• Latest
  • Trending
ହଷ୍ଟେଲ୍ ରୁମ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ହଷ୍ଟେଲ୍ ରୁମ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

Dec-22-2025 04:01 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Thursday, March 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ହଷ୍ଟେଲ୍ ରୁମ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ

ପାଠପଢ଼ା ଚାପ, ଆର୍ଥିକ ଖରାପ ଅବସ୍ଥା ସାଜିଲା କାଳ

by M M
Dec-22-2025 04:01 PM IST
in ଦେଶ ବିଦେଶ, ବିଶେଷ
0
ହଷ୍ଟେଲ୍ ରୁମ୍‌ରୁ ମିଳିଲା ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ
496
SHARES
1.4k
VIEWS
Share on FacebookShare on Twitter

ରାୟଗଡ଼ (ଛତିଶଗଡ଼):ଜୀବନର ଯେଉଁ ସମୟରେ ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିବା କଥା, ସେହି ସମୟରେ ମାନସିକ ଚାପ ଆଗରେ ହାର ମାନିଛି ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ ଜୀବନ। ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଘଟିଥିବା ଏହି ଦୁଃଖଦ ଘଟଣା ଏବେ ଶିକ୍ଷା ବ୍ୟବସ୍ଥା ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାଠପଢ଼ା ଚାପ ସହ ପରିବାରର ଆର୍ଥିକ ବୋଝ ସହି ନପାରି ଶେଷରେ ମୃତ୍ୟୁକୁ ଆପଣେଇ ନେଇଛନ୍ତି ଇଞ୍ଜିନିୟରିଂ ଛାତ୍ରୀ ପ୍ରିନ୍ସି କୁମାରୀ।ପୋଲିସ ଜବତ କରିଥିବା ସୁଇସାଇଡ୍ ନୋଟ୍ ପ୍ରିନ୍ସିଙ୍କ ମନର କଷ୍ଟକୁ ବୟାନ କରୁଛି। ସେଥିରେ ସେ ଲେଖିଛନ୍ତି, “ସରି ମମି, ପାପା.. ମୁଁ ତୁମର ଆଶା ପୂରଣ କରିପାରିଲି ନାହିଁ।”

ଘଟଣା ଅନୁସାରେ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ପୁଞ୍ଜିପଥରା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଶନିବାର ବିଳମ୍ବିତ ରାତିରେ ଜଣେ ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ନାମ ପ୍ରିନ୍ସି କୁମାରୀ ଏବଂ ସେ ଝାଡ଼ଖଣ୍ଡର ଜାମସେଦପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ସେ କମ୍ପ୍ୟୁଟର ସାଇନ୍ସ ବିଭାଗରେ ପଢ଼ୁଥିଲେ।

ଶନିବାର ରାତି ପ୍ରାୟ ୮:୩୦ ସମୟରେ ପ୍ରିନ୍ସିଙ୍କ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। କିଛି ଅଘଟଣ ଆଶଙ୍କା କରି ପରିବାର ଲୋକେ ହଷ୍ଟେଲ୍ ଓ୍ୱାର୍ଡେନଙ୍କୁ ଯୋଗାଯୋଗ କରିଥିଲେ। ଓ୍ୱାର୍ଡେନ ରୁମ୍‌ ପାଖରେ ପହଞ୍ଚି ଦେଖିଲେ ଯେ କବାଟ ଭିତରୁ ବନ୍ଦ ରହିଛି। ପରେ ଝରକା ବାଟେ ଦେଖିବା ପରେ ପ୍ରିନ୍ସି ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୋଲିସ ରୁମ୍‌ରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ସେଥିରେ ପ୍ରିନ୍ସି ଲେଖିଛନ୍ତି ଯେ, ସେ ତାଙ୍କ ପିତାମାତାଙ୍କ ଆଶା ପୂରଣ କରିପାରିଲେ ନାହିଁ। ପଢ଼ାପଢ଼ିରେ ଖରାପ ପ୍ରଦର୍ଶନ ଏବଂ ପରିବାର ଉପରେ ପଡ଼ୁଥିବା ଆର୍ଥିକ ବୋଝ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନୋଟ୍‌ରେ ସେ ତାଙ୍କ ମାଆ ଓ ବାପାଙ୍କୁ କ୍ଷମା ମାଗିବା ସହ ଲେଖିଛନ୍ତି, “Sorry Mummy, Papa, I couldn’t meet your expectations.” ନିଜ ପାଠପଢ଼ା ପାଇଁ ବାପାମାଆଙ୍କ ସଞ୍ଚିତ ଅର୍ଥ ଖର୍ଚ୍ଚ ହେଉଥିବାରୁ ସେ ଅତି ମର୍ମାହତ ଥିଲେ।

ପରିବାର ଲୋକଙ୍କ ସୂଚନା ଅନୁସାରେ, ପ୍ରିନ୍ସିଙ୍କର ପ୍ରଥମ ସେମିଷ୍ଟରରେ ୫ଟି ବିଷୟରେ ‘ବ୍ୟାକ୍’ (Backlog) ଥିଲା। ସେ ଦ୍ୱିତୀୟ ବର୍ଷର ପରୀକ୍ଷା ସହ ଏହି ପୁରୁଣା ପେପରଗୁଡ଼ିକ ପାଇଁ ପ୍ରସ୍ତୁତ ହେଉଥିଲେ। ଏଥିସହ ସେମିଷ୍ଟର ଫି’ ବାବଦକୁ ସେ ନିକଟରେ ପ୍ରାୟ ୧ ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ। ଏହି ମାନସିକ ଚାପ ଯୋଗୁଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ପୋଲିସ ବର୍ତ୍ତମାନ ହଷ୍ଟେଲର ଅନ୍ତେବାସୀ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ବୟାନ ରେକର୍ଡ କରୁଛି ଏବଂ ପୋଷ୍ଟ-ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି।

Share198Tweet124
M M

M M

ଆଜିର ପାଗ

Bhubaneswar
March 12, 2026, 4:16 PM
 
SE
Mainly clear
36°C
0.4 m/s
Apparent: 37°C
Pressure: 1006 mb
Humidity: 34%
Winds: 0.4 m/s SE
Windgusts: 9.5 m/s
UV-Index: 2.65
Precip.: 0mm /3% / Rain
Sunrise: 5:57 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom