• Latest
  • Trending
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

Oct-26-2025 04:25 PM IST
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

Dec-11-2025 08:36 AM IST
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

Dec-11-2025 07:08 AM IST
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

Dec-11-2025 06:21 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Dec-11-2025 06:11 AM IST
ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

ବିଧାୟକଙ୍କ ଦରମା ଦେଶରେ ସର୍ବାଧିକ: ‘ବିଲ୍’ ପାସ୍ ପରେ ସାଧାରଣରେ ଅସନ୍ତୋଷ

Dec-10-2025 11:01 PM IST
ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

ସୋନିଆଙ୍କୁ ମୋକିମଙ୍କ ଚିଠି; ପିସିସି ସଭାପତିଙ୍କ ବିଫଳତାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ

Dec-10-2025 10:19 PM IST
ଓଡ଼ିଶାର ବିକାଶ କରିବ ବିଜେପି

ଓଡ଼ିଶାର ବିକାଶ କରିବ ବିଜେପି

Dec-10-2025 10:02 PM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

Dec-10-2025 11:23 AM IST

କ’ଣ କହୁଛି ଆଜିର ରାଶିଫଳ

Dec-10-2025 11:16 AM IST
  • About
  • Careers
  • Contact Us
Thursday, December 11, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

by M M
Oct-26-2025 04:25 PM IST
in ରାଜ୍ୟ
0
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି
491
SHARES
1.4k
VIEWS
Share on FacebookShare on Twitter

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ  କହିଛନ୍ତି ।  ମନ୍ କି ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ, କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ । ଚାକିରି ଛାଡ଼ି କଫି ଚାଷରେ ଅନେକ ମନ ବଳାଉଛନ୍ତି । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦି ଭୁରି ଭୁରି ପ୍ରଶଂସା କରିଛନ୍ତି ।

କୋରାପୁଟ କଫି ଓଡ଼ିଶାର ଏକ ଅନନ୍ୟ ଐତିହ୍ୟ । ପୂର୍ବ ଘାଟର କୋରାପୁଟ ଜିଲ୍ଲାର ଉଚ୍ଚ ପର୍ବତମାଳା, ଘନ ଜଙ୍ଗଲ ଓ ଉର୍ବର ମାଟିରେ ଏହି କଫି ଉତ୍ପାଦନ ହୋଇଥାଏ। ସମୁଦ୍ର ପତ୍ତନରୁ ୮୦୦ରୁ ୧୫୦୦ ମିଟର ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳର ଶୀତଳ ଜଳବାୟୁ, ପର୍ଯ୍ୟାପ୍ତ ବର୍ଷା ଓ ଛାୟାମୟ ବୃକ୍ଷମାନଙ୍କ ତଳେ ଆରବିକା ଓ ରୋବୁଷ୍ଟା ପ୍ରଜାତିର କଫି ଚାଷ କରାଯାଏ। ଆଦିବାସୀ ସମ୍ପ୍ରଦାୟର କୃଷକମାନେ ପାରମ୍ପରିକ ଜୈବିକ ପଦ୍ଧତିରେ ଏହା ଉତ୍ପାଦନ କରନ୍ତି, ଯାହା ରାସାୟନିକ ସାର ବିନା ହୋଇଥାଏ।କୋରାପୁଟ କଫିର ସ୍ୱାଦ ଅତି ସୁଗନ୍ଧିତ, ମଧୁର ଓ ହାଲୁକା ଅମ୍ଳଯୁକ୍ତ। ଏହାର ଗାଢ଼ ରଙ୍ଗ ଓ ଚକୋଲେଟ୍ ଭଳି ଫ୍ଲେଭର ବିଶ୍ୱବଜାରରେ ପ୍ରଶଂସିତ। ଜିଆଇ ଟ୍ୟାଗ୍ ପ୍ରାପ୍ତ ଏହି କଫି ଭାରତର ପ୍ରଥମ ଜୈବିକ କଫି ଭାବେ ପରିଚିତ। କୋରାପୁଟ କଫି ସହକାରୀ ସଂଘ ଓ ଟ୍ରାଇବାଲ କୃଷକମାନେ ଏହାର ଉତ୍ପାଦନ ଓ ବଜାରକରଣ କରନ୍ତି। ଏହା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରି ହଜାର ହଜାର ପରିବାରକୁ ରୋଜଗାର ଯୋଗାଏ। ବିଦେଶୀ ଦେଶମାନଙ୍କୁ ରପ୍ତାନି ହେଉଥିବା ଏହି କଫି ଓଡ଼ିଶାର ସାଂସ୍କୃତିକ ପରିଚୟକୁ ବିଶ୍ୱସ୍ତରରେ ପହଞ୍ଚାଇଛି। )
ଏହି ଅବସରରେ  ଏହାର ସ୍ବାଦକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ । ଏହା ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।

ଶ୍ରୀ ପ୍ରଧାନ ଏହି ଅବସରରେ ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି । ବିଶ୍ୱରେ ‘ବ୍ରାଣ୍ଡ୍ କୋରାପୁଟ୍’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମର ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 11, 2025, 9:02 AM
 

NW
Clear sky
19°C
0.8 m/s
Apparent: 15°C
Pressure: 1016 mb
Humidity: 86%
Winds: 0.8 m/s NW
Windgusts: 4.7 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

ବନ୍ଦେ ମାତରମ୍‌ କିପରି ସ୍ୱାଧୀନତା ସଂଗ୍ରାମର ମହାମନ୍ତ୍ର ଥିଲା?

December 11, 2025
ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

ରାହୁଲଙ୍କ ‘ଖୋଲା ବିତର୍କ’ ଆହ୍ୱାନକୁ ଶାହଙ୍କ ପ୍ରତ୍ୟାଖ୍ୟାନ

December 11, 2025
ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

ଓଡ଼ିଶାରେ ପ୍ରବଳ ଶୀତ ଲହରି; ଅନେକ ସ୍ଥାନରେ ୧୦°C ତଳେ ତାପମାତ୍ରା

December 11, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom