କଟକରେ ହିଂସା ପାଇଁ ବିଜେପି ସରକାରକୁ ଦାୟୀ କରିଛନ୍ତି ମମତା ବାନାର୍ଜୀ । ଭାରତୀୟ ଜନତା ପାର୍ଟି, ବଜରଙ୍ଗ ଦଳ ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ଏଥିପାଇଁ ବଜରଙ୍ଗ ଦଳ ଓ ବିଜେପି ସିଧାସଳଖ ଦାୟୀ । କଟକ ଦୁର୍ଗା ଭସାଣିବେଳେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯାହାକୁ ନେଇ କଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶା ସରକାରଙ୍କୁ ଦାୟୀ କରିଛନ୍ତି ।
ଦୁର୍ଗାପଜା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହାକୁ ନେଇ କଟକରେ କର୍ଫୁ ଲଗା ଯାଇଥିଲା । ଏବେ ପରିସ୍ଥିତି ଶାନ୍ତ ରହିଛି । କିନ୍ତୁ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ଭାରତୀୟ ଜନତା ପାର୍ଟି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ବିଜେପି ସରକାରକୁ ଅହଙ୍କାରୀ ସରକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ତେବେ ଏହାକୁ ନେଇ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ମମତା ପ୍ରଥମେ ନିଜ ରାଜ୍ୟ କଥା ଦେଖନ୍ତୁ । ନିଜ ରାଜ୍ୟରେ ପ୍ରତିଦିନ ରାଜନୈତିକ ହିଂସା ଘଟୁଛି । ଯାହାକୁ ମମତା ବାନାର୍ଜୀ ରୋକିବାରେ ଅସମର୍ଥ ହେଉଛନ୍ତି । ତେଣୁ ଅନ୍ୟକୁ ଦୋଷ ଦେବା ପୂର୍ବରୁ ପ୍ରଥମେ ନିଜ ରାଜ୍ୟରେ ଆଇନକାନୁନ ପରିସ୍ଥିତି ସଜାଡ଼ିବାକୁ ସେ କହିଛନ୍ତି ।