• Latest
  • Trending

ସୋଆରେ ରାଇଜ୍ କନ୍‌କ୍ଲେଭ

Aug-28-2024 01:19 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Thursday, March 5, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ସୋଆରେ ରାଇଜ୍ କନ୍‌କ୍ଲେଭ

by M M
Aug-28-2024 01:19 PM IST
in ଭିଡ଼ିଓ, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଗବେଷକମାନଙ୍କୁ ଗବେଷଣା ନିମନ୍ତେ ଉପଯୁକ୍ତ ବିଷୟବସ୍ତୁ, ସାହାଯ୍ୟ ଓ ମଂଚ ଯୋଗାଇବାରେ ସହାୟକ ହେଉଥିବା ବିଶ୍ୱସ୍ତରୀୟ ପ୍ରକାଶନ ସଂସ୍ଥା ସ୍ପ୍ରିଞ୍ଜର ନେଚର ଦ୍ୱାରା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ମଙ୍ଗଳବାର ‘ରିସର୍ଚ୍ଚ ଇନ୍‌ଟିଗ୍ରିଟି ଇନ୍ ସାଇନ୍ସ ଆଣ୍ଡ ଏଜୁକେସନ୍‌’ (ରାଇଜ୍‌) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ‘ରାଇଜ୍ କନ୍‌କ୍ଲେଭ୍‌’ ମଧ୍ୟ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ଆହୁରି ଉଚ୍ଚତର ସୋପାନକୁ ନେବ ବୋଲି କହିଛନ୍ତି ।
ସାରା ଦେଶରେ ଗବେଷଣା କ୍ଷେତ୍ରରେ ସଚ୍ଚୋଟତା ନିମନ୍ତେ ଗବେଷକମାନଙ୍କ କାର୍ଯ୍ୟକୁ ସୁଗମ ଓ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏଭଳି ପଦକ୍ଷେପ ନିଆଯାଇଛି । ଆସନ୍ତା ମାସଠାରୁ ସ୍ପ୍ରିଞ୍ଜର ନେଚର ଇଣ୍ଡିଆ ରିସର୍ଚ୍ଚ ଟୁର-୨୦୨୪ କାର୍ଯ୍ୟକ୍ରମ ଦ୍ୱାରା ଗବେଷକମାନଙ୍କ ନିମନ୍ତେ ସାରା ଦେଶରେ ‘ରାଇଜ୍ ରୋଡ୍‌ଶୋ’, କର୍ମଶାଳା ଏବଂ ବିଭିନ୍ନ ଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
ଏହି ଅବସରରେ ଶ୍ରୀମତି ପରିଡ଼ା କହିଥିଲେ ଯେ ଏହି ସମ୍ମିଳନୀ କେବଳ ଏକ ଶୈକ୍ଷିକ କାର୍ଯ୍ୟକ୍ରମ ନୁହେଁ ବରଂ ଗବେଷଣା କ୍ଷେତ୍ରରେ ନୈତିକ ଉତ୍କର୍ଷତା ନିମନ୍ତେ ଆଲୋଚନା, ସହଯୋଗିତା ଓ ଉଦ୍‌ଭାବନର ଦ୍ୱାରକୁ ଉନ୍ମୁକ୍ତ କରିଛି ।
ଏଭଳି ପଦକ୍ଷେପ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଏହାର ଉଦ୍ଦେଶ୍ୟ ଭାରତର ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ମେଳ ଖାଉଛି ବୋଲି ପ୍ରକାଶ କରି ଶ୍ରୀମତି ପରିଡ଼ା କହିଥିଲେ ଯେ ବର୍ତମାନ ଦେଶରେ ବିଭିନ୍ନ ପ୍ରସଙ୍ଗର ସମାଧାନର ବାଟ ବାହାର କରିବା ନିମନ୍ତେ ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଅଭିନବ ଢ଼ଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।
ସ୍ପ୍ରିଞ୍ଜର ନେଚର, ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍‌ଏସ୍‌ଆର) ଏବଂ ସୋଆ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଅନେକ ଗବେଷକ ଏବଂ ଶିକ୍ଷାବିତମାନେ ଯୋଗ ଦେଇଥିଲେ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ)ର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ, ସ୍ପ୍ରିଞ୍ଜର ନେଚର ଗ୍ରୁପ୍‌ର ସଭାପତି (ଗବେଷଣା) ଶ୍ରୀ ଷ୍ଟିଭେନ୍ ଇନ୍‌ଚକୁମ୍ବେ, ବିଟ୍‌ସ ପିଲାନୀର ନିର୍ଦ୍ଦେଶକ ପ୍ରଫେସର ସୁଧୀର କୁମାର ବରାଇ, ଆଇସିଏସ୍‌ଏସ୍‌ଆର୍‌ର ମେମ୍ବର ସେକ୍ରେଟାରୀ ପ୍ରଫେସର ଧନଞ୍ଜୟ ସିଂ, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ସ୍ପ୍ରିଞ୍ଜର ନେଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭେଙ୍କଟେଶ ସର୍ବସିଦ୍ଧି, ସୋଆର ସେଂଟର ଫର୍ କ୍ୱାଂଟମ୍ ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ ଏବଂ ସୋଆ ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିବା ଶ୍ରୀମତି ପରିଡ଼ା ସ୍ପ୍ରିଞ୍ଜର ନେଚର ସହ ମିଳିତ ଭାବେ ଏହି ସମ୍ମିଳନୀକୁ ଆୟୋଜନ କରିଥିବାରୁ ସୋଆକୁ ଶୁଭେଚ୍ଛା ଜଣାଇଥିଲେ । ପୂର୍ବ ଭାରତରେ ଉଚ୍ଚ ମାନ୍ୟତା ପାଇଥିବା ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ସୋଆ ଅନ୍ୟତମ ବୋଲି ପ୍ରକାଶ କରି ଏହାର ପ୍ରଶଂସା କରିଥିଲେ । ରାଜ୍ୟରେ ବୃତିଗତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆ ଏକ ଉଜ୍ୱଳ ସ୍ୱାକ୍ଷର ବୋଲି ସେ କହିଥିଲେ ।
ଶ୍ରୀମତି ପରିଡ଼ା କହିଥିଲେ ଯେ ସୋଆରୁ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବା ପରେ ତାଙ୍କ ଝିଅ ନ୍ୟୁୟର୍କର ପ୍ରସିଦ୍ଧ ଷ୍ଟୋନୀ ବ୍ରୁକ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ସ୍ଥାନ ପାଇପାରିଥିଲେ । ସେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଚ୍ଚକୋଟୀର ପଦକ୍ଷେପ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ଅବସରରେ ସେ ସ୍ପ୍ରିଞ୍ଜର ନେଚରର ଲ୍ୟାଣ୍ଡିଂ ପେଜ୍ ଏବଂ ଇଣ୍ଡିଆନ୍ ରିସର୍ଚ୍ଚ ଟୁର୍ ୨୦୨୪ର ଶୁଭାରମ୍ଭ କରି କହିଥିଲେ ଯେ ଆସନ୍ତା ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଏହି ଯାତ୍ରା ଆରମ୍ଭ ହୋଇ ଦେଶର ୧୦ଟି ରାଜ୍ୟ ଓ ୧୬ଟି ସହର ଅତିକ୍ରମ କରି ୨୮ଟି ପ୍ରସିଦ୍ଧ ଶିକ୍ଷାନୁଷ୍ଠାନରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଉପରେ ସଚେତନତା ସୃଷ୍ଟି କରିବ ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପ୍ରେରିତ ବାର୍ତା ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପାଠ କରିଥିଲେ । ଏହି ବାର୍ତାରେ ଶ୍ରୀ ପ୍ରଧାନ ସ୍ପ୍ରିଞ୍ଜର ନେଚରର ଏହି କାର୍ଯ୍ୟକ୍ରମ ଏକ ସୁଚିନ୍ତିତ ପଦକ୍ଷେପ ବୋଲି ଅଭିହିତ କରି ଏହା ଭାରତର ଗବେଷଣା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିବ ବୋଲି କହିଥିଲେ ।
ଶ୍ରୀ ପ୍ରଧାନ କହିଥିଲେ ଯେ ରାଇଜ କନ୍‌କ୍ଲେଭର ଲକ୍ଷ୍ୟ ଗବେଷକମାନଙ୍କୁ ଜ୍ଞାନ ମାଧ୍ୟମରେ ସଶକ୍ତ କରିବା ସହ ଏହି କ୍ଷେତ୍ରରେ ସଚ୍ଚୋଟତା ଆଣିବାକୁ ପ୍ରୋତ୍ସାହିତ କରିବ । ଏହି ସମ୍ମିଳନୀ ଦ୍ୱାରା ଗବେଷକମାନେ ବିଶ୍ୱ ସ୍ତରରେ ନିଜ ଗବେଷଣା ମାଧ୍ୟମରେ ପ୍ରତିଯୋଗିତା କରିବା ସହ ନୈତିକତା ଏବଂ ସଚ୍ଚୋଟତା ଭିତିକ ଉଚ୍ଚମାନର ଗବେଷଣା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ କହିଥିଲେ ।
ଆସନ୍ତ ସେପ୍ଟେମ୍ବର ମାସ ୧୯ ତାରିଖରୁ ଦ ଇଣ୍ଡିଆନ୍ ରିସର୍ଚ୍ଚ ଟୁର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ଯୁବ ଗବେଷକମାନଙ୍କୁ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା, ପ୍ରକାଶନର ସୁଯୋଗ, ବିଶ୍ୱସ୍ତରରେ ସେମାନଙ୍କ କାର୍ଯ୍ୟର ପରିପ୍ରକାଶ ନିମନ୍ତେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଏହି ଅବସରରେ ସୋଆ ସହିତ ସ୍ପ୍ରିଞ୍ଜର ନେଚରର କ୍ୟୁରିୟସ୍ ଜର୍ନାଲ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ନିମନ୍ତେ ତଥା ଫୁଲ୍ଲି ଓପନ୍ ଆକ୍ସେସ୍ ଜର୍ନାଲ୍ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ସମ୍ମିଳନୀରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ସୀତାରାମ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଦ ଇଣ୍ଡିଆ ରିସର୍ଚ୍ଚ ଟୁର ଏକ ଗୁରୁତ୍ୱପୂର୍ଣର୍ ପଦକ୍ଷେପ ।
ବର୍ତମାନ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଏବଂ ଚାଟ୍‌ଜିପିଟି ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଉଦ୍‌ଭାବନ ସମଗ୍ର ଶିକ୍ଷା ଏବଂ ଗବେଷଣାର ମାନଚିତ୍ରକୁ ପରିବର୍ତନ କରିଦେଇଥିବା ବେଳେ ଏହାକୁ ଅତ୍ୟନ୍ତ ଦାୟିତ୍ୱର ସହ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଆମେ ନୂତନ ଜ୍ଞାନ କୌଶଳକୁ ସ୍ୱାଗତ କରିବା ଜରୁରୀ ନଚେତ ଆମେ ପଛରେ ପଡ଼ିଯିବୁ କିନ୍ତୁ ଆମକୁ ନୈତିକ ନିୟମାବଳୀର ମଧ୍ୟ ପାଳନ କରିବା ଆବଶ୍ୟକ ବୋଲି ସେ କହିିଥିଲେ ।
ଏହି ଅବସରରେ ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ସ୍ପ୍ରି୍ରଞ୍ଜର ନେଚର ଶୈକ୍ଷିକ ତଥ୍ୟର ଜଗୁଆଳୀ ଭାବେ କାର୍ଯ୍ୟ କରିବା ସହ ଗବେଷଣା ପ୍ରକାଶନ କ୍ଷେତ୍ରରେ ଖୁବ୍ ସ୍ୱଚ୍ଛତା ଅବଲମ୍ବନ କରିଥାଏ ଫଳରେ ଗବେଷଣା ପ୍ରକ୍ରିୟା ଠିକ୍ ଭାବେ ପରିଚାଳିତ ହୋଇପାରେ ।
ରାଇଜ ଏକ ସୁଚିନ୍ତିତ ପଦକ୍ଷେପ ଯାହାକି ଭାରତର ଗବେଷଣା ମାନଚିତ୍ର ଉପରେ ଦକ୍ଷତାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବା ସହ ଗବେଷଣାକୁ ଅଧିକ ଉନ୍ମୁକ୍ତ ଏବଂ ସ୍ୱଚ୍ଛ କରିବ ଏହାର ଗୁଣବତାକୁ ଏହା ବୃଦ୍ଧି କରିବା ନିମନ୍ତେ ମଧ୍ୟ ସାହାଯ୍ୟ କରିବ ବୋଲି ସେ କହିଥିଲେ ।
ଶ୍ରୀ ଇନ୍‌ଚକୁମ୍ବେ କହିଥିଲେ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନରେ ଚୀନ୍ ଏବଂ ଦ୍ୱିତୀୟ ସ୍ଥାନରେ ଯୁକ୍ତରାଷ୍ଟ ଆମେରିକା ରହିଛି । କିନ୍ତୁ ଗବେଷଣା କ୍ଷେତ୍ରରେ ନୈତିକ ମୂଲ୍ୟବୋଧ ଏବଂ ସ୍ୱଚ୍ଛତା ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ଶ୍ରୀ ସିଂ କହିଥିଲେ ଯେ ଆଇସିଏସ୍‌ଏସ୍‌ଆର୍ ଦେଶରେ ଗବେଷଣା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ବେଶ ବଦ୍ଧପରିକର ଏବଂ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ଏହା କାର୍ଯ୍ୟ କରୁଛି ।
ଭାରତରେ ସାମାଜିକ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଅନୁଦାନକୁ ଦ୍ୱିଗୁଣିତ କରାଯାଇଥିବା ବେଳେ ମହିଳା ଗବେଷିକାମାନଙ୍କ କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ ।
ଶ୍ରୀ ସର୍ବସିଦ୍ଧି କହିଥିଲେ ଯେ ସ୍ପ୍ରିଞ୍ଜର ନେଚର ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଧିକ ସହଯୋଗ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଠାରେ ଗବେଷଣାରେ ସ୍ୱଚ୍ଛତା ଭଳି ପ୍ରସଙ୍ଗକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉତ୍ସାହିତ କରାଯାଉଛି । ସୋଆ ସହିତ ଆମର ସହଯୋଗିତା ଦ୍ୱାରା ଏହି କାର୍ଯ୍ୟକୁ ଅଧିକ ଉନ୍ମୁକ୍ତ, ସୁଗମ ଏବଂ ପ୍ରଭାବପୂର୍ଣ୍ଣ କରାଯାଇପାରିବ ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ସହ ରାଇଜ ପଦକ୍ଷେପ ଏବଂ ‘ଫୁଲ୍ଲୀ ଓପନ୍ ଆକ୍ସେସ୍‌’ ‘ବୁଝାମଣା ଦ୍ୱାରା ଗବେଷଣା କ୍ଷେତ୍ରରେ ଉତ୍କର୍ଷତାକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯାଇପାରିବ ।
ଏହି ପରିପ୍ରେକ୍ଷୀରେ ସୋଆର ୬ ଜଣ ମହିଳା ଗବେଷିକାଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଗବେଷିକାମାନେ ହେଲେ ସୋଆର ସେଂଟର ଅଫ୍ ବାୟୋଟେକ୍ନୋଲୋଜିର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ, ମେଡିକାଲ୍ ରିସର୍ଚ୍ଚର ନିର୍ଦ୍ଦେଶିକା ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ଗୋଏଲ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ରେଣୁ ଶର୍ମା, ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସୁଜାତା ମିଶ୍ର ଓ ପ୍ରଫେସର ନିହାରବାଳା ଦେବୀ ଏବଂ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର । ଏଥି ସମେତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର , ସୋଆର ଚିଫ୍ ଲଇବ୍ରେରିଆନ୍ ଡକ୍ଟର ଡି.ବି. ରମେଶ ଏବଂ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍‌ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
March 5, 2026, 9:06 AM
 

NE
Partly cloudy
27°C
1.4 m/s
Apparent: 32°C
Pressure: 1012 mb
Humidity: 69%
Winds: 1.4 m/s NE
Windgusts: 9.1 m/s
UV-Index: 4.7
Precip.: 0mm /0% / Rain
Sunrise: 6:03 AM
Sunset: 5:52 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom