• Latest
  • Trending
ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

Sep-18-2025 02:03 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-31-2025 09:06 AM IST

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

Dec-30-2025 06:47 PM IST
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

Dec-30-2025 03:15 PM IST
ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

Dec-30-2025 03:08 PM IST
ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

ସ୍ଥାପନ ହେବ ‘ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’

Dec-29-2025 07:03 PM IST

ଚାଷୀଙ୍କ ଆୟ ଦୁଇଗୁଣା କରିବା ସରକାରଙ୍କ ଲକ୍ଷ୍ୟ

Dec-29-2025 07:00 PM IST
ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

ବଦ୍ରିନାରାୟଣ ପାତ୍ର ପୁଣି ପାଣ୍ଡିଆନଙ୍କୁ କଲେ ଟାର୍ଗେଟ

Dec-29-2025 03:22 PM IST

ଗଂଜାମରେ ବାଲି ଗାଡ଼ି ଧରିଲେ ମନ୍ତ୍ରୀ

Dec-29-2025 03:15 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-29-2025 09:52 AM IST
‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

‘ଜାଗରଣ କନକ୍ଲେଭ’: ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକତାର ସେତୁ

Dec-29-2025 03:02 PM IST
  • About
  • Careers
  • Contact Us
Wednesday, December 31, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌

by M M
Sep-18-2025 02:03 PM IST
in ରାଜନୀତି, ରାଜ୍ୟ
0
ସମସ୍ତ ବର୍ଗଙ୍କୁ ଆର୍ଥିକ ସଶକ୍ତ କରିବ ‘ନୂତନ ଜିଏସ୍‌ଟି ସୁଧାର’ : ତରୁଣ ଚୁଗ୍‌
491
SHARES
1.4k
VIEWS
Share on FacebookShare on Twitter

 

ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଠ ଆନୁକୁଲ୍ୟରେ “ଆଗାମୀ ପିଢୀର ଜିଏସ୍‌ଟି ସୁଧାର” ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଆଜି ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ସୁଧାର ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ ଅଟେ ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଜିଏସଟି ପ୍ରଚାର କମିଟିର ସହ ସଂଯୋଜକ ଶ୍ରୀଯୁକ୍ତ ତରୁଣ ଚୁଗ୍ ମତବ୍ୟକ୍ତ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଟାରେ ଅନୁଷ୍ଠିତ ଜିଏସଟି ସୁଧାର ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଚୁଗ୍ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆର୍ଥିକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍‌ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ । ମୋଦି ସରକାରଙ୍କର ଜିଏସ୍‌୍‌ଟି ୨.୦ ସୁଧାର ଦ୍ୱାରା ଓଡିଶାର ଡବଲ ଇଞ୍ଜିନ ସରକାରକୁ ନୂତନ ଗତି ମିଳିବ । ୧୨ ପ୍ରତିଶତ ହାରରେ ଥିବା ଜିଏସ୍‌ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାରକୁ ଅଣାଯାଇଛି ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦାମ କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ବହୁତ କମ୍ପାନୀ ପୂର୍ବରୁ ଦାମ କମେଇବାକୁ ଘୋଷଣା କରିଛନ୍ତି, ଯାହାରୁ ସାଧାରଣ ଲୋକମାନେ ତତ୍‌କ୍ଷଣାତ୍ ଲାଭ ଉଠାଇପାରିବେ ।

ଏହି ସୁଧାର ଦ୍ୱାରା ଗରିବ, କୃଷକ, ମଧ୍ୟବିତ ଓ ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍‌ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି କ୍ୟାନ୍ସର ସହିତ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍‌ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଓଡିଶାରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାରେ ଡବଲ ଇଞ୍ଜିନର ସରକାର ଲାଭ ପାଇଛି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବରେ ଓଡିଶାରେ ନୂତନ ଗତି ସହ ବିକାଶକୁ ଅଗ୍ରଗାମୀ କରାଇଛନ୍ତି । ଜିଏସ୍‌ଟିର ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ । ଓଡିଶାରେ କେନ୍ଦୁପତ୍ର ଉପରେ ୧୮ପ୍ରତିଶତରୁ ୫ପ୍ରତିଶତ ଜିଏସ୍‌ଟି ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଡବଲ ଇଞ୍ଜିନ ସରକାର ଓଡିଶାରେ ଭିତିଭୂମି, ରୋଜଗାର, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଐତିହାସିକ ପ୍ରଗତୀ କରୁଅଛି । ଜିଏସଟି ୨.୦ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆର୍ଥିକ ସଂସ୍କାରର ଏକ ଅଂଶବିଶେଷ ଅଟେ । ଯାହା ଦୀର୍ଘ ୧୧ବର୍ଷ ଧରି କ୍ରମାଗତ ଭାବେ ଭାରତକୁ ସଫଳତାର ଏ ନୂତନ ଶିଖରରେ ପହଂଚାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଅଟେ । ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭିତଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି- ୬୦ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର ହୋଇଛି, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍ ଚାଲୁଛି, ଶହେ ପଚାଶରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମ୍ବୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି । ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ଭାରତ ପୃଥୀବିର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥବ୍ୟବସ୍ଥା ଅଟେ । ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି / ଦଲାଲ ମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଇ ଦିଆଯାଉଛି, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି, କୋଟି କୋଟି ପରିବାର ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀ ମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି । କୋଭିଡ ମହାମାରୀ ପରେ ଯେତେବେଳେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ସେତିକିବେଳେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହେଲା । ଆଇଏମଏଫ ଓ ବିଶ୍ୱବ୍ୟାଙ୍କ ଭାରତକୁ “ଉଜ୍ଜ୍ୱଳ ସ୍ଥାନ ବା ବ୍ରାଇଟ୍ ସ୍ପଟ୍‌” ଆଖ୍ୟା ଦେଇଛନ୍ତି ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ଏହି ଜିଏସ୍‌ଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ । ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ରେ ତ୍ୱରିତ ବେଗରେ ଅଗ୍ରସର ହେବ । ମୋଦି ସରକାରର ପ୍ରତ୍ୟେକ ନିଷ୍ପତିରେ ଲୋକକଲ୍ୟାଣ ସବୁବେଳେ କେନ୍ଦ୍ର ସ୍ଥାନରେ ରହିଛି । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ଚୁଗ୍ କହିଛନ୍ତି ।

ରାଜ୍ୟ ବିଜେପି ବୁଦ୍ଧିଜିବୀ ପ୍ରକୋଷ୍ଟର ଆବାହକ ଶ୍ରୀଯୁକ୍ତ ସୁଦର୍ଶନ ନାୟକଙ୍କ ପୌରହିତ୍ୟରେ ଏହି ଆଲୋଚନାଚକ୍ରରେ ବିଜେପି ରାଜ୍ୟ ଉପସଭାପତି ତଥା ରାଜ୍ୟ ଜିଏସ୍‌ଟି ପ୍ରଚାର କମିଟିର ସଂଯୋଜକ ଶ୍ରୀଯୁକ୍ତ ବିରଂଚି ନାରାୟଣ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରାଜ୍ୟ ଜିଏସ୍‌ଟି ପ୍ରଚାର କମିଟି ସହ ସଂଯୋଜକ ଶ୍ରୀ ସଞ୍ଜୟ ରଥ ପରିଚୟ ପ୍ରଦାନ କରିଥିଲା ବେଳେ ଯାଜପୁର ସାଂସଦ ଡ. ରବି ନାରାୟଣ ବେହେରା, ରାଜ୍ୟ ବିଜେପିର ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଟର ଆବାହକ ଶ୍ରୀଯୁୁକ୍ତ ତପନ ଚାନ୍ଦ ଓ ରାଜ୍ୟ ବିଜେପି ଚାଟାର୍ଡ ଆକାଉଂଟ୍ ପ୍ରକୋଷ୍ଟ ସଂଯୋଜକ ଶ୍ରୀଯୁକ୍ତ ମିହିର ସାହୁ ଜିଏସଟି ସୁଧାର ସମ୍ପର୍କରେ ବିସ୍ତୃତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଆଲୋଚନା ଚକ୍ରରେ ଦଳର ରାଜ୍ୟ ପଦାଧିକାରୀ ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

 

Share196Tweet123
M M

M M

ଆଜିର ପାଗ

Bhubaneswar
December 31, 2025, 10:34 AM
 

NE
Partly cloudy
21°C
2 m/s
Apparent: 18°C
Pressure: 1014 mb
Humidity: 100%
Winds: 2 m/s NE
Windgusts: 4.7 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

December 31, 2025

ମୋଦିଜୀଙ୍କ ନେତୃତ୍ୱ ବିଜେପିକୁ ଆଜି ବିରାଟ ବଟବୃକ୍ଷରେ ପରିଣତ କରିଛି: ଅଭିଳାଷ ପଣ୍ଡା

December 30, 2025
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

December 30, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom