ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର । ଭାରତ-ଏ ପକ୍ଷରୁ ଅଧିନାୟକ ପଦ ସମ୍ଭାଳିବେ ଓ୍ବିକେଟ କିପ ଋଷଭ ପନ୍ତ । ରିଷଭ ପନ୍ତ ଅକ୍ଟୋବର 30 ରୁ ନଭେମ୍ବର 9 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ରେ ଭାରତ ଏ ଦଳର ନେତୃତ୍ୱ ନେବେ। ଚଳିତ ବର୍ଷ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟର ଟେଷ୍ଟରେ ଆଙ୍ଗୁଠି ଭାଙ୍ଗିବା ପରେ ପନ୍ତ ପୁଣି ପଡ଼ିଆକୁ ଓହ୍ଲାଇବେ । ବିସିସିଆଇ ଦୁଇଟି ମ୍ୟାଚ୍ ପାଇଁ ଦୁଇଟି ଭିନ୍ନ ଦଳ ଘୋଷଣା କରିଛି, କିନ୍ତୁ କୌଣସି ଦଳରେ ସରଫରାଜ ଖାନ ସ୍ଥାନ ପାଇନାହାଁନ୍ତି। ସାଇ ସୁଦର୍ଶନଙ୍କୁ ଦଳର ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଏହି ସିରିଜରେ ପନ୍ତ ଭାରତୀୟ ଦଳର ମଙ୍ଗ ସମ୍ଭାଳିବେ । କୋଲକାତାର ଇଡେନ ଗାଡେନରେ ନଭେମ୍ବର ୧୪ରୁ ପ୍ରଥମ ମ୍ୟାଚ ଖେଳାଯିବ । ଆଘାତରୁ ସୁସ୍ଥ ହେବା ପରେ, ପନ୍ତ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି। ଏହି କାରଣରୁ ବିସିସିଆଇ ତାଙ୍କୁ ମ୍ୟାଚ୍ ଅଭ୍ୟାସ ପାଇଁ କେବଳ ଭାରତ ଏ ଦଳରେ ସାମିଲ କରିନାହିଁ, ବରଂ ତାଙ୍କୁ କମାଣ୍ଡ ମଧ୍ୟ ଦେଇଛି। ସେପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ମଧ୍ୟ ଖେଳିବ ।
ଋଷଭ ପନ୍ତ (ଅଧିନାୟକ) (ଉଇକେଟ କିପର), ଆୟୁଷ ମଥ୍ରେ, ଏନ ଜଗଦଶନ (ଉଇକେଟ କିପର), ସାଇ ସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପାଡିକଲ, ରଜତ ପଟିଦାର, ହର୍ଷ ଦୁବେ, ତନୁଶ କୋଟିୟାନ୍, ମନଭ ସୂତାର, ଅନସୁଲ କାମ୍ବୋଜ, ୟଶ ଠାକୁର, ଆୟୁଷ ବାଦୋନି, ସାରାଂଶ ଜୈନ