ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ବଳୟ ଭିତରେ ଏହି ଗସ୍ତ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବ। ପୁଟିନ ଭାରତ ମାଟିରେ ପ୍ରାୟ 28 ଘଣ୍ଟା ବିତାଇବେ। ଏପରି ପରିସ୍ଥିତିରେ, ତାଙ୍କ ସୁରକ୍ଷା ପାଇଁ ସମସ୍ତେ ସତର୍କ ଅଛନ୍ତି । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ହେବାର ସମ୍ଭାବନା ଅଛି। ତେବେ ପୁଟିନ ଯେଉଁ କାରରେ ଯିବେ ସେହି ଅତ୍ୟାଧୁନିକ କାରକୁ ନେଇ ଚର୍ଚା ହେଉଛି ।
କହିବାକୁ ଗଲେ ପୁଟିନଙ୍କ ସୁରକ୍ଷାକୁ ନେଇ ସେ ସର୍ବଦା ସଚେତନ ଥାଆନ୍ତି । ସେ ଯେଉଁ କାରରେ ଯାତ୍ରା କରିବେ ତାକୁ ନେଇ ସାରା ବିଶ୍ବରେ ଆଲୋଚନା ହେଉଛି । ପୁଟିନଙ୍କ ସହ ଆସିଥିବା ସ୍ୱତନ୍ତ୍ର ସୁରକ୍ଷା ଗାଡ଼ି ‘Aurus Senat Limousine’ ପାଇଁ ଉତ୍କଣ୍ଠା ପ୍ରକାଶ ପାଇଛି । କାରର ସୁରକ୍ଷାକୁ ନେଇ ଅନେକ କଥା କୁହାଯାଉଛି । କାର ମସ୍କୋରୁ ଏକ ବିଶେଷ ବିମାନରେ ଦିଲ୍ଲୀ ଅଣାଯାଇଛି । ଏହି କାର ରାଷ୍ଟ୍ରପତି ପୁଟିନଙ୍କ ପାଞ୍ଚ-ସ୍ତରୀୟ ସୁରକ୍ଷା ବଳୟର ଅଂଶବିଶେଷ। Aurus Senat ହେଉଛି ରୁଷର ସ୍ୱଦେଶୀ ଉଦ୍ୟମରେ ନିର୍ମିତ ସବୁଠାରୁ ସୁରକ୍ଷିତ ଲିମୋଜିନ୍। ୨୦୧୮ ମସିହାରେ ଏହାକୁ ପୁଟିନଙ୍କ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିଲା। ଏହି ଗାଡ଼ିକୁ ଦୁର୍ଗ ବୋଲି ମଧ୍ୟ କୁହାଯାଏ, କାରଣ ଏହା ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡ ପୂରଣ କରେ।
Aurus Senat ସମ୍ପୂର୍ଣ୍ଣ ବୁଲେଟ୍ପ୍ରୁଫ୍ ହେବା ସହିତ ଶକ୍ତିଶାଳୀ ବିସ୍ଫୋରଣ, ଅତ୍ୟାଧୁନିକ ଗୁଳି ଓ ରାସାୟନିକ ଆକ୍ରମଣକୁ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ବାହ୍ୟ ଜଗତ ସହ ଯୋଗାଯୋଗ ରଖିବା ପାଇଁ ଏନକ୍ରିପ୍ଟେଡ୍ ସାଟେଲାଇଟ୍ ବ୍ୟବସ୍ଥା ଭଳି ଅନେକ ଆଧୁନିକ ବ୍ୟବସ୍ଥା ସ୍ଥାନ ପାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଲଗଜୁରୀ କାରକୁ ସୁରକ୍ଷିତ ଦୁର୍ଗ କୁହାଯାଉଛି ।ପୁଟିନଙ୍କ କାର ହେଉଛି ରୁଷର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ଲିମୋଜିନ୍ ମଡେଲ, ଯାହା ପୂର୍ବରୁ ବ୍ୟବହୃତ ହେଉଥିବା ବିଦେଶୀ କାର୍ ଯେପରିକି Mercedes-Benz S600 ର ସ୍ଥାନ ନେଇଛି। ଏହାକୁ ଖାସ୍ କରି ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ସୁବିଧାକୁ ଦୃଷ୍ଟିରେ ରଖି ୨୦୧୮ରେ ତିଆରି କରାଯାଇଥିଲା।
ଏହି ଗାଡ଼ି ସମ୍ପୂର୍ଣ୍ଣ ବୁଲେଟ୍ପ୍ରୁଫ୍ ହେବା ସହିତ ଉଚ୍ଚ କ୍ଷମତାସମ୍ପନ୍ନ ଗୁଳି, ବିସ୍ଫୋରଣ ଏବଂ ରାସାୟନିକ ଆକ୍ରମଣକୁ ମଧ୍ୟ ପ୍ରତିହତ କରିବାର କ୍ଷମତା ରଖେ। ଏଥିରେ ସ୍ୱତନ୍ତ୍ର ଲାଇଫ୍ ସପୋର୍ଟ ସିଷ୍ଟମ୍ ଏବଂ ଏନକ୍ରିପ୍ଟେଡ୍ ଯୋଗାଯୋଗ ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ରହିଛି।


















