• Latest
  • Trending

ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Aug-24-2024 03:53 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Friday, March 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

by M M
Aug-24-2024 03:53 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର:ଆଇପିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏନେଇ ସରକାର ପକ୍ଷରୁ ଚାଲିଛି ପ୍ରକ୍ରିୟା । ନିର୍ବାଚନ ବେଳେ ଏହି ଦୁଇ ଅଫିସର ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ବିଜେଡି ସରକାରରେ ସବୁଠୁ ପାୱାରଫୁଲ ଅଫିସର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି  । ଏହି ଅଭିଯୋଗ ଅନୁସାରେ  ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶୀଷ ସିଂଙ୍କ ଅଡ଼ୁଆ ବଢ଼ିଛି । ଉଭୟ ଅଫିସରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କୁଟ୍ଟେଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହେଲେ, ତାଙ୍କୁ ସରକାର ଚାକିରିରୁ ବରଖାସ୍ତ କରିପାରନ୍ତି । ଏନେଇ ପାଓ୍ବାର କରିଡରରେ ଚର୍ଚା ହେଉଛି । ଶ୍ରୀ କୁଟ୍ଟେ ଓ ଶ୍ରୀ ସିଂ ଏବେ ଗୃହ ବିଭାଗରେ ଓଏସଡି ଭାବେ କାମ କରୁଛନ୍ତି ।  ଧାର୍ଯ୍ୟ ୩୦ଦିନ ମଧ୍ୟରେ ଉଭୟ ଅଫିସର ଯଦି ଚାର୍ଜସିଟ୍ ଉପରେ ଜବାବ ଦାଖଲ ନକରିବେ ସରକାର ଏକପାଖିଆ ନିଷ୍ପତ୍ତି ନେବେ ବୋଲି ନୋଟିସରେ ଉଲ୍ଲେଖ ରହିଛି । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଯୋଗୁ ଉଭୟ ଅଫିସରଙ୍କୁ ନିର୍ବାଚନ କମିଶନଙ୍କ  କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

 

କାରଣ ନିର୍ବାଚନ ସମୟରେ ଏହି ଦୁଇ  ଆଇପିଏସ୍ ନିୟମ ବାହାରେ ସରକାରୀ ଦଳ ପାଇଁ କାମ କରୁଥିବା ଅଭିଯୋଗ ହୋଇଛି । ସାକ୍ଷୀମାନେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏହାରା ତଦନ୍ତ ଚାଲିଛି ।  ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ୨ଜଣ ଆଇଏଏସ୍ ଅଫିସର ଲିଖିତ ଭାବେ ଦେଇଥିଲେ ଅଭିଯୋଗ ।  ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଜାରି କରାଯାଇଛି ଓ ୩୦ଦିନ ମଧ୍ୟରେ ତାଙ୍କୁ ଜବାବ ଦାଖଲ କରିବାକୁ ପଡ଼ିପାରେ  ।

ରାଜ୍ୟ ଗୃହ ବିଭାଗର ତଥ୍ୟ ଅନୁସାରେ, ବିଜେଡି ସରକାରରେ ସବୁଠୁ ପାୱାରଫୁଲ ଅଫିସର ୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୨୧ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତାଙ୍କୁ ବିରୁଦ୍ଧରେ ରହିଥିବା ସଙ୍ଗୀନ ଅଭିଯୋଗକୁ ଆଧାର କରି ଚାର୍ଜସିଟ୍ ଜାରି କରିଛନ୍ତି । ୩୦ଦିନ ମଧ୍ୟରେ ତାଙ୍କୁ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପର ସଙ୍ଗୀନ ଅଭିଯୋଗ ତାଙ୍କ ବିରୁଦ୍ଧରେ ରହିଛି ।

ଆଇପିଏସ୍ ଶ୍ରୀ କୁଟ୍ଟେଙ୍କୁ ଜାରି ଚାର୍ଜସିଟ ଅନୁସାରେ, ସାଧାରଣ ନିର୍ବାଚନ ଚାଲିଥିବାବେଳେ ଶ୍ରୀ କୁଟ୍ଟେ  ୨୦୨୪ ମେ’ ୨୪ତାରିଖ  ସନ୍ଧ୍ୟାରେ ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ କ୍ଷମତାର ଅପବ୍ୟବହାର କରିଥିଲେ । ବରିଷ୍ଠ ଆଇଏଏସ୍ ଏନ୍‌.ଥିରୁମାଳା ନାଏକଙ୍କୁ ବାରମ୍ବାର ଫୋନ୍ କରିଥିଲେ । ‘ବିଜେପିର ଏକ ନିର୍ବାଚନୀ ବିଜ୍ଞାପନ’କୁ କାହିଁକି ଅନୁମୋଦନ କଲେ ବୋଲି ପ୍ରଶ୍ନ କରି ବିରକ୍ତ ହୋଇଥିଲେ । ତୁରନ୍ତ ଉକ୍ତ ବିଜ୍ଞାପନର ଅନୁମୋଦନକୁ ପ୍ରତ୍ୟାହାର କର ଓ ତା’ଯେଭଳି ଖବରକାଗଜରେ ପ୍ରକାଶିତ ନହେବ ତାହା ସୁନିଶ୍ଚିତ କରିବାକୁ ଶ୍ରୀ କୁଟ୍ଟେ ତାଗିଦ୍ କରିଥିବାର ଶ୍ରୀ ନାଏକ ଅଭିଯୋଗ କରିଥିଲେ ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଛି ।

ସେହିପରି ଶ୍ରୀ କୁଟ୍ଟେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଦିନ ଅର୍ଥାତ୍ ମେ’ ୨୫ତାରିଖରେ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଇଏଏସ୍ ଚଂଚଳ ରାଣା ଓ ପୋଲିସ ଅଧିକାରୀଙ୍କୁ ଫୋନ କରି ବିଧାୟକ ପ୍ରାର୍ଥୀଙ୍କୁ ଗିରଫ କରିବାକୁ କହିଥିଲେ । ଏନେଇ ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରିଥିଲେ ।

କୁଟ୍ଟେଙ୍କ ବିରୁଦ୍ଧରେ ଏହି ଦୁଇ ବରିଷ୍ଠ ଆଇଏଏସ୍ ଅଫିସର  ସାକ୍ଷୀ (ପ୍ରେଜେଣ୍ଟିଂ ୱିଟନେସ) ଥିବାରୁ ଶ୍ରୀ କୁଟ୍ଟେଙ୍କ ପାଇଁ ଅଡ଼ୁଆ ବଢ଼ିଛି ।

ସେହିପରି ୨୦୦୪ ବ୍ୟାଚର ଆଇଏଏସ ଅଧିକାରୀ ଆଶୀଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚାର୍ଜସିଟ୍ ଜାରି କରିଛନ୍ତି । ତାଙ୍କୁ ମଧ୍ୟ ୩୦ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ଶ୍ରୀ ସିଂ ସ୍ୱାସ୍ଥ୍ୟ ଖରାପ ଥିବା ନେଇ ମିଛ କହିଥିବାର ପ୍ରମାଣ ମିଳିଛି । ସେ ସ୍ୱାସ୍ଥ୍ୟଗତ ଓ ମାନସିକସ୍ତରରେ ସମ୍ପୂର୍ଣ୍ଣ ଫିଟ୍ ଥିବା ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭୁବନେଶ୍ୱର ଏମ୍ସର ମେଡିକାଲ ବୋର୍ଡ ରିପୋର୍ଟ ଦେଇଥିଲେ ।

Tags: Ashish Singh and DS Kuteybjdbjpnewsroomodishapolitics
Share196Tweet123
M M

M M

ଆଜିର ପାଗ

Bhubaneswar
March 13, 2026, 8:31 AM
 

SSW
Partly cloudy
27°C
3.4 m/s
Apparent: 32°C
Pressure: 1011 mb
Humidity: 78%
Winds: 3.4 m/s SSW
Windgusts: 10 m/s
UV-Index: 2.6
Precip.: 0mm /0% / Rain
Sunrise: 5:56 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom