• Latest
  • Trending
କାନ୍ଧରେ ବନ୍ଧୁକ ହୃଦୟରେ ପ୍ରେମ, ଏକ ନିଆରା ବିବାହ କାହାଣୀ

କାନ୍ଧରେ ବନ୍ଧୁକ ହୃଦୟରେ ପ୍ରେମ, ଏକ ନିଆରା ବିବାହ କାହାଣୀ

Oct-14-2025 07:33 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
  • About
  • Careers
  • Contact Us
Saturday, March 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

କାନ୍ଧରେ ବନ୍ଧୁକ ହୃଦୟରେ ପ୍ରେମ, ଏକ ନିଆରା ବିବାହ କାହାଣୀ

by M M
Oct-14-2025 07:33 PM IST
in ଦେଶ ବିଦେଶ, ବଡ଼ ଖବର
0
କାନ୍ଧରେ ବନ୍ଧୁକ ହୃଦୟରେ ପ୍ରେମ, ଏକ ନିଆରା ବିବାହ କାହାଣୀ
491
SHARES
1.4k
VIEWS
Share on FacebookShare on Twitter

ଛତିଶଗଡ଼ର କାଙ୍କେର ଜିଲ୍ଲାରୁ କାନ୍ଧରେ ବନ୍ଧୁକ ଆଉ ହୃଦୟରେ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ହିଂସାରେ ଭଳି ଯାଇଥିବା ମନ ଏବଂ ପରିବର୍ତ୍ତନ ଏହି କାହାଣୀ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛି ।  ଯେଉଁଠାରେ ଏକ ଆତ୍ମସମର୍ପଣକାରୀ ନକ୍ସଲ ଦମ୍ପତି, ପୋଲିସର ସମର୍ଥନ, ଲୋକଙ୍କ ସହଯୋଗରେ  ଉତ୍ସବ ପାଳନ କରି ପୋଲିସ ଷ୍ଟେସନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।

ଘଟଣା ଅନୁସାରେ ନକ୍ସଲ ଗୋଷ୍ଠୀର ସଦସ୍ୟ ଥିବା ସାଗର ହିରଡୋ ଏବଂ ସଚିଲା ମାଣ୍ଡଭି ପ୍ରେମରେ ପଡ଼ିଥିଲେ । ଶେଷରେ ସେମାନେ  ଗତ ବର୍ଷ ହିଂସାର ପଥ ପରିତ୍ୟାଗ କରି ସରକାରୀ ପୁନର୍ବାସ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ପୋଲିସ ନିକଟରେ ସରେଣ୍ଡର କରିଥିଲେ । ଏହି ବର୍ଷ, ସେମାନେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ଜାଣିବା ପରେ  ପଖାଞ୍ଜୁର ପୋଲିସ ପ୍ରଶାସନ ସେମାନଙ୍କ ବିବାହ ଆୟୋଜନ କରିଥିଲା  ।  ଖାଦ୍ୟ ଠାରୁ ଆରମ୍ଭ କରି ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛି ବ୍ୟବସ୍ଥା କରିଥିଲା ପୋଳିସ। ଅଧିକାରୀମାନେ ଅତିଥି ଭାବରେ ଉତ୍ସବରେ ଯୋଗଦେଇଥିଲେ ।  ପବିତ୍ର ଅଗ୍ନି ଚାରିପାଖରେ ଦମ୍ପତିଙ୍କ ପାରମ୍ପରିକ ପ୍ରତିଜ୍ଞା କରିଥିଲେ । ପଖାଞ୍ଜୁର ପୋଲିସ ଷ୍ଟେସନ ପ୍ରଭାରୀ ଲକ୍ଷ୍ମଣ କେୱାଟ ଏବଂ ଗୋଣ୍ଡାହୁର ପୋଲିସ ଷ୍ଟେସନ ପ୍ରଭାରୀ ଏହି ବିବାହକୁ ଆୟୋଜନ କରିଥିଲେ ।

ଦିନେ ଛତିଶଗଡ଼ର ମାଓ ପ୍ରଭାବିତ ଜଙ୍ଗଲରେ ଲୁଚି ବୁଲୁଥିଲେ ଏହି ଦୁଇ ମାଓବାଦୀ । ସେଦିନ ତାଙ୍କ ମନରେ ଥିଲା ହିଂସା । ଆଜି  ଶାନ୍ତିର ପଥରେ ଚାଲିବାକୁ ସେମାନେ ନେଇଛନ୍ତି ଶପଥ । ସେମାନେ  ଆଜି ଥାନାରେ ବାହା ହୋଇ ସଂସାର ଗଢ଼ିବାକୁ ଯାଉଛନ୍ତି ।   କାଙ୍କେର ଜିଲ୍ଲାର ପାଖଞ୍ଜୁରରୁ ଏକ ପ୍ରେରଣାଦାୟକ ଚିତ୍ର ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି ।

ଯେଉଁମାନେ କେବେ ଜଙ୍ଗଲରେ ବନ୍ଧୁକ ଧରି ଲୋକଙ୍କ ଜୀବନ ନେଉଥିଲେ, ସେମାନଙ୍କ  ହାତ ମେହେନ୍ଦି ଓ ମାଳାରେ ସଜା ହୋଇଥିଲା ।  ଆତ୍ମସମର୍ପଣ କରିଥିବା ମାଓବାଦୀ ସାଗର ଡିର୍ଡୋ ଓ ସଚିଲା ମଣ୍ଡାବୀଙ୍କ ଜୀବନ ଏବେ ବଦଳି ଯାଇଛି । ସେମାନଙ୍କୁ ଆଉ କେହି ମାଓବାଦୀ କହି ସନ୍ଦେହ କରୁନାହାଁନ୍ତି ।  ପୁରୋହିତଙ୍କ ମନ୍ତ୍ରଉଚ୍ଚାରଣ ଓ ଶଂଖଧ୍ୱନି ମଧ୍ୟରେ ସାଗର ଓ ସଚିଲା ପରସ୍ପରଙ୍କ ହାତ ଧରି ନୂତନ ଜୀବନ ଆରମ୍ଭ କରିବାକୁ ଶପଥ ନେବାପରେ ଏବେ ସେମାନେ ସମସ୍ତଙ୍କ ପାଇଁ ସାହସ ଦେଖାଇ ନୂଆ ବାର୍ତ୍ତା ଦେଇଛନ୍ତି । ପୁଲିସ ଅଧିକାରୀମାନଙ୍କ ମତାନୁସାରେ, ଏହି ବିବାହ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ମିଳନ ନୁହେଁ, ବରଂ ହିଂସା ଉପରେ ବିଶ୍ୱାସର ବିଜୟ। ଏହା ଏହି ସନ୍ଦେଶ ଦେଉଛି ଯେ “ଶାନ୍ତିର ପଥ ଗୁଳିରେ ନୁହେଁ, ପ୍ରେମ ଓ ବିଶ୍ୱାସରେ ଅଛି।”

ଏହି ବିବାହ ଉତ୍ସବରେ ପୁଲିସ ଅଧିକାରୀ, ଗ୍ରାମବାସୀ ଓ ସାମାଜିକ କର୍ମୀମାନେ ସାମିଲ ହୋଇଥିଲେ। ଏନକାଉଣ୍ଟର ବିଶେଷଜ୍ଞ ଲକ୍ଷ୍ମଣ କେୱଟ ଓ ଇନ୍ସପେକ୍ଟର ରାମଚନ୍ଦ୍ର ସାହୁ ମଧ୍ୟ ଏହି ସ୍ପେଶାଲ ମୁହୂର୍ତ୍ତରେ ଉପସ୍ଥିତ ରହି ଆଶୀର୍ବାଦ ଦେଇଥିଲେ । ପୂର୍ବରୁ ଘଞ୍ଚ ଜଙ୍ଗଲରେ ବନ୍ଧୁକ ନେଇ ଘୁରୁଥିବା ଏହି ଦମ୍ପତି ପ୍ରେମ ଓ ଶାନ୍ତିର ପଥ ବାଛିଥିବାରୁ ପୋଲିସ ଅଧିକାରୀମାନେ ତାଙ୍କ ସହ ଫଟୋ ଉଠାଇଥିଲେ ।

ଏବେ ଏହି ଦମ୍ପତ୍ତି ପୋଲିସ ପାଇଁ  ସେବାକାରୀ ଭାବେ କାର୍ଯ୍ୟ କରୁଛନ୍ତି  । ଅନ୍ୟ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ଫେରିବା ପାଇଁ କାମ କରୁଛନ୍ତି । ଏହି ଅଭିନବ ପଦକ୍ଷେପ ମାଓବାଦ ପ୍ରଭାବିତ ଅଞ୍ଚଳରେ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି ।  ଯେଉଁଠାରେ ବନ୍ଧୁକ ଛାଡ଼ି ସେମାନେ ପରସ୍ପରର ହାତ ଧରି ନୂଆ ସଂସାର ଗଢ଼ିବାକୁ ଶପଥ ନେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏହି ଖବର ବେଶ ଆଲୋଚନା ହେଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 7, 2026, 5:57 AM
 

ESE
Overcast
25°C
1.3 m/s
Apparent: 30°C
Pressure: 1010 mb
Humidity: 89%
Winds: 1.3 m/s ESE
Windgusts: 8.8 m/s
UV-Index: 0
Precip.: 0mm /8% / Rain
Sunrise: 6:01 AM
Sunset: 5:53 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom