ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଶେଷ ମ୍ୟାଚ ପୂର୍ବରୁ ଭାରତର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଏହି ଘଟଣା ଭାରତର ଲକ୍ଷ ଲକ୍ଷ କ୍ରୀଡା ପ୍ରଶଂସକଙ୍କୁ ଚକିତ କରିବା ସହିତ ଦୁଃଖିତ କରିଥିଲା। ଏହି ଘଟଣାରେ ଭାଙ୍ଗି ପଡି ଭିନେଶ ଫୋଗଟ ମଧ୍ୟ ଖେଳରୁ ଅବସର ଘୋଷଣା କରିଥିଲେ। ଭିନେଶଙ୍କୁ କ୍ରୀଡାପ୍ରେମୀଙ୍କ ବିପୁଳ ସମର୍ଥନ ରହିଛି। ବର୍ତ୍ତମାନ ଭିନେଶ ଫୋଗଟଙ୍କୁ ନେଇ ରାଜନେତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ସେ ରାଜନୀତିରେ ଏଣ୍ଟ୍ରି କରିପାରନ୍ତି ବୋଲି କୁହାଯାଉଛି।
ଭିନେଶ ହରିୟାଣାର ବାସିନ୍ଦା। ଆସନ୍ତା ୧-୨ ମାସ ମଧ୍ୟରେ ହରିୟାଣାରେ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ତାଙ୍କୁ ଖୋଲା ଅଫର୍ ମଧ୍ୟ ମିଳିଛି। କିନ୍ତୁ ସେ ପ୍ୟାରିସ୍ରେ ଥିବାରୁ ତାଙ୍କର ଆଗାମୀ ପଦକ୍ଷେପ କ’ଣ ରହିବ ଏନେଇ କିଛି ସ୍ପଷ୍ଟ ହୋଇନାହିଁ।
ଏଭଳି ପରିସ୍ଥିତିରେ ରାଜନୈତିକ ଦଳମାନେ ଭିନେଶଙ୍କୁ ନିଜ ନିଜ ଦଳରେ ସାମିଲ କରିବା ପାଇଁ ଖୋଲା ଅଫର ପ୍ରଦାନ କରିଛନ୍ତି। ରାଜନୀତିରେ ପ୍ରବେଶ କରିବାକୁ ଭିନେଶଙ୍କୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)







