• Latest
  • Trending
ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

Nov-18-2025 07:50 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

ଓଡିଶାର ସାଂସ୍କୃତିକ ଏବଂ ଆଦିବାସୀ ଉନ୍ନୟନ ସମ୍ପର୍କିତ ବିଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅବଗତ କରାଇଲେ

by M M
Nov-18-2025 07:50 PM IST
in ରାଜ୍ୟ
0
ମାନ୍ୟବର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ : ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବସା ଏବଂ ତାଙ୍କ ଯମଜ ଭ୍ରାତା ୱର୍ଲ୍ଡ ଫେଡରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନସ୍‌ (ଡବ୍ଲ୍ୟୁ.ଏଫ.ଇ.ଓ) ର ଚେୟାର ସ୍ଟ୍ରାଟେଜିକ୍ ପ୍ଲାନିଂ କମିଟି, ପୂର୍ବତନ ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଡବ୍ଲ୍ୟୁ.ଏଫ.ଇ.ଓ ଓ ଇନ୍‌ଷ୍ଟିଟ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ର ପୂର୍ବତନ ଅଧ୍ୟକ୍ଷ ଇଞ୍ଜିନିୟର ଅଶୋକ ବସା, ଆଜି (୧୮ ନଭେମ୍ବର ୨୦୨୫) ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତକାର କରିଛନ୍ତି ।

ଏହି ସାକ୍ଷାତକାର ସମୟରେ, ପ୍ରଫେସର କିଶୋର ବସା ଓଡିଶାର ସାଂସ୍କୃତିକ ଏବଂ ଆଦିବାସୀ ଉନ୍ନୟନ ସମ୍ପର୍କିତ ବିଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟ୍ରାଇବାଲ୍ ଡିଭେଲପମେଣ୍ଟ (ଏନ.ଆଇ.ଟି.ଡି.) ସ୍ଥାପନା ପାଇଁ ସେ ଅନୁରୋଧ କରିଥିଲେ। ରାଇରଙ୍ଗପୁରର ଭୌଗୋଳିକ ଅବସ୍ଥିତି ଏବଂ ଏହା ଓଡିଶା ତଥା ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଆଦିବାସୀ ଜନବହୁଳ ଅଞ୍ଚଳ ହୋଇଥିବା ଯୋଗୁଁ ରାଇରଙ୍ଗପୁର ହିଁ ଏହି ପ୍ରତିଷ୍ଠାନ ପାଇଁ ସବୁଠାରୁ ପ୍ରଯୁଜ୍ୟ ସ୍ଥାନ ହେବ ବୋଲି ପ୍ରଫେସର ବସା ଜଣାଇବା ସହ ଏହି ପ୍ରତିଷ୍ଠାନଟିକୁ ହାଇଦ୍ରାବାଦର ନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ରୁରାଲ୍ ଡିଭେଲପମେଣ୍ଟ ମଡେଲରେ ଗଢାଯିବା ନିମନ୍ତେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ ।

ଏହା ବ୍ୟତୀତ ପ୍ରଫେସର ବସା ଝୁମର ସଙ୍ଗୀତ ଓ ନୃତ୍ୟର ସାଂସ୍କୃତିକ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ମାନ୍ୟବର ରାଷ୍ଟ୍ରପତିଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଝୁମରକୁ ଗୁରୁତ୍ୱପୂର୍ଣ୍ଣ ଅବ୍ୟକ୍ତ ସାଂସ୍କୃତିକ ଐତିହ୍ୟ (ଇଣ୍ଟାଞ୍ଜୀବଲ କଲଚୁରାଲ ହେରିଟେଜ) ଭାବେ ସ୍ୱୀକୃତି ମିଳିଛି । ଏହା ଓଡିଶା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମର ବିଶାଳ ଭୌଗୋଳିକ ଅଞ୍ଚଳର ଆଦିବାସୀ ଓ ଅନ୍ୟାନ୍ୟ ସମୁଦାୟଙ୍କ ସାଂସ୍କୃତିକ ଏକତାର ପ୍ରତୀକ । ସେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଏକ ନ୍ୟାସନାଲ୍ ସେଣ୍ଟର୍ ଫର୍ ଝୁମର ସ୍ଥାପନା ପାଇଁ ଅନୁରୋଧ କରିଥିଲେ । ଏହା ସହ ଖିଚିଙ୍ଗ ସ୍ଥିତ ପ୍ରତ୍ନତତ୍ତ୍ୱ ସଂଗ୍ରହାଳୟକୁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏ.ଏସ.ଆଇ.) ଅଧୀନକୁ ଆଣିବା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, ଯାହା ମାଧ୍ୟମରେ ଉତ୍ତମ ସଂରକ୍ଷଣ, ପ୍ରଦର୍ଶନୀକରଣ ଓ ପ୍ରଚାର ସମ୍ଭବ ହେବ। ବର୍ତ୍ତମାନ ଏହି ସଂଗ୍ରହାଳୟଟି ଓଡିଶା ସରକାର ଅଧୀନରେ ରହିଛି ।

ସାକ୍ଷାତକାର ସମୟରେ ଇଞ୍ଜିନିୟର ଅଶୋକ ବସା ବିଶ୍ୱବ୍ୟାପୀ ଜଳ ସଂକଟ ସମ୍ପର୍କରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଜଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଏସ.ଡ଼ି.ଜି. ଲକ୍ଷ୍ୟ ୬, ୧୧, ୧୩ ଓ ୧୪ ରେ ସ୍ଥାନ ଦେବା ସହିତ ମିଳିତ ଜାତିସଂଘ ‘ୱାଟର୍ ଆକ୍ସନ୍ ଡେକେଡ଼ ୨୦୧୮-୨୦୨୮’ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଜଳ ସଂକଟ, ଜଳ ବ୍ୟବହାର ପ୍ରବନ୍ଧନ ଓ ସମନ୍ୱିତ ଜଳ ସମ୍ପଦ ପ୍ରବନ୍ଧନ ନିମନ୍ତେ ଜନ ସଚେତନତା ସୃଷ୍ଟି ପାଇଁ ଏହି ପଦକ୍ଷେପ ଗ୍ରହଣ ହୋଇଥିବା ସେ ଉଲ୍ଲେଖ କରିଥିଲେ ।

ଇଂ. ବସା ମାନ୍ୟବର ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଯେ ଭାରତ ବର୍ତ୍ତମାନ ଗଭୀର ଜଳ ସଂକଟ ମଧ୍ୟରେ ଗତି କରୁଛି । ୨୦୫୦ ସୁଦ୍ଧା ଏହା ଦେଶର ଜି.ଡ଼ି.ପି. ରେ ୬% ଅବନତି ଘଟାଇପାରେ । ୨୦୩୦ ବେଳକୁ ଭାରତର ଜଳ ଆବଶ୍ୟକତା, ଉପଲବ୍ଧ ମୋଟ ଜଳସମ୍ପଦର ଦୁଗୁଣା ହେବାକୁ ଥିବା ପ୍ରକଳ୍ପନା ଅଛି, ଯାହା ଭୟଙ୍କର ଜଳ ସଂକଟକୁ ଜନ୍ମ ଦେବ । ଏହି ପରିସ୍ଥିତିରେ, ଦେଶର ଜଳସମ୍ପଦ ପ୍ରବନ୍ଧନରେ ଯଥୋଚିତ ଶାସନ ବ୍ୟବସ୍ଥା ସ୍ଥାପନାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ସେ ଓଡ଼ିଶାରେ ଜଳ ସମ୍ପଦ ପରିଚାଳନା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ, ଯେଉଁଥିରେ ଜଳ ନୀତିର ପୁନର୍ଗଠନ ପାଇଁ ଏକ ରାଜ୍ୟ ଜଳ ପରିଚାଳନା ପ୍ରାଧିକରଣ ଗଠନ କରାଯିବ । ଓଡ଼ିଶାରେ ସଫଳ କାର୍ଯ୍ୟାନ୍ୱୟନ ପରେ, ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ଅନୁକରଣ କରାଯାଇପାରିବ । ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ, ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଇଂ. ବସାଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା ।ପ୍ରଫେସର କିଶୋର ବସା ଏବଂ ଇଂ. ଅଶୋକ ବସା ରାଷ୍ଟ୍ରର ବୃହତର ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ଭାବରେ ସେମାନଙ୍କର ଚିନ୍ତାଧାରା ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଇଥିବାରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 11:17 PM
 

NW
Thunderstorm with light hail
26°C
2.5 m/s
Apparent: 32°C
Pressure: 1010 mb
Humidity: 97%
Winds: 2.5 m/s NW
Windgusts: 7.9 m/s
UV-Index: 0
Precip.: 5.1mm /48% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom