କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ବେଳାଭୂମିରେ ଗଭୀର ସମୁଦ୍ରରୁ ଭାସି ଆସିଥିବା ୨ଟି କଣ୍ଟେନର ଲାଗିଥିଲା। ଏଥିରେ ପ୍ରସାଧାନ ସାମଗ୍ରୀଠୁ ଆରମ୍ଭ କରି ଘରକରଣା, ରୋଷେଇ ଓ ଖାଦ୍ୟ ସାମଗ୍ରୀ ଥିଲା। ସାତଭାୟାବାସୀ ବିସ୍ଥାପିତ ହେବା ପରେ ରାଜନଗର ବନ ବିଭାଗ ଅଧୀନରେ ରହିଛି ସାତଭାୟା, ଯାହାକି ଏବେ ନିଷିଦ୍ଧାଞ୍ଚଳ। ତେବେ ଯାତାୟାତ ପାଇଁ ବାଉଁଶଗଡ଼ ନଦୀରେ ପକାଯାଇଥିବା ଘାଟ ଡଙ୍ଗାରେ ଏହିସବୁ ସାମଗ୍ରୀ ପାର କରାଯାଇଛି। ସାଧାରଣ ଲୋକେ କିପରି ନିଷିଦ୍ଧାଞ୍ଚଳକୁ ଯାଇ ସାମଗ୍ରୀ ବୋହିନେଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସାତଭାୟା ମା’ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରୁ ୩ଶହ ମିଟର ଅନ୍ତରରେ ୨ଟି ସାମଗ୍ରୀ ବୋଝେଇ କଣ୍ଟେନର ଲାଗିଥିଲା। ଖବରପାଇ ବଗପାଟିଆ, ଗୁପ୍ତି, ଓକିଲପାଳ, ଦେବେନ୍ଦ୍ରନାରାୟଣପୁର, ସାତଭାୟା ଅଞ୍ଚଳର ଶତାଧିକ ଲୋକେ ବାଇକ୍ ଓ ବସ୍ତା ଧରି ଡଙ୍ଗାରେ ବାଉଁଶଗଡ଼ ନଦୀ ପାର ହୋଇ ୭ କି.ମି. ଦୂର ସାତଭାୟା ସମୁଦ୍ର କୂଳରେ କଣ୍ଟେନର ପାଖରେ ପହଞ୍ଚତ୍ ଥିଲେ। କଣ୍ଟେନର ତାଲାକୁ ତାଡ଼ି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ଲୋକେ ବୋହି ନେଇଥିଲେ। ଏହି କଣ୍ଟେନରରେ କପ୍ ପ୍ଲେଟ୍, ମ୍ୟୁଜିକ୍ ବକ୍ସ, ଫ୍ରିଜ, ଗଡ୍ରେଜ, ଶାଢ଼ି, ଜୋତା, ଶାର୍ଟପ୍ୟାଣ୍ଟ, ଛତା, କବାଟ ତିଆରି ସାମଗ୍ରୀ, ଗଛକଟା ସାମଗ୍ରୀ, ସୋରିଷ ତେଲଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ, ଶୁଖିଲା ଖାଦ୍ୟ, ଏୟାର ବ୍ୟାଗ୍କୁ ଲୋକେ ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି। ମାତ୍ର କେତେ ଘଣ୍ଟା ଭିତରେ ୨ଟି କଣ୍ଟେନରରେ ଥିବା ସାମଗ୍ରୀ ସରି ଯାଇଥିଲା।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




