ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇ (BCCI) ଆଜି ଭାରତୀୟ ଦଳ ଘୋଷଣା କରିଛି। ଆଘାତଜନିତ ବିରତି ପରେ ଷ୍ଟାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦଳକୁ ଫେରିବା ସହ ତାଙ୍କୁ ପୁଣିଥରେ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। ପନ୍ତ ଇଂଲଣ୍ଡ ସିରିଜ୍ରେ ଶୁଭମନ ଗିଲ୍ଙ୍କ ଡେପୁଟି ଥିଲେ।
ଅଜିତ ଅଗରକରଙ୍କ ନେତୃତ୍ୱରେ ଭାରତୀୟ ସିନିୟର ପୁରୁଷ ଚୟନ କମିଟି ଦ୍ୱାରା ଘୋଷିତ ଏହି ୧୫ ଜଣିଆ ସ୍କ୍ୱାଡ୍ରେ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଏବଂ ଏନ୍. ଜଗଦିସନ୍ଙ୍କୁ ବାଦ୍ ଦିଆଯାଇଛି। ପନ୍ତଙ୍କ ବ୍ୟତୀତ ଯୁବ ଦ୍ରୁତ ବୋଲର ଆକାଶ ଦୀପ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟେଷ୍ଟ ଦଳରେ ସାମିଲ୍ ହୋଇଥିବା ଅନ୍ୟତମ ନୂତନ ଖେଳାଳି।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଦକ୍ଷିଣ ଆଫ୍ରିକା A ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଅଣଆନୁଷ୍ଠାନିକ ODI ସିରିଜ୍ ପାଇଁ ଭାରତ A ଦଳ ଘୋଷଣା କରିଛି। ଏହି ସିରିଜ୍ ରେ ତିଲକ ବର୍ମା ଭାରତ ଏ ଦଳର ଅଧିନାୟକ ରହିଛନ୍ତି । ଆଶା କରାଯାଉଛି ଆଗାମୀ ଦିନରେ ତିଲକ ଓଡ଼ିଆଇରେ ସ୍ଥାନ ପାଇପାରନ୍ତି । ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତ A ପାଇଁ ଖେଳିବେ ନାହିଁ । ଉଭୟ ଅଭିଜ୍ଞ ଖେଳାଳି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଦଳ ବିପକ୍ଷ ODI ସିରିଜ୍ ରେ ଖେଳି ପାରନ୍ତି ।
ଏସିଆ କପରେ ତିଲକ ବର୍ମା ଫାଇନାଲରେ ଦମଦାର ବ୍ୟାଟିଂ କରିଥିଲେ । ଏହି ସିରିଜରେ ତିଲକ ବର୍ମା ଭାରତ ଏ ଦଳର ଅଧିନାୟକ ହେବେ, ଯେତେବେଳେ ଋତୁରାଜ ଗାୟକୱାଡଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ୱିକେଟକିପର-ବ୍ୟାଟସମ୍ୟାନ ଇଶାନ କିଷାନ ଦୀର୍ଘ ଦିନ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅଭିଷେକ ଶର୍ମା, ରିୟାନ ପରାଗ, ପ୍ରଭସିମରନ ସିଂହ ଏବଂ ବିପ୍ରଜ ନିଜଜଙ୍କୁ ଦଳରେ ସାମିଲ କରାଯାଇଛି। ବୋଲରଙ୍କ ମଧ୍ୟରେ ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣ ଏବଂ ଅର୍ଶଦୀପ ସିଂହଙ୍କୁ ଦଳରେ ସାମିଲ କରାଯାଇଛି।
















