• Latest
  • Trending

ଓଡ଼ିଶା ଫେରୁଛି ପୋସ୍କୋ !

Nov-01-2024 07:37 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
odisha.newsroom.in

ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?

Mar-28-2026 11:07 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡ଼ିଶା ଫେରୁଛି ପୋସ୍କୋ !

by M M
Nov-01-2024 07:37 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଶା ପୋସ୍କୋ ଫେରୁଥିବା ନେଇ ଏବେ ରାଜନୀତି ସରଗରମ । ସରକାର ବଦଳିବା ପରେ ପୋସ୍କୋ ଫେରିବା ନେଇ ବାଟ ଫିଟିଛି । କାରଣ ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଯାହା ଫଳରେ ପୋସ୍କୋ ପୁଣି ଓଡ଼ିଶା ଫେରୁଥିବା ସ୍ପଷ୍ଟ ହୋଇଛି ।

ଜେଏସଡବ୍ଲୁ ଓ ପୋସ୍କୋ ମଧ୍ୟରେ ଦୁଇଟି ପ୍ରସଙ୍ଗକୁ ନେଇ ଚୁକ୍ତି ହୋଇଛି । ଗୋଟିଏ ନୂଆ ଇସ୍ପାତ କାରଖାନା ସମ୍ପର୍କିତ ହୋଇଥିବାବେଳେ ଅନ୍ୟଟି ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ପ୍ରସ୍ତୁତ ସମ୍ପର୍କିତ ରହିଛି । ପୂର୍ବରୁ ଜଗତସିଂହପୁର ଓ କଟକରେ ଏ ସମ୍ପର୍କିତ ଦୁଇଟି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜେଏସଡବ୍ଲୁ ଗ୍ରୁପ ଘୋଷଣା କରିଛି । ତେଣୁ ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ଲାଗି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହି ପ୍ରକଳ୍ପରେ 65 ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରହିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 30 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । ସେହିପରି କଟକ ଓ ପାରାଦ୍ୱୀପରେ 40 ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ୱିତ ଇଲେକ୍ଟ୍ରିକ ଯାନ ଓ ବ୍ୟାଟେରୀ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ କମ୍ପାନୀ ଘୋଷଣା କରିଛି ।

ଜଗତସିଂହପୁର ଜିଲ୍ଲାରୁ ପୋସ୍କୋ ଫେରିଯାଇଥିଲା କାରଣ ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । ଘଟଣା ଥିଲା  2013 ମସିହା ।  ପ୍ରସ୍ତାବିତ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରୁ ଏହି କଂପାନି ଫେରିଥିଲା ।  ବିପକ୍ଷବାଦୀମାନେ ସେତେବେଳେ ପ୍ରବଳ ବିରୋଧ କରିଥିଲେ । ଏବେ ମଧ୍ୟ କିଛି ବିରୋଧାଭାସ ରହିଛି ।

ଏରସମା ଓ କୁଜଙ୍ଗ ବ୍ଲକର 3ଟି ପଞ୍ଚାୟତ ଢିଙ୍କିଆ, ଗଡ କୁଜଙ୍ଗ ଓ ନୂଆଗାଁରେ କଂପାନି ପ୍ରତିଷ୍ଠା ହୋଇଥାନ୍ତା । ପୋସ୍କୋ ଫେରିବା ପରେ ଜିନ୍ଦଲକୁ ଦିଆଯାଇଛି ।  ବିପକ୍ଷବାଦୀ ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି ଗଠନ କରି ସଭା ଆୟୋଜନ କରିଛନ୍ତି । ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା 2958 ଏକର ଜମିକୁ ଓଡିଶା ସରକାର ଜିନ୍ଦଲକୁ ହସ୍ତାନ୍ତର କରିଛନ୍ତି ।

ପୋସ୍କୋ ଓଡ଼ିଶା ଫେରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ  ପ୍ରତିକ୍ରିୟା ରଖିଛନ୍ତି ।  ସବୁ କଂପାନିକୁ ସରକାର ସ୍ବାଗତ କରିବେ । ରୋଜଗାର ପାଇଁ ଏସବୁର ଆବଶ୍ୟକତା ରହିଛି । ଶିଳ୍ପ ସଂସ୍ଥାକୁ ସମସ୍ତ ସହଯୋଗ ଯୋଗାଇବାକୁ ସରକାର ପ୍ରସ୍ତୁତ । ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ବହୁ ଶିଳ୍ପ ଓଡ଼ିଶାରେ ନିବେଶ ପାଇଁ ମନ ବଳାଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ନୂଆ ସରକାରରେ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ମୋହନ ସରକାର ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରୁଛନ୍ତି । ପୂର୍ବରୁ ଶିଳ୍ପ ଫେରିଯିବାର ବହୁତ କାରଣ ଅଛି ।” ମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି “ଜେଏସଡବ୍ଲୁ ହେଉ କି ପୋସ୍କୋ, ଅବା ଜେଏସଡବ୍ଲୁ-ପୋସ୍କୋ ଜଏଣ୍ଟ ଭେଞ୍ଚର ଅଥବା ଅନ୍ୟ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ଵାଗତ କରିବୁ ।

ମୁମ୍ବାଇରେ ଜେଏସଡବ୍ଲୁ ଅଧ୍ୟକ୍ଷ ସଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ ହ୍ଵାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ପାଞ୍ଚ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଚୁକ୍ତି ହୋଇଛି ।

 

2005ରେ ସ୍ୱାକ୍ଷରିତ ଏମଓୟୁକୁ କିଛି ସଂଗଠନ ସହ ପଂଚାୟତବାସୀ ପ୍ରବଳ ବିରୋଧ କରିଥିଲେ । ଏମଓୟୁ 2011 ଜୁନରେ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର ଓ କମ୍ପାନୀ । ରାଜ୍ୟ ସରକାର ବହୁ ପ୍ରଚେଷ୍ଟାରେ ପ୍ରାୟ 2 ହଜାରରୁ ଅଧିକ ଏକର ଜମି ଅଧିଗ୍ରହଣ କରି ଯୋଗାଇଥିଲେ ।

ସମ୍ପୂର୍ଣ୍ଣ ଜମି ନମିଳିବାରୁ 2012 ଏପ୍ରିଲ ପର୍ଯ୍ୟନ୍ତ କମ୍ପାନୀ ତାହାର ନବୀକରଣ କରିନଥିଲା । ସେହିପରି ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ପୋସ୍କୋର ଦାବି ଥିଲା । ଜମି ମିଳିବାରେ ସମସ୍ୟା ସହ ଖଣି ନମିଳିବାରୁ ବାଧ୍ୟ ହୋଇ 2017 ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରି ଯାଇଥିଲା ପୋସ୍କୋ ।

ପୋସ୍କୋ ଯେଉଁ ସ୍ଥାନରେ ଇସ୍ପାତ କାରଖାନା ବସାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲା, ସେହି ଜମି ଜେଏସଡବ୍ଲୁକୁ ଦିଆଯାଇଛି । ଚଳିତବର୍ଷ ଫେବୃଆରୀରେ ଜେଏସଡବ୍ଲୁ ଇସ୍ପାତ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିଥିଲା । ସେତେବେଳେ ବିଜେଡି ସରକାର ଥିଲା । ଏବେ କିନ୍ତୁ ବିଜେପି ସରକାର ରହିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 12:19 PM
 

S
Mainly clear
34°C
3 m/s
Apparent: 40°C
Pressure: 1006 mb
Humidity: 51%
Winds: 3 m/s S
Windgusts: 10.2 m/s
UV-Index: 8.8
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom