୋଦନ କରାଯାଇଥିବା କୁହାଯାଇଛି ।

















