• Latest
  • Trending

ଓଡିଶାକୁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ରେଳ ପ୍ରକଳ୍ପ

Aug-10-2024 06:25 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡିଶାକୁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ରେଳ ପ୍ରକଳ୍ପ

by M M
Aug-10-2024 06:25 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଓଡିଶାକୁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ରେଳ ପ୍ରକଳ୍ପ କେନ୍ଦ୍ର ସରକାର ପ୍ରଦାନ କରିଥିବାରୁ ରାଜ୍ୟ ବିଜେପି ଧନ୍ୟବାଦ ଦେଇଛି ।  ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ । କ୍ୟାବିନେଟ୍‌ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଓଡିଶାର ବିକାଶ ଲାଗି ମୋଦିଜୀଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗତ କାଲି କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ଅନୁମୋଦିତ ହୋଇଥିବା ୬ଟି ରେଳ ପ୍ରକଳ୍ପଗୁଡିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ପାଇଁ ୧୩୨୬ କୋଟି, ଜୁନାଗଡ – ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ୩୨୭୪ କୋଟି, ମାଲକାନଗିରି – ଭଦ୍ରାଚଲମ – ପାଣ୍ଡୁରାଙ୍ଗପୁରମ ନୂତନ ରେଳ ପାଇଁ ୪୧୦୯ କୋଟି, ବାଦାମପାହାଡ – କେନ୍ଦୁଝରଗଡ ନୂତନ ରେଳ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷୀ – ଗୋରୁମହିଷାଣି ନୂତନ ରେଳ ପାଇଁ ୨୫୪୯ କୋଟି ଏବଂ ବୁରାମରା – ଚାକୁଳିଆ ନୂତନ ରେଳ ପାଇଁ ୧୬୩୯ କୋଟି ଟଙ୍କା ମଂଜୁରୀ ମିଳିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 3:26 PM
 

SSW
Overcast
33°C
3.2 m/s
Apparent: 30°C
Pressure: 1009 mb
Humidity: 85%
Winds: 3.2 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom