• Latest
  • Trending
ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ

ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ

November 17, 2024

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
  • About
  • Careers
  • Contact Us
Saturday, July 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟିତ

by M M
November 17, 2024
in ରାଜ୍ୟ, ଶିକ୍ଷା
0
ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ
491
SHARES
1.4k
VIEWS
Share on FacebookShare on Twitter

 କେବଳ ବହି ହିଁ ଛାତ୍ରଛାତ୍ରୀଙ୍କ ସାରା ଜୀବନ ବନ୍ଧୁ ହୋଇ ରହିବ । ବହି ଜ୍ଞାନ ଦେବା ସହ ସହଯୋଗ କରିବ ।  ପୁସ୍ତକ ପଠନ ପ୍ରତି ଶିଶୁମାନଙ୍କ ଆଗ୍ରହ ବଢ଼ାଇବା ଦିଗରେ ଏଭଳି ସାହିତ୍ୟ ମହୋତ୍ସବ ବେଶ ଗୁରୁତ୍ୱ ରହିଛି ।  ପଦ୍ମଶ୍ରୀ ରସ୍କିନ୍‍ ବଣ୍ଡ ନିଜ ବାର୍ତ୍ତାରେ ପୁସ୍ତକ ପାଠ ଉପରେ ଗୁରୁତ୍ୱାରୋପ କରି କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ୧୦ମ ଶିଶୁ ସାହିତ୍ୟ ମହୋତ୍ସବ ଉଦ୍‍ଘାଟନ ଅବସରରେ କହିଛନ୍ତି ।

ଏଥିରେ ବିଶିଷ୍ଟ ଅଭିନେତ୍ରୀ ତଥା ଲେଖିକା ସୋହା ଅଲ୍ଲୀ ଖାଁ, ଲେଖିକା ପ୍ରୀତି ସେନୋୟ, କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଯୋଗଦେଇ ଥିବା ବେଳେ ଆଭାସୀରେ ବିଶିଷ୍ଟ ଶିଶୁ ସାହିତ୍ୟିକ ରସ୍କିନ୍‍ ବଣ୍ଡ ଓ ଅଭିନେତା ବିକ୍ରାନ୍ତ ମାସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଏଭଳି ଶିଶୁ ସାହିତ୍ୟ ମହୋତ୍ସବରେ ପ୍ରଥମ ଥର ଲାଗି ଯୋଗଦେଇଥିବା ସୋହା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଶିଶୁମାନେ ଦେଶର ଭବିଷ୍ୟତ । ସେମାନେ ଏବେ ପାଠ ପଢ଼ା ପ୍ରତି ଧ୍ୟାନ ଦେବା ଉଚିତ । କିନ୍ତୁ ଦେଖାଯାଉଛି ଅଧିକାଂଶ ପିଲା ଏବେ ଅଧିକ ସମୟ ମୋବାଇଲ୍‍ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ସେମାନେ ଦିନକୁ ୧୫ ମିନିଟ୍‍ ଯେ କୌଣସି ପୁସ୍ତକ ପାଠ କଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ ।

ଏହା ଦ୍ୱାରା ସେମାନଙ୍କ ନିଜର ବିକାଶ ହେବା ସହ ଦେଶର ବିକାଶ ହେବ ବୋଲି ସୋହା କହିଥିଲେ । ଅନ୍ୟତମ ଅତିଥି ତଥା ଲେଖିକା ପ୍ରୀତି କହିଲେ, ପିଲାମାନେ ଯେତେ ଅଧିକରୁ ଅଧିକ ବହି ପଢ଼ିବ ତୁମର ଜ୍ଞାନ ସେତେ ଅଧିକ ବଢ଼ିବ । ତେଣୁ ପୁସ୍ତକ ପଠନ ତୁମମାନଙ୍କୁ ପ୍ରକୃତ ମନୋରଞ୍ଜନ ଓ ଜ୍ଞାନ ଦେଇପାରିବ ବୋଲି ସେ କହିଥିଲେ ।

ଅନ୍ୟତମ ଅତିଥି ବିକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ନିଜ ବାର୍ତ୍ତାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛୋଟ ପିଲାଙ୍କ ପାଇଁ ଏଭଳି ସାହିତ୍ୟ ମହୋତ୍ସବ ଆୟୋଜନ କରିଥିବାରୁ ସେ ସ୍କୁଲ୍‍ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍କୁଲ୍‍ର ଇଣ୍ଟରନ୍ୟାସ୍‍ନାଲ୍‍ କରିକୁଲମ ମୁଖ୍ୟ ମାର୍କ ଏଲ୍‍ କୋଲେମନ କହିଲେ, ଶିକ୍ଷା ଏକ ଯାତ୍ରା ଏବଂ ଏହା ଏକ ଲକ୍ଷ୍ୟ ନୁହେଁ । ପୁସ୍ତକ ପଠନ ଆମ ଜୀବନର ଏକ ଅଂଶ ହେବା ଉଚିତ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମକୁ କିଟ୍‍ ଓ କିସ୍‍ ସଭାପତି ଉଦ୍‍ଘାଟନ କରିଥିବା ବେଳେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନାଲିସା ବଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଇଂରାଜୀ ପତ୍ରିକା କ୍ଲାଉଡ୍‍-୯ର ଉନ୍ମୋଚନ ହୋଇଥିଲା । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଆଲୋଚନା, ଗଳ୍ପ କଥନ, ପ୍ରତିଭା କର୍ମଶାଳା ଆଦି ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କଟକ ଓ ଭୁବନେଶ୍ୱର ବହୁ ବିଦ୍ୟାଳୟର ୧ହଜାର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

Weather

Bhubaneswar
July 26, 2025, 1:23 am
 

SSW
Overcast
26°C
1.8 m/s
Apparent: 32°C
Pressure: 995 mb
Humidity: 92%
Winds: 1.8 m/s SSW
Windgusts: 9 m/s
UV-Index: 0
Precip.: 2.5mm /55% / Rain
Sunrise: 5:19 am
Sunset: 6:26 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom