ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯାଉଥିବା ପ୍ରଥମ T20I ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଇଡେନ୍ ମାର୍କରମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ, ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଇଡେନ୍ ମାର୍କରମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେବା ପରେ କହିଛନ୍ତି:
“ଆମେ ପ୍ରଥମେ ବୋଲିଂ କରିବୁ। କିଛି ସମୟ ପରେ କାକର ପଡ଼ିପାରେ । ଯାହା ସାରା ଖେଳ ସମୟରେ ରହିପାରେ ଏବଂ ପରେ ଟିକେ ଅଧିକ ହୋଇପାରେ। ଆଜି ବଡ଼ ଚ୍ୟାଲେଞ୍ଜ୍ ଅଛି , କିନ୍ତୁ ଆମକୁ ସଠିକ୍ ମାନସିକତା ସହିତ ପ୍ରସ୍ତୁତ ହେବାକୁ ପଡିବ। ଏହା ବିଶ୍ୱକପ୍ ପାଇଁ ଏକ ଚମତ୍କାର ପ୍ରସ୍ତୁତି।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ହାରିବା ପରେ କହିଛନ୍ତି ଯେ ୱିକେଟ୍ ଦେଖି ସେମାନେ ସାମାନ୍ୟ ଦ୍ୱନ୍ଦ୍ୱରେ ଥିଲେ, କାରଣ ଗତକାଲି ପିଚ୍ ସାମାନ୍ୟ ଅଧିକ ସବୁଜ ଦେଖାଯାଉଥିଲା।
“ଆମେ ପ୍ରଥମେ ବ୍ୟାଟିଂ କରି ଖୁସି ଅଛୁ, କାକର ବୋଲରମାନଙ୍କ ପାଇଁ ସାମାନ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଅଷ୍ଟ୍ରେଲିଆ ବିପକ୍ଷରେ ଆମର ଏକ ଭଲ ସିରିଜ୍ ଥିଲା, ବର୍ତ୍ତମାନ ଆମେ ଦକ୍ଷିଣ ଆଫ୍ରିକା ଏବଂ ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବୁ। ଏହା ବିଶ୍ୱକପ୍ ପାଇଁ ଭଲ ପ୍ରସ୍ତୁତି। ଆମେ ଏହାକୁ ଉପଭୋଗ କରିବାକୁ ଚାହୁଁଛୁ।”
ଯେଉଁ ଖେଳାଳିମାନେ ଦଳରେ ସ୍ଥାନ ପାଇଲେ ନାହିଁ:
ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଛନ୍ତି ଯେ ସଞ୍ଜୁ ସାମସନ, କୁଲଦୀପ ଯାଦବ, ୱାସିଂଟନ ସୁନ୍ଦର ଏବଂ ହର୍ଷିତ ରାଣା ଆଜିର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରି ନାହାଁନ୍ତି।
ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ (Playing XI):
ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ (Playing XI) ନିମ୍ନରେ ଦିଆଗଲା:
- ଅଭିଷେକ ଶର୍ମା
- ଶୁଭମନ ଗିଲ୍
- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ)
- ତିଳକ ବର୍ମା
- ହାର୍ଦ୍ଦିକ ପାଣ୍ଡ୍ୟା
- ଶିବମ ଦୁବେ
- ଜିତେଶ ଶର୍ମା (ୱିକେଟ୍ କିପର୍)
- ଅକ୍ଷର ପଟେଲ
- ଯଶପ୍ରୀତ ବୁମରା
- ବରୁଣ ଚକ୍ରବର୍ତ୍ତୀ
- ଅର୍ଶଦୀପ ସିଂହ




















