ମାଲକାନଗିରିରେ ଲଗାଣ ବର୍ଷା ଲୋକଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ଦେଉଛି । ବର୍ଷା ଯୋଗୁଁ ବୁଡ଼ିଲା ପୋଲଳ ଲୋକେ ହେଉଛନ୍ତି ହନ୍ତସନ୍ତ । କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି । ଫଳରେ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକିଛି ଦିନ ହେଲାଣି ମାଲକାନଗିରିରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ତଳି ଅଂଚଳରେ ପାଣି ଜମିବା ସହ ଜାତୀୟ ରାଜପଥ ଉପରେ ମଧ୍ୟ ପାଣି ଜମି ରହିଛି । ବର୍ଷା ଦିନେ ଧନ ଜୀବନ ବିପଦ ଥିବାବେଳେ ଲୋକେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








