• Latest
  • Trending
“ଅମୃତ ଭାକୁର” ମାଛ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ

“ଅମୃତ ଭାକୁର” ମାଛ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ

September 13, 2024

ଟଙ୍କା କେଉଁଠି କରିବେ ନିବେଶ

August 11, 2025

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

August 11, 2025
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

ବଳଙ୍ଗା ପୀଡିତା ମୃତ୍ୟୁ ପରେ ବିଜେଡିର ତୀବ୍ର ପ୍ରତିକ୍ରିୟା

August 3, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025
  • About
  • Careers
  • Contact Us
Wednesday, August 13, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

“ଅମୃତ ଭାକୁର” ମାଛ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ

ଓଜନ ହାରାହାରି ୧.୮ କିଲୋଗ୍ରାମ

by M M
September 13, 2024
in ବଡ଼ ଖବର, ରାଜ୍ୟ
0
“ଅମୃତ ଭାକୁର” ମାଛ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ
491
SHARES
1.4k
VIEWS
Share on FacebookShare on Twitter

ଦେଶରେ ଭାକୁର ମାଛର ଚାହିଦା ଅଧିକ । ବାର୍ଡ ଫ୍ଲୁ ବେଳେ ଏହି ମାଛ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ । ଓଡ଼ିଶାରେ ମଧ୍ୟ ମିଠା ଭାକୁର ମାଛର ସଦାବେଳେ ଚାହିଦା ରିହିଛି । ଏହାରି ଭିତରେ ଏବେ ଅମୃତ ଭାକୁର ଗ୍ରାହକଙ୍କ ବେଶ ପସନ୍ଦ ହୋଇଛି । ଏହି ମାଛ ଗୋଟିକର ଓଜନ ସାଧାରଣତ ଦେଢ଼ କିଲୋରୁ ଅଧିକ । ଏହି ମାଛକୁ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଛନ୍ତି । କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଭାକୁର ମାଛକୁ ନେଇ କହିଛନ୍ତି ଆଜି କାଲି ଏହି ମାଛ ସ୍ବାସ୍ଥ୍ୟ ପକ୍ଷେ ବହୁତ ଉପକାରୀ1 

ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର-ସିଫା), ଭୁବନେଶ୍ୱରରେ ଭାକୁର ର ଆନୁବଂଶିକ ଉନ୍ନତ ପ୍ରଜାତି “ଅମୃତ ଭାକୁର“ର ଶୁଭାରମ୍ଭ କରିଛନ୍ତି । ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ (ଏନ୍ ଏଫ୍ ଡିବି)ର ଜାତୀୟ ମଧୁର ଜଳ ମାଛ ଯାଆଁଳ ବ୍ୟାଙ୍କ୍‍ (ଏନ୍ ଏଫ୍ ଏଫ୍ ବିବି) ଅମୃତ ଭାକୁର ଗ୍ରହଣ କରିଛି, ଯାହା ସମଗ୍ର ଦେଶର କୃଷକମାନଙ୍କ ପାଇଁ ଏହାର ବ୍ୟାପକ ବଣ୍ଟନ ଏବଂ ଉପଲବ୍ଧତା ସୁନିଶ୍ଚିତ କରିଛି। ଏହା ମଧୁର ଜଳ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଭାରତର ମାଛ ଚାଷ ସହ ଜଡ଼ିତ ସମୁଦାୟ ପାଇଁ ମାଛ ଯାଆଁଳ ଗୁଣବତ୍ତା ବୃଦ୍ଧି କରିବାରେ ଅନୁଷ୍ଠାନର ଏହି ପ୍ରୟାସ ସହାୟକ ହେବ ।

ଅମଳ ସମୟରେ ଭାକୁର ଶରୀରର ଓଜନରେ ଉନ୍ନତି ଆଣିବା ପାଇଁ ଆଇସିଏଆର-ସିଫା ୨୦୧୦ ରେ ଏକ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ଯାହା ଉଚ୍ଚ ଗୁଣବତ୍ତାର ମାଛ ବିହନର ଆବଶ୍ୟକତାକୁ ପୂରଣ କରିଥିଲା । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ଆସିଥିବା ଭାକୁରର ୯ଟି ପ୍ରଜାତି ସଂଗ୍ରହ କରାଯାଇଥିଲା। ଏହି ପ୍ରଜାତିଗୁଡ଼ିକୁ ଚୟନମୂଳକ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମୂଳ ସଂଖ୍ୟା ଭାବରେ ବ୍ୟବହାର କରାଯାଇଥିଲା । ମିଳିତ ପରିବାର ଚୟନ ପଦ୍ଧତି ମାଧ୍ୟମରେ, ପ୍ରଜନନ ପ୍ରକ୍ରିୟା ଫେନୋଟାଇପିକ୍ ସୂଚନା ଏବଂ ମାଇକ୍ରୋସେଟେଲାଇଟ୍ ମାର୍କର୍ ଦ୍ୱାରା ପରିଚାଳିତ ହୋଇଥିଲା । ପ୍ରଜନନ ମୂଲ୍ୟ ଆଧାରରେ ଉନ୍ନତ ମାଛମାନଙ୍କୁ ଚୟନ କରାଯାଇଥିଲା ଏବଂ ଚାରି ପିଢ଼ିର ପ୍ରଜନନ ପରେ ପ୍ରତି ପିଢ଼ିରେ ୧୫% ଜେନେଟିକ୍ ଲାଭ ହାସଲ କରାଯାଇଥିଲା, ଯାହା ଫଳରେ ତୃତୀୟ ପିଢ଼ି ଦ୍ୱାରା ସମୁଦାୟ ୩୫% ବୃଦ୍ଧି ଘଟିଥିଲା । ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଏବଂ ମହାରାଷ୍ଟ୍ରରେ କରାଯାଇଥିବା କ୍ଷେତ୍ର ପରୀକ୍ଷଣରୁ ଜଣାପଡିଛି ଯେ ପଲିକଲଚର ପ୍ରଣାଳୀରେ ଭାକୁର ହାରାହାରି ଓଜନ ୧.୮ କିଲୋଗ୍ରାମରେ ପହଞ୍ଚିବାର କ୍ଷମତା ବୃଦ୍ଧି ପାଇଛି, ଯାହା ଏକ ବର୍ଷମଧ୍ୟରେ ସ୍ଥାନୀୟ ପ୍ରଜାତି ପାଇଁ ୧.୨ କିଲୋଗ୍ରାମ ଥିଲା। ନିକଟରେ ଜୁଲାଇ ୧୬, ୨୦୨୪ରେ ୯୬ତମ ଆଇସିଏଆର ଫାଉଣ୍ଡେସନ ଏବଂ ଟେକ୍ନୋଲୋଜି ଦିବସରେ “ଅମୃତ ଭାକୁର” ପ୍ରକଳ୍ପ ଶ୍ରେଷ୍ଠ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ସହିତ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥିଲା ଏବଂ ଅଗଷ୍ଟ ୧, ୨୦୨୪ରେ ଆନୁଷ୍ଠାନିକ ଭାବରେ “ସିଫା-ଅମୃତ ଭାକୁର” ଭାବରେ ଟ୍ରେଡମାର୍କ କରାଯାଇଥିଲା ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଟଙ୍କା କେଉଁଠି କରିବେ ନିବେଶ

August 11, 2025

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

August 11, 2025
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025

Weather

Bhubaneswar
August 13, 2025, 1:03 pm
 

E
Overcast
30°C
2.8 m/s
Apparent: 35°C
Pressure: 1002 mb
Humidity: 90%
Winds: 2.8 m/s E
Windgusts: 7.9 m/s
UV-Index: 0
Precip.: 2.5mm /58% / Rain
Sunrise: 5:25 am
Sunset: 6:17 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom