• Latest
  • Trending

ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

Aug-04-2024 06:56 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଚଳିତ ବଜେଟ୍‌ରେ ବିକାଶକୁ ମୁଖ୍ୟ ଆଧାର କରାଯାଇଛି : ମନମୋହନ ସାମଲ

by M M
Aug-04-2024 06:56 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ପାରଳାଖେମୁଣ୍ଡି : ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି  ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବାପାଇଁ ପ୍ରତିଶ୍ରୁତିବଦ୍ଧ । ବିକାଶକୁ ମୁଖ୍ୟ ଆଧାର କରି ଚଳିତ ଥର ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରାଯାଇଛି  । ଗଜପତି ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ସରକାରର ପ୍ରଥମ କ୍ୟାବିନେଟ ନିଷ୍ପତିରେ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲାଯିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ, ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ଏବଂ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଭଳି ଐତିହାସିକ ନିଷ୍ପତ୍ତି ନିଆଯାଇ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଏଥି ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ରତ୍ନଭଣ୍ଡାର ଖୋଲାଯାଇଛି । ନିର୍ବାଚନ ପୂର୍ବରୁ ସଂକଳ୍ପ ପତ୍ରରେ ଉଲ୍ଲେଖ ହୋଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରିବା ପାଇଁ ଚଳିତ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ଚଳିତ ବଜେଟରେ ୧୫ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରାଯାଇଛି । ଗରିବ, ଯୁବକ, କୃଷକ ଓ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ୭୫ ବର୍ଷରେ ଯେଉଁ ମୌଳିକ ସମସ୍ୟା ସମାଧାନ ହୋଇପାରୁନଥିଲା ତାହାର ସମାଧାନ କରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । ଅଚଳ ପଡିଥିବା ଶୀତଳଭଣ୍ଡାରକୁ ସଚଳ କରାଯିବା ସହିତ ଆହୁରି ୫୮ଟି ନୂତନ ଶୀତଳ ଭଣ୍ଡାର ଖୋଲିବା ପାଇଁ ବଜେଟ୍‌ରେ ପ୍ରାବଧାନ ରହିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱପ୍ନ ଦେଖିଛନ୍ତି । ତାହାକୁ ପୂରଣ କରିବା ପାଇଁ ରାଜ୍ୟରେ ବିଜେପି ସରକାର ଖାଦ୍ୟ ପ୍ରୋସେସିଂ ୟୁନିଟ୍ ତିଆରି କରାଯିବ । କୃଷିଭିତିକ ଶିଳ୍ପ ପ୍ରତିଷ୍ଠା କରାଯିବ । ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାରେ ସରକାର ସବୁପ୍ରକାର ସହାୟତା ଯୋଗାଇଦେବେ । ପିଡିଏସ୍ ସିଷ୍ଟମ୍ ଅଧିକ ମଜ୍‌ବୁତ କରାଯିବ । ଚାଷୀମାନେ ଯେପରି ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇପାରିବେ, ସେଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ । ଓଡ଼ିଶାରେ ୧୭ ଭାଗ ଜଳସେଚିତ ଜମି ଅଛି ତାହାକୁ ୧୦୦ ପ୍ରତିଶତ କରିବା ପାଇଁ ସ୍ଥିର କରାଯାଇଛି । ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନାର ଅର୍ଥ ଓ ରାଜ୍ୟ ବଜେଟ୍‌ରେ ହୋଇଥିବା ଅର୍ଥକୁ ମିଶାଇ ଏଥିପାଇଁ ବ୍ୟବସ୍ଥା କରାଯିବ । ଜଳସେଚନ ପାଇଁ ଏକ ବଡ ପ୍ୟାକେଜ କରାଯିବ । ଏନେଇ ଚେକ୍ ଡ୍ୟାମଠାରୁ ଆରମ୍ଭ କରି ବୃହତ ଜଳସେଚନ ପ୍ରକଳ୍ପ ଆଦି ନିର୍ମାଣ କରାଯିବ । ଯେଉଁ ଚାଷୀମାନେ କିସାନ ସମ୍ମାନ ଯୋଜନା ବଂଚିତ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଏହି ଯୋଜନା ସହ ଯୋଡ଼ାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ମା’ ଭଉଣୀମାନଙ୍କ ପାଇଁ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୨୫ ଲକ୍ଷ ଲକ୍ଷପତି ଦିଦି କରିବା ପାଇଁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ କାର୍ଯ୍ୟ କରୁଛନ୍ତି । ଯୁବକମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସବୁ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବା ସହ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୁରଣ କରାଯିବ । ପ୍ରତି କ୍ୟାଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ପୂର୍ବ ସରକାର ଅମଳରେ ଖଣିଜ ସମ୍ପଦ ଶାଗ ମାଛ ଦରରେ ବିକ୍ରି ହେଉଥିଲା । ମାତ୍ର ବିଜେପି ସରକାରରେ ସେପରି ହେବନାହିଁ । ଶିଳ୍ପ ପ୍ରତିଷ୍ଠା ଉପରେ ଆମ ସରକାର ଅଧିକ ଗୁରୁତ୍ୱ ଦେଉଛି । ଯେଉଁମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ସମସ୍ତ ପ୍ରକାର ଭିତିଭୂମି ସହ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏନେଇ ରାଉରକେଲାରୁ ଧାମରା କରିଡର ଓ ଅନୁଗୁଳ କଳିଙ୍ଗନଗର ଦେଇ ପାରାଦୀପ କରିଡର କରାଯିବ । ଫଳରେ ଯୁବକମାନେ ଅଧିକ କର୍ମସଂସ୍ଥାନ ପାଇପାରିବେ । ଏହାଦ୍ୱାରା୧ ଲକ୍ଷରୁ ଅଧିକ ଯୁବକ ନିଯୁକ୍ତି ପାଇପାରିବେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 4:56 PM
 

SSW
Slight rain showers
31°C
3.3 m/s
Apparent: 30°C
Pressure: 1009 mb
Humidity: 85%
Winds: 3.3 m/s SSW
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom