• Latest
  • Trending
ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

Nov-23-2025 06:16 AM IST
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

Dec-13-2025 07:05 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-13-2025 06:34 AM IST
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

Dec-13-2025 06:49 AM IST
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

Dec-12-2025 07:14 AM IST

ଆମେରିକା-ପାକିସ୍ତାନ ବୃହତ୍ ଅସ୍ତ୍ରଶସ୍ତ୍ର ଚୁକ୍ତି : F-16 ପୁଣି କିଣିବ ପାକିସ୍ତାନ

Dec-11-2025 07:38 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ପଛରେ କାରଣ କହିଲେ ସୂର୍ଯ୍ୟ

Dec-11-2025 07:10 PM IST
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
  • About
  • Careers
  • Contact Us
Saturday, December 13, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

by M M
Nov-23-2025 06:16 AM IST
in ମନୋରଞ୍ଜନ
0
ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌
491
SHARES
1.4k
VIEWS
Share on FacebookShare on Twitter

ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍‌’ ପ୍ରଦର୍ଶିତ ହୋଇଛି । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି । କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ କୌଶିକ ଦାସ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି।

ଚଳଚ୍ଚିତ୍ରର ପ୍ରଥମ କାହାଣୀ ‘କାନଫୁଲ’ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି । ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍‌ ହୋଇଯାଉଛି ଯେତେବେଳେ କୋଭିଡ୍‌ ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍‌ ହୋଇଯାଉଛି। ଦ୍ୱିତୀୟ କାହାଣୀ ହେଉଛି ‘ରଙ୍ଗମାଟି’। ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି । ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବାଙ୍ଗାଲୋର ଯିବାକୁ ସ୍ୱପ୍ନ ଦେଖୁଛି, କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା’କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି।

ତୃତୀୟ କାହାଣୀ ‘ବାଇଦକାରିଆ’ରେ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ଦଶହରା ପୂଜାକୁ ଅପେକ୍ଷାର ଚିତ୍ର ବର୍ଣ୍ଣିତ ହୋଇଛି। କାହାଣୀ ଗତିଶୀଳ ହେବା ସହିତ ଅପ୍ରତ୍ୟାଶିତ ସତ୍ୟ ଏବଂ ବର୍ଦ୍ଧିତ ଉତ୍ତେଜନା ଘଟଣାର ମୋଡ଼ ବଦଳାଇ ଦେଉଛି। ଚତୁର୍ଥ କାହାଣୀ ‘ବିଭାଘର’ରେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଏକ ମଧ୍ୟବିତ୍ତ ପରିବାର ସଂଘର୍ଷ ବର୍ଣ୍ଣିତ ହୋଇଛି। ଏସବୁ କାହାଣୀରେ ଗ୍ରାମୀଣ ଓଡ଼ିଶାର ଆଶା, ସଂଘର୍ଷ ଏବଂ ଦୃଢ଼ତା ବର୍ଣ୍ଣିତ ହୋଇଛି। ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ଜରିଆରେ ଗ୍ରାମୀଣ ସମ୍ପ୍ରଦାୟ, ସେମାନଙ୍କର ସ୍ୱପ୍ନ ଏବଂ ମଣିଷର ଦୃଢ଼ ମନୋବଳକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି ।

‘ମାଳିପୁଟ୍‌ ମେଲୋଡ଼ିଜ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ କୋରାପୁଟ ଜୟପୁରର ବାସିନ୍ଦା ବିଶାଲ ପଟ୍ଟନାୟକ ବୃତ୍ତିରେ ଜଣେ କଳା ଶିକ୍ଷକ। ଆଜି ଆଇଏଫଏଫଆଇ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଚଳଚ୍ଚିତ୍ରକୁ ନେଇ ତାଙ୍କର ଅଭିଜ୍ଞତା ବିଷୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏ ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ସେ ନିଜ ଅଞ୍ଚଳର ଲୋକଙ୍କର ଦୈନନ୍ଦିନ ଜୀବନ ଓ ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହୀ ଥିଲେ। ‘ମାଳିପୁଟ ମେଲୋଡ଼ିଜ୍‌’ ଜରିଆରେ ସେ ଏ ଦିଗରେ ଏକ ସଚ୍ଚୋଟ ପ୍ରୟାସ କରିଛନ୍ତି। ପ୍ରଯୋଜକ କୌଶିକ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହୋଇଛି । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
December 13, 2025, 7:17 AM
 

NNW
Fog
14°C
0.8 m/s
Apparent: 17°C
Pressure: 1017 mb
Humidity: 98%
Winds: 0.8 m/s NNW
Windgusts: 4.7 m/s
UV-Index: 0.55
Precip.: 0mm /0% / Rain
Sunrise: 6:13 AM
Sunset: 5:08 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ହାଡ଼ଭଙ୍ଗା ଜାଡ଼

December 13, 2025
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

December 13, 2025
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom