• Latest
  • Trending
ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲା ପ୍ରେମରେ ବିଫଳ ନାବାଳକ

ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲା ପ୍ରେମରେ ବିଫଳ ନାବାଳକ

August 29, 2024
50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025
  • About
  • Careers
  • Contact Us
Saturday, August 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲା ପ୍ରେମରେ ବିଫଳ ନାବାଳକ

by M M
August 29, 2024
in ଅପରାଧ, ବଡ଼ ଖବର, ରାଜ୍ୟ
0
ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲା ପ୍ରେମରେ ବିଫଳ ନାବାଳକ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର:  କଣ ପାଇଁ ନାବାଳକ ହତ୍ୟା କଲା ଝିଅର ଦାଦାଙ୍କୁ । କାହିଁକି ସେ ହତ୍ୟାକାରୀ ସାଜିଲା ।  ପ୍ରେମରେ ବାଧା ଦେବାରୁ କଣ ଜଣେ ନା ବାଳକ ଏପରି ହତ୍ୟା କରିପାରେ । ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଛି । ଆଜିକାଲି ଏପରି ହିଂସାକାଣ୍ଡ ଘଟାଇବାକୁ କୁଆଡୁ ସାହସ ପାଉଛନ୍ତି ନାବାଳକ ତାହା ରାଜଧାନୀରେ ଆଲୋଚନାର ବିଷୟ ପାଲଟିଛି । ଏପରି ଏକ ହତ୍ୟାକାଣ୍ଡ ଘଟିିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଜଣେ ଝିଅକୁ ଏକପାଖିଆ ଭଲପାଉଥିବା ନାବାଳକ ରାଗରେ ଝିଅର ଦାଦାକୁ ନୃଶଂସ ଭାବେ ହତ୍ୟା କରିଛି ।

ଘଟଣା ଅନୁସାରେ ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ ଦାଦା । ଆଉ ସେହି ରାଗରୁ ଏତେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲା  ନାବାଳକ । କୁହାଯାଉଛି ପ୍ରେମରେ ବିଫଳ ହେବାରୁ ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଗଲେ ରାକ୍ଷାସ । ଏପରିକି ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।

ଏପରି ଲୋମଟାଙ୍କୁରା ଘଟଣା ଗତକାଲି ରାତି ଅଧରେ  ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଘଟିଛି ।  ଗତ ରାତିରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଲେ ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ ।

ଜଗାଙ୍କ ଝିଆରୀଙ୍କ ସହ ଉକ୍ତ ସାହିର ଜଣେ ନାବାଳକଙ୍କର ପ୍ରେମ ସମ୍ପର୍କ ଥିଲା। ନାବାଳକଜଣକ ଯୁକ୍ତ-୨ର ଛାତ୍ର ବୋଲି ଜଣାଯାଇଛି। ଏହି ଘଟଣାକୁ ଜଗା ତୀବ୍ର ବିରୋଧ କରୁଥିଲେ। ଏହି ବିରୋଧକୁ ଉକ୍ତ ନାବାଳକ ସହି ପାରିନଥିଲା । ପ୍ରତିଶୋଧ ନେଇଥିଲା ନାବାଳକ ।

ନିଜ ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକଜଣକ ଜଗାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରି ଆକ୍ରମଣ ଯୋଜନା କରିଥିଲା ।  ଗତ ରାତିରେ ଜଗା ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହାତରେ ଏକ ଖଣ୍ଡା ଧରି ଅନ୍ଧାରୁଆ ଜାଗାରେ ଲୁଚି ରହିଥିଲା ନାବାଳକ । ଜଗା ଆସୁଥିବା ଦେଖି ସେ ଖଣ୍ଡାରେ ତାଙ୍କ ବେକକୁ ଏକ ଚୋଟ ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜଗାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ଯାଇଥିଲା। ଏହାପରେ ତୁରନ୍ତ ନାବାଳକଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୁଲିସ୍‌କୁ ଖବର ଦେଇଥିଲେ। ଖଣ୍ଡଗିରି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରାୟ ୨ ଘଣ୍ଟା ପରେ ପୁଲିସ୍‌ ଅଭିଯୁକ୍ତ ନାବାଳକକୁ କାବୁ କରି ଥାନାରେ ଅଟକ ରଖିଛି। ଏଥିସହ ଘଟଣା ସମ୍ପର୍କରେ ତାଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ଜଣାଯାଇଛି। ତଦନ୍ତ ପରେ ସ୍ପଷ୍ଟ ହେବ ଆଉ କଣ କାରଣ ରହିଛି ।

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

Weather

Bhubaneswar
August 9, 2025, 7:41 am
 

S
Partly cloudy
31°C
2.8 m/s
Apparent: 38°C
Pressure: 1007 mb
Humidity: 73%
Winds: 2.8 m/s S
Windgusts: 7 m/s
UV-Index: 7.65
Precip.: 2.5mm /53% / Rain
Sunrise: 5:24 am
Sunset: 6:19 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom