ଆଳୁ ଗଦିରେ ଆଳୁ ସଙ୍କଟ, ପୁଣି ବଢିପାରେ ଆଳୁଦର। ଭୁବନେଶ୍ବର ଆଇଗିଣିଆ ଗଦିରେ ନାହିଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ । କଟକ ଛତ୍ରବଜାରକୁ ବି ଆସୁନି ଯଥେଷ୍ଟ ପରିମାଣର ଟ୍ରକ। ଫଳରେ ରାଜ୍ୟରେ ପୁଣିଥରେ ଆଳୁ ସଙ୍କଟ ଦେଖାଯିବାର ଆଶଙ୍କା ଦେଖାଦେଇଛି। ପଶ୍ଚିମବଙ୍ଗରୁ ରାଜ୍ୟକୁ ଆଳୁ ଆମଦାନୀ ବନ୍ଦ ହେବାପରେ ଉତ୍ତରପ୍ରଦେଶ ଓ ପଞ୍ଜାବରୁ ରାଜ୍ୟକୁ ଆଳୁ ଆସିବା ନେଇ ଦ୍ବନ୍ଦ୍ବ ଉପୁଜିଛି। ବଜାରରୁ ଆଳୁ ସରିଆସୁଥିବା ବେଳେ ପୁଣିଥରେ ଚଢାଦରର ସମ୍ମୁଖୀନ ହୋଇପାରନ୍ତି ଖାଉଟି।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








