• Latest
  • Trending
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

by M M
Dec-10-2025 10:19 PM IST
in ରାଜନୀତି, ରାଜ୍ୟ
0
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ ଚିଠି ଲେଖିଛନ୍ତି । ଦଳର ପୂର୍ବତନ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିରେ କଂଗ୍ରେସ ବିପର୍ଯ୍ୟୟର କାରଣ ଲେଖିଛନ୍ତି । ଯାହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ପାଞ୍ଚ ପୃଷ୍ଠା ବିଶିଷ୍ଟ ଏହି ଚିଠିରେ ମୋକିମ ସଭାପତିଙ୍କ ବିଫଳତାର ଏକ ଲମ୍ବା ତାଲିକା ଉଲ୍ଲେଖ କରିଛନ୍ତି। ଯେଉଁଥିରେ ମୋକିମ ମାଷ୍ଟର ହୋଇ ସବୁ ବୁଝାଇ କହିଛନ୍ତି ।

ଭକ୍ତଙ୍କ ନେତୃତ୍ୱ ଦୁର୍ବଳତାକୁ ମୋକିମଙ୍କ ଆକ୍ଷେପ

ମୋକିମ ତାଙ୍କ ଚିଠିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ କଂଗ୍ରେସର ନେତୃତ୍ୱ ବର୍ତ୍ତମାନ ଦୁର୍ବଳ ସ୍ଥିତିରେ ଅଛି। ସେ ଉଦାହରଣ ଦେଇ ଲେଖିଛନ୍ତି ଯେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନରେ ମାତ୍ର ୧୩ ପ୍ରତିଶତ ଭୋଟ୍ ପାଇଥିଲା। ୨୦୨୫ରେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଯିବା ପରେ ମଧ୍ୟ ଦଳ ଆହୁରି ଦୁର୍ବଳ ହେବାରେ ଲାଗିଛି। ସେ ପିସିସି ସଭାପତିଙ୍କ ବିଭିନ୍ନ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ସେ ଯୁକ୍ତି ଯୁକ୍ତ କହିଛନ୍ତି । ଏହା ପରେ ଦଳ ନିଶ୍ଚିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ତାହା ସେ ଜାଣିଛନ୍ତି ଏବଂ ଏପରି କରିଥିବା ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।

ରାଜ୍ୟ କଂଗ୍ରେସ ନେତାଙ୍କ ଭିତରେ ବିଭାଜନ

ମୋକିମଙ୍କ ଏହି ଚିଠି ରାଜ୍ୟ ରାଜନୀତିରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି। ଭକ୍ତ ଦାସଙ୍କ ପୂର୍ବରୁ ଆସିଥିବା ‘ବିଭୀଷଣ ଉପାଖ୍ୟାନ’କୁ ନେଇ ଦଳ ଭିତରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ, ବର୍ତ୍ତମାନ ଏହି ଚିଠି ଯୋଗୁଁ ଦଳର ନେତାମାନେ ବହୁ ଭାଗରେ ବିଭକ୍ତ ହୋଇଯାଇଛନ୍ତି। ଅନେକ ନେତା ନୂଆ ସଭାପତି ଚାହୁଁଛନ୍ତି । ଅନେକ ନେତା ଦଳରେ ପରିବର୍ତ୍ତନ ଚାହୁଁଛନ୍ତି । ଦଳରେ ଯେ ଗୋଷ୍ଠୀ କନ୍ଦଳ ରହିଛି ତାହା ଏବେ ଜଳ ଜଳ ଭାବେ ଦେଖାଯାଉଛି । ରାଜନୈତିକ ମହଲରେ ଏହା ମଧ୍ୟ ଆଲୋଚନା ହେଉଛି ଯେ ଏହି ଚିଠି ଆଗାମୀ ଦିନରେ ମୋକିମ କଂଗ୍ରେସ ଛାଡ଼ିବାର ସଙ୍କେତ ଦେଉଛି। ତେବେ ସେ ବିଜେପି କୁ ଯିବେ କି ବିଜେଡି କୁ ଯିବେ ତାହା ସମୟ କହିବ ।

ଦିଲ୍ଲୀରେ ଭକ୍ତ ଦାସ, ଆଗକୁ ବଡ଼ ଆହ୍ୱାନ

ନେତୃତ୍ୱକୁ ନେଇ ଏପରି ସଙ୍ଗୀନ ପ୍ରଶ୍ନ ଉଠିଥିବାବେଳେ ପିସିସି ସଭାପତି ଭକ୍ତ ଦାସ ଦିଲ୍ଲୀ ଗସ୍ତରେ ଅଛନ୍ତି। ନିଶ୍ଚୟ ଦିଲ୍ଲୀ ଦରବାରରେ ଏନେଇ ଆଲୋଚନା ହେବ । ହୁଏତ ମୋକିମ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ନଚେତ ଦିଲ୍ଲୀରୁ ପ୍ୟାଚ୍ ପଡ଼ିପାରେ । କିନ୍ତୁ ଦଳ ଭିତରେ ଥିବା ଏତେ ବଡ଼ ସମସ୍ୟା ଯେ ସହଜରେ ସମାଧାନ ହେବନାହିଁ । ତାହା ସମସ୍ତେ ଜାଣନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଏହି ବିବାଦକୁ କିପରି ପରିଚାଳନା କରିବେ, ତାହା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ।

ସେ ଏହି ବିବାଦକୁ ଶାନ୍ତ କରିବା ପାଇଁ ମୋକିମଙ୍କୁ ବୁଝାଇବେ ନା ଏହି ବିବାଦ ଆହୁରି ଉଗ୍ର ରୂପ ନେଇ ଦଳ ଭିତରେ ବଡ଼ ଧରଣର ବିଭାଜନ ଆଣିବ, ତାହା କିଛି ଦିନରେ ସ୍ପଷ୍ଟ ହେବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 7:56 PM
 

S
Overcast
27°C
2.4 m/s
Apparent: 32°C
Pressure: 1010 mb
Humidity: 97%
Winds: 2.4 m/s S
Windgusts: 8.1 m/s
UV-Index: 0
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom