• Latest
  • Trending
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

Dec-08-2025 02:57 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍

by M M
Dec-08-2025 02:57 PM IST
in ଖେଳ
0
ଶୁଭମନ ଗିଲ୍ ଫିଟ୍- ଆସନ୍ତାକାଲି ଖେଳିବେ ବାରବାଟୀରେ ମ୍ୟାଚ୍
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ଆସନ୍ତା କାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଟି-୨୦ ଉପ-ଅଧିନାୟକ ଶୁଭମନ ଗିଲ୍ ଖେଳିବେ । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍‌ରୁ ବାଦ୍ ପଡ଼ିବା ପରେ କାଲି ଖେଳିବେ ବୋଲି ସୂଚନା ଦେଇଛନ୍ତି କୋଚ୍ ଗମ୍ଭୀର ।  ବିସିସିଆଇ (BCCI) ଗିଲ୍‌ଙ୍କୁ ଟି-୨୦ ସ୍କ୍ୱାଡ୍‌ରେ ସାମିଲ୍ କରିବା ସମୟରେ ତାଙ୍କର ଉପସ୍ଥିତି “BCCI COEର ଫିଟ୍‌ନେସ୍ କ୍ଲିୟରାନ୍ସ ଅଧୀନରେ” ରହିବ ବୋଲି କହିଥିଲା। ତେବେ, ଗତ ମାସରେ ତାଙ୍କ ବେକରେ ଯେଉଁ ଆଘାତ ଲାଗିଥିଲା, ସେଥିରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ବେଙ୍ଗାଲୁରୁରେ ଥିବା ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ରେ ଅଭ୍ୟାସ କରିବା ପରେ ଡାକ୍ତରୀ ଟିମ୍‌ରୁ ସବୁଜ ସଙ୍କେତ ପାଇ କଟକ ଆସିଛନ୍ତି।

ଦିନିକିଆ ସ୍କ୍ୱାଡ୍‌ର ଅଂଶ ନଥିବାରୁ ଗିଲ୍ ବିଳମ୍ବରେ ଗତକାଲି ରାତି  ୯ଟା ସମୟରେ ଭୁବନେଶ୍ବରରେ ପହଁଚିଛନ୍ତି । ଆଜି ସେ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ।  ଅନ୍ୟପକ୍ଷରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଆଜି ଅଭ୍ୟାସ କରୁଛନ୍ତି ।  ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଆସିଥିବା ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଏବଂ ସେ ରବିବାର ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମ୍‌ରେ  ଅଭ୍ୟାସ କରୁଥିବା ଦେଖାଯାଇଥିଲା ।

 ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ କିପରି ହେବ?

ଟେଷ୍ଟ ଓ ଦିନିକିଆ ମ୍ୟାଚ୍‌ର ଉତ୍ତେଜନା ସମାପ୍ତ ହେବା ପରେ, କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ପ୍ରଥମ ଟି-20 । ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ଏକ ଚମତ୍କାର ଆରମ୍ଭ କରିବାକୁ ଚାହିଁବ। ମ୍ୟାଚ୍ ପୂର୍ବରୁ, ବାରବାଟୀରେ ଭାରତୀୟ ଦଳ କେଉଁ ଖେଳାଳିଙ୍କ ସହିତ ମଇଦାନକୁ ଓହ୍ଲାଇବ ତାକୁ ନେଇ ଚର୍ଚା ଜୋର ଧରିଛି । ତେବେ ପୂର୍ବପରି ଅଭିଷେକ ଶର୍ମା ଓ ଶୁଭମନ ଗିଲ୍ ପାଳି ଆରମ୍ଭ କରିବେ। ଏହି ଦୁଇ ଖେଳାଳି ନିକଟରେ T20 ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି। ଅଭିଷେକ ଶର୍ମା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବାବେଳେ ଗିଲ୍ ସଂଯମତାର ସହ ପାଳିକୁ ଆଗକୁ ବଢ଼ାନ୍ତି।

ମଧ୍ୟକ୍ରମର ଦାୟିତ୍ୱ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସମେତ ତିଳକ ବର୍ମା ଏବଂ ଜିତେଶ ଶର୍ମାଙ୍କ କାନ୍ଧରେ ରହିବ। ସୂର୍ଯ୍ୟକୁମାରଙ୍କ  ବିସ୍ଫୋରକ ବ୍ୟାଟିଂ ବିଷୟରେ ସମସ୍ତେ ଜାଣନ୍ତି। ଯୁବ ଖେଳାଳି ତିଳକ ବର୍ମା କ୍ରମାଗତ ଭାବରେ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଜିତେଶ ଶର୍ମାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଅଧିକ ସୁଯୋଗ ମିଳିନଥିଲେ ମଧ୍ୟ IPLରେ ସେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ଭାରତୀୟ ଦଳ ପ୍ରଥମ T20 ମୁକାବିଲାରେ ମୋଟ ୩ ଜଣ ଅଲରାଉଣ୍ଡରଙ୍କ ସହ ମଇଦାନକୁ ଓହ୍ଲାଇପାରେ। ସେମାନେ ହେଲେ: ହାର୍ଦ୍ଦିକ ପାଣ୍ଡ୍ୟା,ଶିବମ ଦୁବେ,ଅକ୍ଷର ପଟେଲ,ଏହି ତିନିଜଣ ଖେଳାଳି ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ମ୍ୟାଚ୍‌ର ମୋଡ଼ ବଦଳାଇବାରେ ସକ୍ଷମ। ଦ୍ରୁତ ବୋଲିଂର ଦାୟିତ୍ୱ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ଉପରେ ରହିବ। ମୁଖ୍ୟ ସ୍ପିନର୍ ଭାବରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିପାରେ, ଯିଏ ନିକଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।

ପ୍ଲେଇଂ 11 ଏପରି ହୋଇପାରେ-

୧,ଅଭିଷେକ ଶର୍ମା,ଓପନର୍ / ବ୍ୟାଟ୍ସମ୍ୟାନ୍

୨,ଶୁଭମନ ଗିଲ୍,ଓପନର୍ / ବ୍ୟାଟ୍ସମ୍ୟାନ୍

୩,ସୂର୍ଯ୍ୟକୁମାର ଯାଦବ (କ୍ୟାପ୍ଟେନ୍),ବ୍ୟାଟ୍ସମ୍ୟାନ୍

୪,ତିଳକ ବର୍ମା,ବ୍ୟାଟ୍ସମ୍ୟାନ୍

୫,ଜିତେଶ ଶର୍ମା (ୱିକେଟ୍ କିପର୍)/ବ୍ୟାଟ୍ସମ୍ୟାନ୍

୬,ହାର୍ଦ୍ଦିକ ପାଣ୍ଡ୍ୟା,ଅଲରାଉଣ୍ଡର

୭,ଶିବମ ଦୁବେ,ଅଲରାଉଣ୍ଡର

୮,ଅକ୍ଷର ପଟେଲ,ସ୍ପିନ୍ ଅଲରାଉଣ୍ଡର

୯,ଅର୍ଶଦୀପ ସିଂହ,ଦ୍ରୁତ ବୋଲର୍

୧୦,ଯଶପ୍ରୀତ ବୁମରା,ଦ୍ରୁତ ବୋଲର୍

୧୧,ବରୁଣ ଚକ୍ରବର୍ତ୍ତୀ,ସ୍ପିନର୍

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 6:29 PM
 

SSW
Overcast
28°C
2.5 m/s
Apparent: 30°C
Pressure: 1009 mb
Humidity: 85%
Winds: 2.5 m/s SSW
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom