• Latest
  • Trending
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Wednesday, March 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

by M M
Dec-10-2025 11:01 PM IST
in ରାଜନୀତି, ରାଜ୍ୟ
0
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ
506
SHARES
1.4k
VIEWS
Share on FacebookShare on Twitter

 

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଧାୟକଙ୍କ ଭତ୍ତା ଓ ପେନସନ୍ ବିଲ୍‌ ୨୦୨୫’ ପାରିତ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।  ରାଜ୍ୟର ବିଧାୟକମାନେ ଦରମା ଓ ଭତ୍ତା ବାବଦକୁ ପାଇବାକୁ ଥିବା ମୋଟ ଅର୍ଥ ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଞ୍ଚିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟ ରାଜନୀତି ଓ ସାଧାରଣ ଜନତାଙ୍କ ମଧ୍ୟରେ ରାଜନେତାଙ୍କ ପ୍ରତି ଅସନ୍ତୋଷ ବଢ଼ିଛି ।  ଓଡ଼ିଶା ଭଳି ଗରିବ ରାଜ୍ୟରେ ଯେଉଁଠି ଲୋକେ କାମ ପାଇଁ ବାହାର ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି । ରାଜ୍ୟର ଅର୍ଥନୀତି ଭଲ ନାହିଁ । ଋଣ ବଢ଼ି ବଢ଼ି ଚାଲିଛି । ଯୁବକମାନଙ୍କୁ ନିଯୁକ୍ତି ନାହିଁ । ସ୍କୁଲରେ ଶିକ୍ଷକ ନାହାଁନ୍ତି । ମେଡିକାଲରେ ଡାକ୍ତର ନାହାଁନ୍ତି । ସେଭଳି ପରିସ୍ଥିତିରେ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସ୍ବାଭାବିକ ।

ବିଲ୍ ପାସ୍ ହେବା ପରେ ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାର ଟଙ୍କା ହୋଇଥିବା ବେଳେ, ମୋଟ ବୃଦ୍ଧି ଅଧିକାଂଶ ଭତ୍ତା ବାବଦରେ ଘଟିଛି। ବିଧାୟକଙ୍କ ମୋଟ ଦରମା ଓ ଭତ୍ତା: ୩ ଲକ୍ଷ ୪୫ ହଜାର ଟଙ୍କାରେ ପହଁଚିଛି । ବିଧାୟକମାନେ ବ୍ୟୟ ଭତ୍ତା (୯୬ ହଜାର), ଯାନବାହନ ଭତ୍ତା (୫୦ ହଜାର), ଗସ୍ତ ଖର୍ଚ୍ଚ (୭୫ ହଜାର), ଚିକିତ୍ସା ଖର୍ଚ୍ଚ (୩୫ ହଜାର) ଓ ବିଦ୍ୟୁତ ଦେୟ (୨୦ ହଜାର) ବାବଦରେ ଏହି ଅର୍ଥ ପାଇବେ।  ଏହି ବର୍ଦ୍ଧିତ ରାଶି ଝାଡ଼ଖଣ୍ଡ (୨.୯୦ ଲକ୍ଷ) ଏବଂ ଉତ୍ତରପ୍ରଦେଶ (୧.୮୭ ଲକ୍ଷ) ଭଳି ବଡ଼ ରାଜ୍ୟର ବିଧାୟକଙ୍କ ତୁଳନାରେ ବହୁତ ଅଧିକ।

ବିରୋଧ ଓ ସମାଲୋଚନା

ରାଜ୍ୟର ଅର୍ଥନୀତି ଏବଂ ଦାରିଦ୍ର୍ୟ ସ୍ଥିତିକୁ ଦେଖି ଏକାଥରକେ ଏତେ ପରିମାଣରେ ଦରମା ବୃଦ୍ଧି ଘଟିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଯେତେବେଳେ 25 ବର୍ଷ ପରେ ସରକାର ପରିବର୍ତ୍ତନ ହେଲା, ଲୋକେ ଚାହୁଁଥିଲେ ସରକାର ଲୋକଙ୍କ ପାଇଁ କାମ କରିବେ । କିନ୍ତୁ ଏଭଳି ନିଷ୍ପତ୍ତିକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କେରଳ ବିଧାୟକଙ୍କୁ ମାତ୍ର ୭୦ ହଜାର ଟଙ୍କା ମିଳୁଛି, ସେଠାରେ ଓଡ଼ିଶାର ବିଧାୟକଙ୍କୁ ଦେଶରେ ସର୍ବାଧିକ ଅର୍ଥ ମିଳିବା ନୈତିକତା ଉପରେ ପ୍ରଶ୍ନ ଉଠାଉଛି। ବିରୋଧୀ ଦଳମାନେ ଏହାକୁ ବିରୋଧ କରିନାହାଁନ୍ତି । କାରଣ  ସେମାନେ ନିଜେ ମଧ୍ୟ ବର୍ଦ୍ଧିତ ଦରମାର ଲାଭ ନେବେ। ତେବେ ଏହା ସାଧାରଣ ଜନତାଙ୍କ ମଧ୍ୟରେ ଏକ ଭୁଲ୍ ଯାଉଛି । ରାଜନୀତି ସମୀକ୍ଷକ, ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି।

ବିଧାୟକମାନେ ଲୋକସେବା ଏବଂ ନିର୍ବାଚନମଣ୍ଡଳୀର କାର୍ଯ୍ୟ ତୁଲାଇବା ପାଇଁ ଏହି ବୃଦ୍ଧି ଆବଶ୍ୟକ ବୋଲି ଯୁକ୍ତି କରୁଥିଲେ ମଧ୍ୟ, ଏତେ ପରିମାଣର ବୃଦ୍ଧି ରାଜ୍ୟ ରାଜକୋଷ ଉପରେ ଚାପ ପକାଇବ ନିଶ୍ଚିତ ।

Share202Tweet127
M M

M M

ଆଜିର ପାଗ

Bhubaneswar
March 4, 2026, 9:10 PM
 

SSW
Clear sky
26°C
2.4 m/s
Apparent: 29°C
Pressure: 1010 mb
Humidity: 81%
Winds: 2.4 m/s SSW
Windgusts: 7.4 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:52 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom