କଂଗ୍ରେସର ବନ୍ଦ ଡାକରା ଆଉ ସେଥିରେ ସୁର ରାଉତରାୟଙ୍କ ଦମ୍ଦାର୍ ଅନ୍ଦାଜ ନଥିଲେ ଜମେନି। ସୁର ଭାଇ ମଇଦାନକୁ ଓହ୍ଲାଇଲେ ପୁରା ଭୁବନେଶ୍ୱର କମ୍ପେ। ଯେଉଁ ବନ୍ଦ୍ ହେଉଛି, ସେଥିରେ ଆମର ପୂର୍ଣ୍ଣ ସମର୍ଥନ ଅଛି। ଚାଷୀଙ୍କୁ ପେନସନ ଦିଅ, ପାଣି ଦିଅ, ସାର ଦିଅ। ଚାଷୀ କାନ୍ଦିଲେ ଦେଶ କାନ୍ଦିବ। ଆଜି ଚକା ଜାମ୍ ହେବ, “ଆରେ ଆମେ କ’ଣ ଡରିଛୁ କି? ପୋଲିସ ଭାଇମାନେ ଠିଆ ହୋଇଛନ୍ତି, ହୁଅନ୍ତୁ। ଆମେ ଶାନ୍ତିପୂର୍ଣ୍ଣ ବନ୍ଦ୍ କରୁଛୁ। କିନ୍ତୁ ଯଦି କେହି ଚାଷୀଙ୍କୁ ହଇରାଣ କରିବ, ତେବେ ମୁଁ ସେଠି ପହଞ୍ଚିବି।




















