• Latest
  • Trending
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

Dec-08-2025 10:15 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?

by M M
Dec-08-2025 10:15 AM IST
in ବଡ଼ ଖବର, ରାଜ୍ୟ
0
ଶିକ୍ଷକଙ୍କ ଅଭିନବ ପ୍ରତିବାଦ; ବିଦ୍ୟାଳୟରେ ପାଠପଢ଼ା ଚାଲିବ କେମିତି ?
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଶିକ୍ଷକମାନେ ବିଭିନ୍ନ ଦାବିନେଇ ରାଜଧାନୀକୁ ଆସି ଆନ୍ଦୋଳନ କରୁଛନ୍ତି । ସରକାର ସେମାନଙ୍କୁ ବୁଝାଇ, ପ୍ରତିଶ୍ରୁତି ଦେଇ ବିଦା କରୁଛନ୍ତି । ପୁଣି କିଛି ଦିନ ପରେ ଶିକ୍ଷକମାନେ ରାଜଧାନୀ ଆସି ଧାରଣାରେ ବସୁଛନ୍ତି । ଏହା ଏବେ ପ୍ରତିବର୍ଷ ଦେଖିବାକୁ ମିଳୁଛି ।  ଚାକିରି ନିୟମିତ କରିବା ଏବଂ ୪୨୦୦ ଟଙ୍କା ଗ୍ରେଡ୍ ପେ’ ଭଳି ଦାବି ମାନିନେବାକୁ ଶିକ୍ଷକମାନେ ଦାବି କରୁଛନ୍ତି । ବିଭିନ୍ନ ଦାବିନେଇ ବିଦ୍ୟାଳୟ ଛାଡି ରାଜଧାନୀରେ ଏବେ ଶିକ୍ଷକ ଧାରଣାରେ ବସିଛନ୍ତି । ପ୍ରାଥମିକ ଶିକ୍ଷକମାନେ ରାଜଧାନୀର ଲୋୟର ପିଏମ୍‌ଜି ଠାରେ ଧାରଣାରେ ବସିଛନ୍ତି। ଶୁକ୍ରବାରରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଶିକ୍ଷକ ସାମିଲ୍ ହୋଇଛନ୍ତି। ଶିକ୍ଷକମାନେ ନିଜ ନିଜ ସ୍କୁଲ୍ ଛାଡ଼ି ଆସିଥିବାରୁ ରାଜ୍ୟର ଅନେକ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ସବୁଠୁ ବଡ଼ କଥା ହେଲା ରାଜ୍ୟର ଆର୍ଥିକ ସ୍ଥିତି ଯାହା ସେଥିରେ ଶିକ୍ଷକମାନଙ୍କ ଦାବି ପୂରଣ ହୋଇପାରିବ କି ? ବିଦ୍ୟାଳୟ ଛାଡି , ପାଠପଢ଼ା ଛାଡି ଧାରଣାରେ ବସିବା କେତେଦୂର ଠିକ୍ ? ଏହି ପ୍ରଶ୍ନର ସାଧାରଣରେ ଆଲୋଚନା ହେଉଛି ।

ଏଥର ଶିକ୍ଷକମାନେ ନିଜର ଦାବି ପୂରଣ ପାଇଁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ସେମାନେ ନିଜେ ଭକ୍ତ ଓ ନିଜେ ପୂଜକ ସାଜି ରାସ୍ତା ମଝିରେ ଦୀପ, ଧୂପକାଠି ଜାଳି କଳସ ସ୍ଥାପନା କରି ଭଗବାନଙ୍କ ନିକଟରେ ନିଜ ଦୁଃଖ ଜଣାଉଛନ୍ତି। ଶିକ୍ଷକଙ୍କ କହିବା କଥା ଯେ ୨୦୧୭ ମସିହାରୁ ଏହି ଦାବି କରିଆସୁଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ କରୁନାହାନ୍ତି। ସରକାର କାହଁକି କରୁନାହାଁନ୍ତି ଏହି ପ୍ରଶ୍ନ ପଚାରୁଛନ୍ତି ଶିକ୍ଷକ ।

ଶୁକ୍ରବାର ଠାରୁ ଏହି ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କେବଳ ଅନୁରୋଧ କରାଯାଇଛି ।

ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସରକାର ଶିକ୍ଷକଙ୍କ ସହ ଅଛନ୍ତି ଏବଂ ଦାବି ପୂରଣ ପାଇଁ ବିଚାର କରୁଛନ୍ତି। ମନ୍ତ୍ରୀ କହିବା କଥା “ବିଦ୍ୟାଳୟରେ ତାଲା ପଡ଼ି ରହିବା କାରଣରୁ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ତେଣୁ ଶିକ୍ଷକମାନେ ନିଜର ଦାବି ପ୍ରତି ଦୃଷ୍ଟି ଦେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବା ଉଚିତ୍।” ମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିକ୍ଷକଙ୍କ ଦାବିଗୁଡ଼ିକ ବିଚାରାଧୀନ ରହିଛି। ଦାବି ପୂରଣ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଆଇନଗତ ପ୍ରକ୍ରିୟା ଏବଂ ଆର୍ଥିକ ବିଚାରର ଆବଶ୍ୟକତା ରହିଛି। ତୁରନ୍ତ ଏହାର ସମାଧାନ ସମ୍ଭବ ନୁହେଁ, କିନ୍ତୁ ଆମେ ଏହା ଉପରେ କାମ କରୁଛୁ। ଦାବିଗୁଡ଼ିକର ସମୀକ୍ଷା କରିବା ପାଇଁ ସରକାର ଖୁବ୍ ଶୀଘ୍ର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବେ, ଯାହା ଶିକ୍ଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବ। ତେଣୁ, ଦୟାକରି ଆନ୍ଦୋଳନରୁ ଓହରି ଆଲୋଚନାକୁ ଆସନ୍ତୁ।” ଏଭଳି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।

ହଜାର ହଜାର ପ୍ରାଥମିକ ଶିକ୍ଷକ ଏକାଠି ହୋଇ ରାଜଧାନୀରେ ବସି ରହିବା ଫଳରେ ଗାଁ ଗହଳିର ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି।  ଶିକ୍ଷକମାନଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଦାବିଗୁଡ଼ିକ କେବେ ପୂରଣ ହେବ? ତାହା କୁହାଯାଇପାରିବ ନାହିଁ । ଯଦି ଶିକ୍ଷକମାନେ ଘୋଷଣା ଅନୁଯାୟୀ ଆନ୍ଦୋଳନ ଜାରି ରଖନ୍ତି, ତେବେ ଛୋଟ ପିଲାମାନଙ୍କର ଭବିଷ୍ୟତ କେଉଁଆଡ଼କୁ ଯିବ ?  ଶିକ୍ଷକ ବିନା ବିଦ୍ୟାଳୟରେ ନିୟମିତ ପାଠପଢ଼ା ଚାଲିବ କେମିତି? ଶିକ୍ଷକ ଏବଂ ସରକାରଙ୍କ ମଧ୍ୟରେ ତୁରନ୍ତ ଆଲୋଚନା ଓ ସମାଧାନ ହେବା ନିତାନ୍ତ ଜରୁରୀ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 9:44 PM
 

SW
Overcast
27°C
1.9 m/s
Apparent: 32°C
Pressure: 1010 mb
Humidity: 97%
Winds: 1.9 m/s SW
Windgusts: 8.1 m/s
UV-Index: 0
Precip.: 7.6mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom