ଆଜି ଓଡ଼ିଶାରେ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷକରି ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଏହା ଅଧିକ ଦେଖାଯିବ। ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି – ଏହି ଜିଲ୍ଲାମାନଙ୍କରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଧିକ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଡେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା – ଏହି ଅଞ୍ଚଳରେ ମଧ୍ୟ ବର୍ଷା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ଅଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଅନଗୁଳ, ଢ଼େଙ୍କାନାଳର ବର୍ଷା ହେବ । କୋରାପୁଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ । ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶାରୁ ମୌସୁମୀ ଲେଉଟାଣି ପ୍ରକ୍ରିୟା ଆରମ୍ଭ ହୋଇଯିବ। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିବା ନେଇ ପାଣିପାଗ ଅନୁକୂଳ ହୋଇଛି। ଏଥିସହ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ଭାବେ ଏବଂ ପଶ୍ଚିମବଙ୍ଗ, ସିକିମ୍, ଓଡ଼ିଶା ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରୁ ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଫେରିଯିବ। ଏଥିସହ ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଉପର ବାୟୁମଣ୍ଡଳସ୍ତରୀୟ ଘୂର୍ଣ୍ଣିବଳୟ ରହିଛି।